|
logo
Live
Argus News App
GET APP

Argus News - ପିଲାମାନଙ୍କ ପାଇଁ ଡିଜିଟାଲ ବ୍ୟାନ୍‌ ଦାବି ! ସରକାର ନେବେ କି ବଡ଼ ପଦକ୍ଷେପ ?

Odisha

Social Media Ban / ପିଲାମାନଙ୍କ ପାଇଁ ଡିଜିଟାଲ ବ୍ୟାନ୍‌ ଦାବି ! ସରକାର ନେବେ କି ବଡ଼ ପଦକ୍ଷେପ ?

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ପିଲାମାନଙ୍କ ପାଇଁ ଡିଜିଟାଲ ବ୍ୟାନ୍‌ ଦାବି ! ସରକାର ନେବେ କି ବଡ଼ ପଦକ୍ଷେପ ?
Social Media

Key Points

ଦୁଇ ତୃତୀୟାଂଶ ଶିଶୁ ଡିଜିଟାଲ ନିଶାରେ !
ବିଧାନସଭାରେ ଉଠିଲା ଚିନ୍ତା
ସରକାର ନେବେ କି ବଡ଼ ପଦକ୍ଷେପ ?
ଓଡ଼ିଶାରେ ବ୍ୟାନ୍‌ ହେବ କି ସୋସିଆଲ ମିଡିଆ । ଓଡ଼ିଶା ଆପଣାଇବ କି କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ମଡେଲ । ଶିଶୁମାନଙ୍କ ପାଇଁ ବ୍ୟାନ୍‌ ହେବ କି ସୋସିଆଲ ମିଡିଆ । ଏ କଥା ଆମେ କହୁ ନାହୁଁ ବରଂ ବିଧାନସଭାରେ ଉଠିଛି ଏହି ପ୍ରସଙ୍ଗ । ୨୦୨୫-୨୬ ଅର୍ଥନୈତିକ ସର୍ଭେରୁ ଜଣାପଡ଼ିଛି ଯେ ଓଡ଼ିଶାର ଦୁଇ ତୃତୀୟାଂଶ ଶିଶୁ ଏବେ ଡିଜିଟାଲ ନିଶାର ଶିକାର ହେଉଛନ୍ତି । ଏନେଇ ଗୃହରେ ଉଦବେଗ ପ୍ରକାଶ କରିବା ସହ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପରି ଶିଶୁଙ୍କ ପାଇଁ ଡିଜିଟାଲ ବ୍ୟାନ୍‌ ପାଇଁ ଦାବି ଉଠାଇଛନ୍ତି ବିଜେଡି ବିଧାୟିକା ସୁବାସିନୀ ଜେନା ।

ତେବେ ସୁବାସିନୀ ଜେନାଙ୍କ ଏହି ପ୍ରଶ୍ନକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାକୁ ସ୍ୱୀକାର କରିବା ସହ ଆଗାମୀ ଦିନରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଗୃହରେ ଉତ୍ତର ରଖିଛନ୍ତି ।

ତେବେ ନିକଟରେ କର୍ଣ୍ଣାଟକ ସରକାର ସୋସିଆଲ ମିଡିଆ ବ୍ୟବହାରକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ବୟସ୍କ ଛୁଆ ସୋସିଆଲ୍ ମିଡିଆର ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା; ୧୬ ବର୍ଷରୁ କମ୍ ବୟସ୍କ କରିପାରିବେନି ସୋସିଆଲ୍ ମିଡିଆର ବ୍ୟବହାର

ବିଧାନସଭାର ବଜେଟ୍ ଅଧିବେଶନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ, "ଛୁଆଙ୍କ ମାନସିକ ସ୍ଵାସ୍ଥ୍ୟ, ଶିଖିବାର କ୍ଷମତା ଓ ଡିଜିଟାଲ୍ ନିଶାକୁ ଦେଖି କଡ଼ା ନିୟମ ଆଣିବା ଜରୁରୀ ହୋଇ ପଡ଼ିଛି ।" ସରକାରଙ୍କ ଅନୁସାରେ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଓ ଅନିୟନ୍ତ୍ରିତ ସ୍କ୍ରିନ୍ ଟାଇମ୍ ଛୁଆଙ୍କ ବ୍ୟବହାର, ଧ୍ୟାନ କ୍ଷମତା ଓ ସୁରକ୍ଷା ଉପରେ ଗୁରୁତର ପ୍ରଭାବ ପକାଉଛି । ଆମର ଲକ୍ଷ୍ୟ ୧୬ ବର୍ଷରୁ କମ୍ ବୟସ୍କ ଛୁଆଙ୍କୁ ସୋସିଆଲ୍ ମିଡିଆର ବିପଜ୍ଜନକ ଓ ଅନୁଚିତ ପ୍ରଭାବ ଠାରୁ ଦୂରେଇ ରଖିବା ।
ମୋବାଇଲ୍ ଫୋନ୍‌ର ବଢ଼ୁଥିବା ବ୍ୟବହାରର ପ୍ରଭାବିକୁ ରୋକିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ, "ସରକାର ୧୬ ବର୍ଷରୁ କମ୍ ଯୁବବର୍ଗଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବେ ।"

ଏନେଇ ସରକାର ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ଠାରୁ ମତାମତ ମାଗିଥିଲେ । ଏହା ପୂର୍ବରୁ ସ୍ଵାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଏବଂ ଆଇଟି ମନ୍ତ୍ରୀ ପ୍ରିୟଙ୍କା ଖଡ଼ଗେ ମଧ୍ୟ ସମାନ କଥା କହିଥିଲେ । ଯାହା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ଆନ୍ଧ୍ରପ୍ରଦେଶରେ ବି ଲାଗିବ ପ୍ରତିବନ୍ଧକ

ଅନଲାଇନ୍ ନିଶା, ଦୁରୂପଯୋଗ ଓ ଡିଜିଟାଲ କ୍ଷତିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ଛୁଆଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି । ରାଜ୍ୟ ମନ୍ତ୍ରୀ ନାରା ଲୋକେଶଙ୍କ ଅନୁସାରେ, "ସୋସିଆଲ୍ ମିଡିଆ ଉପରେ ଭରସା ତୁଟୁଛି ଏବଂ ଛୁଆ ନିୟମିତ ବ୍ୟବହାରରେ ଫସି ଯାଉଛନ୍ତି ।"

ଯେଉଁଥିପାଇଁ ସରକାର ଆଇନଗତ ବିକଳ୍ପ ନେଇ ଚର୍ଚ୍ଚା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲୋକେଶଙ୍କ ଅନୁସାରେ, "ରାଜ୍ୟ ସରକାର ଏନେଇ ମେଟା, ଗୁଗଲ୍‍, ଏକ୍ସ ଏବଂ ସେୟାରଚାଟ ଭଳି ପ୍ରମୁଖ କମ୍ପାନୀକୁ ଆଲୋଚନା ପାଇଁ ଡାକିଛନ୍ତି । ଯେଉଁଠି ସର୍ବୋତ୍ତମ ପ୍ରଥା ଉପରେ ଚର୍ଚ୍ଚା କରି ପ୍ରଭାବୀ ମଡେଲ୍ ପ୍ରସ୍ତୁତ କରାଯିବ ।"

ପଢନ୍ତୁ ଏହି ଖବର: ପିଲାଙ୍କ ପାଇଁ ବ୍ୟାନ୍‌ ହେବ ସୋସିଆଲ ମିଡିଆ ! ସରକାର ଆଣିପାରନ୍ତି ନୂଆ ଆଇନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Social Media Ban: ପିଲାମାନଙ୍କ ପାଇଁ ଡିଜିଟାଲ ବ୍ୟାନ୍‌ ଦାବି ! ସରକାର ନେବେ କି ବଡ଼ ପଦକ୍ଷେପ ? | Argus News