Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dilip Ray / ରାଜ୍ୟସଭା ନିର୍ବାଚନ ଜିତିଲେ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ରାଜ୍ୟସଭା ନିର୍ବାଚନ ଜିତିଲେ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ
Dilip Ray Wins Rajya Sabha Seat

Key Points

ଓଡ଼ିଶାରୁ ରାଜ୍ୟସଭାକୁ ବିଜୟୀ ହୋଇଥିବାରୁ ଦିଲ୍ଲୀପ ରାୟ ସମସ୍ତଙ୍କୁ ବିନମ୍ର ଭାବେ କୃତଜ୍ଞତା ଜଣାଇଛନ୍ତି । ଦିଲ୍ଲୀପ ରାୟ ଲେଖିଛନ୍ତି, "ଆଜି ଓଡ଼ିଶାରୁ ରାଜ୍ୟସଭାକୁ ବିଜୟ ମୋର ଏକାକୀ ବିଜୟ ନୁହେଁ ।
ଭୁବନେଶ୍ଵର: ଜିତିଲେ, କୃତଜ୍ଞତା ଜଣାଇଲେ । ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ଦିଲ୍ଲୀପ ରାୟ । ସୋସିଆଲ୍ ମିଡିଆ Xରେ ଦିଲ୍ଲୀପ ରାୟ ରାଜ୍ୟସଭାକୁ ବିଜୟୀ ହୋଇଥିବା ଲେଖିଛନ୍ତି ।

ଓଡ଼ିଶାରୁ ରାଜ୍ୟସଭାକୁ ବିଜୟୀ ହୋଇଥିବାରୁ ଦିଲ୍ଲୀପ ରାୟ ସମସ୍ତଙ୍କୁ ବିନମ୍ର ଭାବେ କୃତଜ୍ଞତା ଜଣାଇଛନ୍ତି । ଦିଲ୍ଲୀପ ରାୟ ଲେଖିଛନ୍ତି, "ଆଜି ଓଡ଼ିଶାରୁ ରାଜ୍ୟସଭାକୁ ବିଜୟ ମୋର ଏକାକୀ ବିଜୟ ନୁହେଁ । ଏହି ବିଜୟରେ ଦଳୀୟ ନୀତି ବାହାରେ ବିଧାୟକ ମାନଙ୍କର ବିଶ୍ଵାସ, ସଦିଚ୍ଛା ପ୍ରତିଫଳନ ହୋଇଛି ।"


ଦିଲ୍ଲୀପ ରାୟ ବିଜେପି ସଦସ୍ୟଙ୍କ ଅକୁଣ୍ଠ ସମର୍ଥନକୁ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ତାଙ୍କୁ ଭୋଟ୍ ଦେଇଥିବା ବିଜେଡି, କଂଗ୍ରେସ ଓ ସ୍ଵାଧୀନ ବିଧାୟକଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ଦିଲ୍ଲୀପ ରାୟ ।

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ, ଦଳ ଉପରେ ନାହିଁ ନବୀନଙ୍କ ଲଗାମ

ସେ ଲେଖିଛନ୍ତି, "ଏଭଳି କ୍ଷଣ ଆଣ ଗଣତନ୍ତ୍ର ସତ୍ୟର ଶକ୍ତିକୁ ଦର୍ଶାଉଛି । ଯେଉଁଠି ରାଜ୍ୟର ଲୋକଙ୍କ ବୃହତ୍ତର ସ୍ଵାର୍ଥ୍ୟ ଓ ବ୍ୟାପକ ହିତ ଏକାଠି ଆସୁଛି ।"

ମୁଁ ଏହି ଦାୟିତ୍ଵକୁ ନମ୍ରତାର ସହ ଦୃଢ଼ କର୍ତ୍ତବ୍ୟ ନିଷ୍ଠ ଭାବେ ସ୍ଵୀକାର କରୁଛି । ରାଜ୍ୟୱାରେ ମୁଁ ଓଡ଼ିଶାବାସୀଙ୍କ ଆକାଂକ୍ଷାର ପ୍ରତିନିଧିତ୍ଵ କରିବାକୁ ପ୍ରୟାସ କରିବି । ରାଜ୍ୟ ତଥା ଦେଶର ପ୍ରଗତି ପାଇଁ ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିବି ।

ମୋ ଉପରେ ସମସ୍ତଙ୍କ ଭରସା ଓ ବିଶ୍ଵାସ ପାଇଁ ଯୋଡ଼ ହସ୍ତରେ ଧନ୍ୟବାଦ ଜଣାଉଛି ବୋଲି ଲେଖିଛନ୍ତି ଦିଲ୍ଲୀପ ରାୟ । ଦିଲ୍ଲୀପ ରାୟଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ସମୟରେ ବିଧିବଦ୍ଧ ଭାବେ ରାଜ୍ୟସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇନାହିଁ ।

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ଭୋଟ, କଂଗ୍ରେସର ତିନି ବିଧାୟକ କଲେ କ୍ରସ ଭୋଟିଂ

ବିଜେପି ପକ୍ଷରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ସୁଜିତ୍ କୁମାର ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ । ଦିଲ୍ଲୀପ ରାୟ ସ୍ଵାଧିନ ପ୍ରାର୍ଥୀ ହୋଇଥିବା ବେଳେ ସମର୍ଥନ କରିଥିଲା ବିଜେପି ।

ସେହିଭଳି ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ଟିକେଟ୍ ଦେବା ସହ କମନ୍ କ୍ୟାଣ୍ଡିଡେଟ୍ ଭାବେ ଡ. ଦତ୍ତେଶ୍ଵର ହୋତାଙ୍କ ନାଁ ଘୋଷଣା କରିଥିଲା । ବିଜେଡିର କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ଵର ହୋତାଙ୍କୁ ସମର୍ଥନ ଘୋଷଣା କରିଥିଲା କଂଗ୍ରେସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP-Backed Independent Dilip Ray Wins Rajya Sabha Seat from Odisha | Argus News | Argus News