Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଢୁଛି ଡିପଥେରିଆ ସଂକ୍ରମଣ, ୪୦ ଛାତ୍ର ଶଯ୍ୟାଶାୟୀ

Odisha

ବଢୁଛି ଡିପଥେରିଆ ସଂକ୍ରମଣ, ୪୦ ଛାତ୍ର ଶଯ୍ୟାଶାୟୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବଢୁଛି ଡିପଥେରିଆ ସଂକ୍ରମଣ, ୪୦ ଛାତ୍ର ଶଯ୍ୟାଶାୟୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରlଙ୍ଗପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ଛାତ୍ର ବାସରେ ଥିବା 40 ଶଯ୍ୟା ଛାତ୍ରାବାସ ରେ ଗତ ସେପ୍ଟେମ୍ବର 18 ତାରିଖ ରୁ ଡିଫଥେରିଆ, ସଂକ୍ରମଣ ଲଗି ରହି ଥିବା ବେଳେ ଏଥିରେ ସେପ୍ଟେମ୍ବର 19 ରେ ଜଣେ ଛାତ୍ର ମୃତ୍ୟୁ ପରେ ଘଟଣା ଲୋକଲୋଚନକୁ ଆସିଥିଲା l ଏହା ପରେ ଆଉ ଜଣେ ଡିଫଥେରିଆ ପଜେଟିଭ୍ ବାହାରିବା ସହ ଛାତ୍ର 8 ଜଣ ଛାତ୍ର ଅସୁସ୍ଥ ହୋଇ ପଡିବାରୁ ସେମାନଂକୁ କାଲିମେଳା ସ୍ୟାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି l ସମସ୍ତ ଛାତ୍ର ମାନଙ୍କ ର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଥିବା ତାହାର ରିପୋର୍ଟ ଆସିନାହିଁ l ତେବେ ମଙ୍ଗଳବାର ଆଓ ଦୁଇଜଣ ପିଲା ଡେଫଥେରିଆ ଆକ୍ରାନ୍ତ ସନ୍ଦେହ ରେ  କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜଣା ପଡିଛି l ଜଣେ ବଦଲି ଗ୍ରାମର ହୋଇଥିବା ବେଳେ ଆଓ ଜଣେ ଇଟାଲଗୁଡା ଗ୍ରାମର ବୁଲି ସୂଚନା ମିଳିଛି l

ଅଧିକ ପଢନ୍ତୁ ଓଡିଶା ଖବର

ତେବେ ରୋଗର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ଯ ଏବଂ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ର ଡାକ୍ତରୀ ଟିମ କାଲିମେଳା କୁ ଘନ ଘନ ଗସ୍ତ କରି ଘଟଣା ସ୍ଥଳରେ  ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ଦେଖିବାକୁ ମିଳିଛି l ଆଜି ମାଇକ୍ରୋବାୟୋଲୋଜି ବିଭାଗର ସହକାରୀ ପ୍ରଫେସର ପ୍ରିୟରଞ୍ଜନ ଲେଙ୍କା, ଶିଶୁରୋଗ ବିଭାଗ ସହକାରୀ ପ୍ରଫେସର ଦିବ୍ୟ ରଞ୍ଜନ ପଣ୍ଡା, କମୁନିଟି ମେଡିସିନ ବିଭାଗର ସହକାରୀ ପ୍ରଫେସର ପ୍ରଭୁଃ ପ୍ରସାଦ ପଟ୍ଟନାୟକ କାଲିମେଳା ରେ ପହଁଚି ସ୍ୱାସ୍ଥ୍ୟକେନ୍ଦ୍ର ରେ ଥିବା  ପିଲାଙ୍କ ସ୍ୱାସ୍ଥ୍ୟ ବସ୍ତା ପଚାରି ବୁଝିବା ସହ ଏହି ସଂକ୍ରମଣ ଆଗକୁ କିପରି ନ ବଢେ ସେ ନେଇ ପଦକ୍ଷେପ ନିଆଯିବ ସୂଚନା ଦେଇଥିଲେ l ବର୍ତ୍ତମାନ ସୁଦ୍ଧା କାଲିମେଳା ସ୍ୟାସ୍ଥ୍ୟ କେନ୍ଦ୍ର ରେ 10 ଜଣ ଛାତ୍ର ଚିକିତ୍ସା ଧିନ ଥିବା ବେଳେ ସମସ୍ତଙ୍କ ସ୍ୟାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି l ସ୍ୟାସ୍ଥ୍ୟ ବିଭାଗ ତରଫରୁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Diphtheria infection is increasing, 40 students are bedridden | Argus News