Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୨୦୨୪-୨୫ ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ଦିନ କେଉଁ ନୀତି ହେବ ସେନେଇ ଆଲୋଚନା

Odisha

୨୦୨୪-୨୫ ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ଦିନ କେଉଁ ନୀତି ହେବ ସେନେଇ ଆଲୋଚନା

Jitendra Dash
Browse all articles by Jitendra Dash
·2 years ago·2 min read
୨୦୨୪-୨୫ ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ଦିନ କେଉଁ ନୀତି ହେବ ସେନେଇ ଆଲୋଚନା

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକାର ଓ ଗଣନାକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ୨୦୨୪-୨୫ ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ଦିନ ମହାପ୍ରଭୁଙ୍କର ବିଭନ୍ନ ପର୍ବପର୍ବାଣି ପାଳନ ହେବ ସେନେଇ ଆଲୋଚନା ହୋଇଛି । ଆସନ୍ତା ଏପ୍ରିଲ ୧୩ କିମ୍ବା ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ପାଳନ ନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନଭିନ୍ନ ତଥ୍ୟ ଥିବାବେଳେ ସେହି ଦ୍ବନ୍ଦ ଦୂର କରିବା ପାଇଁ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ବଜାରରେ ମିଳୁଥିବା କିଛି ପାଞ୍ଜିରେ ଆଗାମୀ ଏପ୍ରିଲ ୧୩ ତାରିଖରେ ପଣା ସଂକ୍ରାନ୍ତି ପାଳନ ନେଇ ଉଲ୍ଲେଖ ରହିଥିବା ବେଳେ ପ୍ରତ୍ୟକବର୍ଷ ଏପ୍ରିଲ ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳନ କରାଯାଏ । 

ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ବୀକୃତ ରାଧାରମଣ ପଞ୍ଜିକା ସହିତ ଅନ୍ୟ କିଛି ପଞ୍ଜିକାର ଗଣନାକାରୀ ଏପ୍ରିଲ୍ ୧୪ରେ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ପାଳନ ନେଇ ତଥ୍ୟ ଦେଇଛନ୍ତି । ଯାହାକୁ ନେଇ ଲୋକମାନେ ବିଭ୍ରାନ୍ତ ହେଉଥିବା ବେଳେ ଏହାକୁ ଦୂର କରିବା ପାଇଁ ଆସନ୍ତା ୧୨ ତାରିଖରେ ବିଭିନ୍ନ ପଞ୍ଜିକାର, ଗଣନାକାରୀଙ୍କୁ ଡକାଯାଇ ପୁର୍ନବାର ଏକ ସ୍ବତନ୍ତ୍ର ବୈଠକରେ ସ୍ବତନ୍ତ୍ର ଭାବେ ଗଣନା କରାଯାଇ ପଣା ସଂକ୍ରାନ୍ତି ପାଳନ ନେଇ ଥିବା ଦ୍ବନ୍ଦ ଦୂର କରାଯିବ । ଉକ୍ତ ବୈଠକରେ ପଣା ସଂକ୍ରାନ୍ତି ୧୩ କିମ୍ବା ୧୪ ତାରିଖରେ ପାଳନ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ବୀକୃତ ରାଧାରମଣ ପ୍ରେସ୍ ପଞ୍ଜିକା ପକ୍ଷରୁ କୁହାଯାଇଛି ତାଙ୍କର ଗଣନା ଅନୁଯାୟୀ ଏପ୍ରିଲ ୧୪ ରେ ମହାବିଷୁବ ସଂକ୍ରାନ୍ତି ପାଳନ ହେବ ।‌ ତେବେ ପଞ୍ଜିକାର ଓ ଗଣନାକାରୀଙ୍କ ମତାମତ ନିଆଯାଇ ପଣା ସଂକ୍ରାନ୍ତି ପାଳନ ନେଇ ଲୋକଙ୍କୁ ସ୍ପଷ୍ଟ କରି ଦିଆଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ଓ ଗଣନାକାରୀ । ଚଳିତ ବର୍ଷ ଅଧିବର୍ଷ ପଡ଼ୁଥିବାରୁ ଫେବ୍ରୁଆରୀ ମାସଟି ୨୯ ଦିନିଆ ରହିଛି । ଏଣୁ ଏଭଳି ଦ୍ବନ୍ଦ ସ୍ଥିତି ଉପୁଜିଥିବା ପଞ୍ଜିକାର କହିଛନ୍ତି । ସେପଟେ ଚଳିତବର୍ଷ ମହାପ୍ରଭୁଙ୍କ ଅଣବସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି । କ୍ଷୟ ତିଥି ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବେଳେ ମହାପ୍ରଭୁଙ୍କ ଅଣବସର ଓ ନେତ୍ରୋତ୍ସବ ନୀତି କିଭଳି ପାଳନ ହେବ ସେନେଇ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂର୍ବରୁ ୧୯୫୯ ଏବଂ ୧୯୭୧-୭୨ ମସିହାରେ ଏହିଭଳି ସ୍ଥିତି ଯୋଗୁ ମହାପ୍ରଭୁଙ୍କର କିଭଳି ଅଣବସର, ନେତ୍ରୋତ୍ସବ ଓ ରଥଯାତ୍ରା ନୀତି ପାଳନ ହୋଇଥିଲା ସେନେଇ ଶ୍ରୀମନ୍ଦିରର ପୂର୍ବ ପଞ୍ଜିକା ଏବଂ ରେକର୍ଡ଼କୁ ଅନୁଧ୍ୟାନ କରାଯାଇ ସବୁକିଛି ପାଳନ ହେବ ବୋଲି ସେବାୟତ କହିଛନ୍ତି । ସେହିପରି ଚଳିତ ବର୍ଷ ମହାକାର୍ତ୍ତିକ ମାସରେ ପଞ୍ଚୁକ ମଧ୍ୟ କ୍ଷୟ ତିଥି ଯୋଗୁ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଛି । ମହାପ୍ରଭୁଙ୍କ ପଞ୍ଚୁକର ଲକ୍ଷ୍ମୀ ନୃସିଂହ ବେଶ କ୍ଷୟ ତିଥି ଯୋଗୁ ଅନୁଷ୍ଠିତ ହେବ ନାହିଁ ବୋଲି କହିଛନ୍ତି ସେବାୟତ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତ ରାଧାରମଣ ପ୍ରେସ୍ ପଞ୍ଜିକାର ସୂଚନା ଅନୁସାରେ ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ଓଡ଼ିଶା ପାଇଁ ନାହିଁ ।

Argus Whatsapp Channel Mobile Top
Sponsored
Discussion on what day will be the policy for the year 2024-25 in the temple | Argus News