|
logo
Live

Argus News - ରାଜ୍ୟ ସରକାରଙ୍କ ପାଇଁ ରାଜଧାନୀ ପାଲଟିଛି ଅଳିଆ ଓ ଆବର୍ଜନାର ପାହାଡ଼

Odisha

ରାଜ୍ୟ ସରକାରଙ୍କ ପାଇଁ ରାଜଧାନୀ ପାଲଟିଛି ଅଳିଆ ଓ ଆବର୍ଜନାର ପାହାଡ଼

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ସରକାରଙ୍କ ପାଇଁ ରାଜଧାନୀ ପାଲଟିଛି ଅଳିଆ ଓ ଆବର୍ଜନାର ପାହାଡ଼

ଅର୍ଗସ ବ୍ୟୁରୋ : ରାଜଧାନୀ ରାଜ୍ୟର ମୁଖଶାଳା ହୋଇଥିଲେ ମଧ୍ୟ ସରକାରଙ୍କ ଦାୟିତ୍ବହୀନତା ଲୋକତନ୍ତ୍ର ପାଇଁ ଉପହାସ । ରାଜଧାନୀ ସହର ଦୁର୍ଗନ୍ଧରେ ଫାଟୁଛି କିନ୍ତୁ ମେୟର ଓ ବିଧାୟକ ମାନଙ୍କ ଦାଇତ୍ୱ ହୀନତା ପ୍ରମାଣିତ କରୁଛି ରାଜ୍ୟରେ ଶାସନର ଅରାଜକତାକୁ । କଟା ଘାରେ ଚୂନ ଦେଲା ଭଳି ମେୟରଙ୍କର ଦାୟିତ୍ବହିନ ମନ୍ତବ୍ୟ ଭୁବନେଶ୍ୱର ବାସୀଙ୍କୁ ମର୍ମାହତ କରିଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କଟାକ୍ଷ କରିବା ଅହଂକାରର ପରିଚୟ । ରାଜଧାନୀ ରାଜ୍ୟ ମୁଖଶାଳା ହୋଇଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଓ ଦାୟିତ୍ୱରେ ଥିବା ସରକାରୀ ଅନୁଷ୍ଠାନ ଗୁଡ଼ିକ ଓ ରାଜନେତା ମାନଙ୍କ ଦାୟୀତ୍ଵ ହୀନତା ଲୋକତନ୍ତ୍ର ପାଇଁ ଉପହାସ ।

ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭୀଚାରର ପାହାଡ’ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିସାରିଛି, ଯାହାକି ସାଧାରଣ ଜନତାଙ୍କୁ ଅତ୍ୟବ୍ୟସ୍ତ କରିସାରିଲାଣି । ଗୋଟିଏ ପଟେ ରାଜଧାନୀରେ ବିଏମସି ପ୍ରଶାସନ ସ୍ଥାଣୁ ପାଲଟି ସାରିଥିବାବେଳେ ଅନ୍ୟ ପଟେ ରାଜ୍ୟ ସରକାର ଅନ୍ଧ, ମୁକ, ବଧିର ପାଲଟିଛନ୍ତି । ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ବର୍ତ୍ତମାନ ଭୁବନେଶ୍ୱରରେ ଏକ ଜନଆନ୍ଦୋଳନରେ ପରିଣତ ହେଲାଣି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି ରାଜଧାନୀରେ । କୃତ୍ରିମ ଅଳିଆ ପାହାଡ଼ କୁ ନେଇ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ୨୪ ଦିନ ସତ୍ୟାଗ୍ରହ ପରେ ସରକାରଙ୍କ ଉଦାସିନତା ବିରୋଧରେ ବିଜେପି ତାର ସତ୍ୟାଗ୍ରହକୁ ଆହୁରି ଶାଣିତ କରିଛି । ଘରକୁ ଘର ଜାଇ ସରକାର ଙ୍କ ଅପାରଗତା ସମ୍ପର୍କରେ ପ୍ରଚାର ପତ୍ର ବାଣ୍ଟିବା ସହ ପଥାନ୍ତର ସଭା କରି ଦଳର ନେତା ସରକଙ୍କ ବିରୁଦ୍ଧରେ ବିଭିନ୍ନ ଛକ ଓ ଗହଳି ସ୍ଥାନରେ ଭାଷଣ ଦେଉଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୈନିକ ସ୍କୁଲ ସମ୍ମୁଖରେ ସତ୍ୟାଗ୍ରହରେ ବସିବା ସହ ବିଜେପି କାର୍ଯ୍ୟକର୍ତ୍ତା ଭୁବନେଶ୍ୱରର ପ୍ରତ୍ୟେକ ଘରକୁ ଘର ଜାଇ ସମସ୍ତଙ୍କୁ ସଚେତନ ପାଇଁ କରପତ୍ରକ ବାଣ୍ଟୁଛନ୍ତି ଓ ବିଭିନ୍ନ ସ୍ଥାନରେ ପଥାନ୍ତର ସଭା କରି ସରକାରଙ୍କ ବିଫଳତା ସମ୍ପର୍କ ରେ ଜଣାଇଛନ୍ତି । ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଭୁବନେଶ୍ୱର ସହରକୁ ଅଳିଆ ଆବର୍ଜନା ମୁକ୍ତ କରିବା ପାଇଁ ବଡ଼ ଜନ ଆନ୍ଦୋଳନ କରିବାକୁ ଉଦ୍ୟମରତ । ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନର ସଦସ୍ୟଙ୍କ ସମେତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପିର ସମସ୍ତ ନେତୃତ ଉପସ୍ଥିତ ଥିଲେ ।

Sponsored
ରାଜ୍ୟ ସରକାରଙ୍କ ପାଇଁ ରାଜଧାନୀ ପାଲଟିଛି ଅଳିଆ ଓ ଆବର୍ଜନାର ପାହାଡ଼ | Argus News