Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି, କମିଛି ମାଟି ଦୀପର ଚାହିଦା

Odisha

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି, କମିଛି ମାଟି ଦୀପର ଚାହିଦା

Jitendra Dash
Browse all articles by Jitendra Dash
·2 years ago·2 min read
ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି, କମିଛି ମାଟି ଦୀପର ଚାହିଦା

ଅର୍ଗସ ବ୍ୟୁରୋ : ଆଲୋକର ପର୍ବ ଦୀପାବଳି ପାଖେଇ ଆସୁଛି । ଅନ୍ଧାର ଉପରେ ଆଲୋକର ବିଜୟର ଏହି ପର୍ବ । ଘରେ ମାଟିଦୀପ ଲଗାଇ ଏହିଦିନ ଅନ୍ଧାରକୁ ଦୂର କରାଯାଇଥାଏ ।  ନିଜ ପରିବାରର ବଡ଼ ବଡୁଆ, ମା’ ଲକ୍ଷ୍ମୀ, ମା’ କାଳୀଙ୍କ ଉଦେଶ୍ୟରେ ଦୀପ ଲଗାଇ ଅମବାସ୍ୟାର ଅନ୍ଧାରକୁ ଆଲୋକିତ କରିବେ । କିନ୍ତୁ ଏଇ ମାଟି ଦୀପ ତିଆରି କରୁଥିବା କୁମ୍ଭାରଙ୍କ ଘର ଓ ତାଙ୍କ ଜୀବନର ଅନ୍ଧକାରକୁ ଦୂର କରିବାକୁ କେହି କେବେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏବେ ଆଧୁନିକତାର ଚାକଚକ୍ୟରେ ହଜି ଯାଉଛି ମାଟି ଦୀପ ଓ ତା'ର ଚାହିଦା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଉ ଦିନ କେଇଟାରେ ଆଲୋକର ପର୍ବ ଦୀପାବଳି । ହେଲେ ପୂର୍ବଭଳି ଆଉ ଦୀପର ଏବେ ଚାହିଦା ନାହିଁ । ଯାହାଫଳରେ କୁମ୍ଭକାର ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି। କେବଳ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କିଛି କୁମ୍ଭକାର ପରିବାର ମାଟି ଦୀପ ନିର୍ମାଣ କରୁଛନ୍ତି ।  କିନ୍ତୁ ବେପାର ନାହିଁ । ଚାଇନା ଦୀପ ସହ ଡିଜାଇନ ଦୀପ, ଏଲଇଡି ଲାଇଟ ସହ ମହମବତୀ ଏବେ ଦୀପର ସ୍ଥାନ ନେଇଛି । ଲୋକେ ଦୀପ ପ୍ରତି ମୁହଁ ଫେରାଇ ନେଉଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ସହରରେ ଏବେ ସୁନ୍ଦର ଅଟ୍ଟାଳିକା ସହିତ ମାର୍ବଲ ଓ ଟାଇଲସ ଚଟାଣ ଯୋଗୁଁ ଲୋକେ ଦୀପ ବଦଳରେ ମହମବତୀ ନେଇ କାମ ଚଲାଉଛନ୍ତି । ଆଉ କେତକ ତେଲ ଦର ଅଧିକା ଥିବାରୁ ମାଟି ଦୀପ ଜଳିବା କଷ୍ଟ ବୋଲି କୁହନ୍ତି । ତେଣୁ ମାଟିଦୀପ ପ୍ରତି ଲୋକେ ମୁହଁ ଫେରାଇ ନେଲେଣି । କେବଳ ବିଧି ରକ୍ଷା କରିବା ପାଇଁ ତୁଳସୀ ଚଉରା ମୂଳରେ ମାଟି ଦୀପ ଜାଳୁଛନ୍ତି । ତେଣୁ ଦୀପ ତିଆରି କରୁଛୁ ଓ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ । 

ଦୀପାବଳିରେ ମାଟି ଦୀପରେ ଜଡ଼ା ତେଲ ବା ଟୁଲ ତେଲ  ପକାଇ ଜାଳିବା ବିଧି ରହିଛି । ଲୋକେ ଆଧୁନିକ ଆଡକୁ ଯାଉଥିବା ବେଳେ ପରମ୍ପରାକୁ ଭୁଲି ଯାଉଛନ୍ତି । ଓଡ଼ିଆ ପରମ୍ପରା ଅନୁଯାୟୀ ମାଟି ଦୀପ ଜାଳିବାର ବିଧି ରହିଛି କିନ୍ତୁ ଆଧୁନିକତା ଭିତରେ ଏସବୁକୁ ଲୋକେ ଏବେ ଭୁଲି ଗଲେଣି । ସଂସ୍କୃତି ଏବେ ବି ଜୀବିତ ଅଛି ମରିନାହିଁ ତେଣୁ ମାଟି ଦୀପର କିଛି ମାତ୍ରାରେ ଆଦର ଅଛି । ମନ୍ଦିରରେ ମାଟି ଦୀପ ଲାଗୁଛି । ତେଣୁ ଅଧିକ ସଂଖ୍ୟାରେ ନହଲେ ବି କିଛି ମାତ୍ରାରେ ବଜାରରେ ମାଟି ଦୀପର ଚାହିଦା ଅଛି । ଗୋଟିଏ ପଟେ ଚାଇନା ଲାଇଟର ଚାହିଦା ଅନ୍ୟପଟେ ମାଟି କାରିଗରର ପୁରା ପରିବାର ଲାଗି ପଡିଲେ ମଧ୍ୟ ନିଜର ଉଚିତ ମୂଲ୍ୟ ପାଉନାହାଁନ୍ତି । 
 

Sponsored
diwali festival | Argus News