Videos
|
Odisha

Diwali / ମାନିଲେନି ପୋଲିସ୍‌ର ଗାଇଡଲାଇନ୍‌, ରାତି ୯ଟା ପରେ ବି ଫୁଟାଇଲେ ବାଣ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ମାନିଲେନି ପୋଲିସ୍‌ର ଗାଇଡଲାଇନ୍‌, ରାତି ୯ଟା ପରେ ବି ଫୁଟାଇଲେ ବାଣ

Key Points

ମାନିଲେନି ପୋଲିସ୍‌ର ଗାଇଡ୍‌ଲାଇନ୍‌ । ରାତି ୯ଟା ପରେ ଫୁଟାଇଲେ ବାଣ । ପୂର୍ବରୁ ୭ରୁ ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଆସିଥିଲା ଗାଇଡ୍‌ଲାଇନ୍‌ ।
ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ତେବେ ଦୀପାବଳିରେ କେତେବେଳେ ଫୁଟାଇବେ ବାଣ ସେନେଇ ପୂର୍ବରୁ ପୋଲିସ୍‌ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ଭୁବନେଶ୍ବର ଓ କଟକରେ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ପୋଲିସ୍ ଧାର୍ଯ୍ୟ କରିଥିଲା ।

ଆଉ ଯଦି କେହି ଅମାନିଆ ରାତି ୯ଟା ପରେ ବାଣ ଫୁଟାଇବେ ତେବେ ସେମାନଙ୍କୁ ପୋଲିସ୍ ବାନ୍ଧିବ । ଏହା ସହ ଗ୍ରୀନ୍ କ୍ରାକର ବ୍ୟତୀତ ଉଚ୍ଚ ଶବ୍ଦକାରୀ ବାଣ ଫୁଟାଇଲେ ବନ୍ଧା ହେବେ । ସେହିପରି ଦୀପାବଳି ବାହାନାରେ ମଦ୍ୟପାନ କରି ରାସ୍ତାରେ ବୁଲିଲେ ଗାଡ଼ି ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯିବ । ସମସ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ ଟିମ୍ ପ୍ରସ୍ତୁତ ରହିବା ପାଇଁ ଭୁବନେଶ୍ବର ଡିସିପି ଜଗମୋହନ ମୀନା ନିର୍ଦ୍ଦେଶ ଦେଇଥିଲେ । ସେହିପରି କଟକରେ ମଧ୍ୟ ରାତି ୯ଟା ପରେ ବାଣ ଫୁଟିବନି ବୋଲି ପୋଲିସ୍‌ ପକ୍ଷରୁ ଗାଇଡଲାଇନ୍ ଆସିଥିଲା ।

କିନ୍ତୁ ଟ୍ବିନ୍ ସିଟି ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିଥିଲା । ପୋଲିସ୍‌ର ନିୟମ ନମାନି କିଛି ଅମାନିଆ ରାତି ୯ଟାରେ ବାଣ ଫୁଟାଉ ଥିବାର ଦେଖିବାକୁ ମିଳିଥିଲା । ସେ କଟକ ହେଉ କି ଭୁବନେଶ୍ବର କିଛି ଅମାନିଆ ରାତି ୯ଟା ପରେ ମଧ୍ୟ ବାଣ ଫୁଟାଉଥିଲେ ।

ଅଧିକ ପଢ଼ନ୍ତୁ: ଟ୍ରାଫିକ୍‌ ପୋଷ୍ଟକୁ ଯାଇ କାର୍ଯ୍ୟରତ କର୍ମଚାରୀଙ୍କୁ ମିଠା ବାଣ୍ଟିଲେ ପୋଲିସ କମିଶନର, ବଢ଼ାଇଲେ ମନୋବଳ


ଲୋକେ ଘରେ ରହି ଆନନ୍ଦରେ ଦୀପାବଳି ପାଳନ କରୁଛନ୍ତି । ଆଉ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ସବୁଠି ସଜାଗ ରହିଛି । ଥାନାରୁ ନେଇ ଟ୍ରାଫିକ୍ ପୋଷ୍ଟ ଆଉ ଗୁରୁତ୍ଵପୂର୍ଣ୍ଣ ଛକ ଓ ବଜାର ସବୁଠି ଦୀପାବଳିରେ ବି ଦାୟିତ୍ଵ ତୁଲାଉଛନ୍ତି ପୋଲିସରେ କାର୍ଯ୍ୟରତ କର୍ମଚାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ପୁରୁଷ ପୋଲିସ ନୁହଁନ୍ତି ମହିଳା ପୋଲିସ କର୍ମଚାରୀ ମଧ୍ୟ ଦୀପାବଳି ରାତିରେ ଡ୍ୟୁଟି କରୁଛନ୍ତି । ବିଭିନ୍ନ ଛକରେ ଟ୍ରାଫିକ୍ ପୋଲିସ ଡ୍ୟୁଟି କରୁଥିବା ବେଳେ ସେମାନଙ୍କ ସହ ଦୀପାବଳି ପାଳିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂହ ଓ ଡିସିପି ଜଗମୋହନ ମୀନ ।

ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଡ୍ୟୁଟି କରୁଥିବା ଟ୍ରାଫିକ କର୍ମଚାରୀଙ୍କୁ ଭେଟି ମିଠା ଦେଇ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ କମିଶନର । ଭୁବନେଶ୍ୱର ଡିସିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଟ୍ରାଫିକ୍ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇ ମିଠା ବାଣ୍ଟିଛନ୍ତି । ଏହା ପଛର ଉଦ୍ଦେଶ୍ୟ କର୍ମଚାରୀଙ୍କ ମନୋବଳ ବଢ଼ାଇବା ବୋଲି କହିଛନ୍ତି ପୋଲିସ କମିଶନର ।

Related Topics

Explore more stories