Videos
|
Odisha

Diwali Kali Puja / ରାତିପାହିଲେ ମା' କାଳୀଙ୍କ ପୀଠରେ ବିଶେଷ ପୂଜା; ଭକ୍ତଙ୍କୁ ପାଦ ଦର୍ଶନ ଦେବେ ମା'

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ରାତିପାହିଲେ ମା' କାଳୀଙ୍କ ପୀଠରେ ବିଶେଷ ପୂଜା; ଭକ୍ତଙ୍କୁ ପାଦ ଦର୍ଶନ ଦେବେ ମା'
Diwali Kali Puja

Key Points

ରାତି ପାହିଲେ ଦୀପାବଳିକୁ କାଳୀପୂଜା
ମା' କାଳୀଙ୍କ ପୀଠରେ ବିଶେଷ ପୂଜା
ଭକ୍ତଙ୍କୁ ପାଦ ଦର୍ଶନ ଦେବେ ମା'
ରାତି ପାହିଲେ ଆଲୋକର ପର୍ବ ଦୀପାବଳି ଓ କାଳୀପୂଜା । ଭକ୍ତିମୟ ପରିବେଶରେ ମାଙ୍କୁ ଆରଧନା କରିବା ପାଇଁ ଚଳଚଞ୍ଚଳ ଧରାପୃଷ୍ଠ । କଟକରେ ବିଭିନ୍ନ ପୂଜା ମଣ୍ଡପ ଏବଂ ମା କାଳୀଙ୍କ ପୀଠରେ ରୀତି ନୀତି ଅନୁସାରେ ମାଙ୍କ ପୂଜା ଅନୁଷ୍ଠିତ ହେବ। ଷୋଡଶ ଉପଚାର ପୂଜା ସରିବା ପରେ ମା ଭକ୍ତଙ୍କୁ ପାଦ ଦର୍ଶନ ଦେବେ ।

କାଳୀପୂଜା ପାଇଁ ଚଳଚଞ୍ଚଳ ପୁରୀର ବିରଗୋବିନ୍ଦପୁର, ସମଯାଜପୁର ଏବଂ ବୀରପ୍ରତାପପୁର ଗାଁ । ତିନି ଗୋଟି ଗ୍ରାମରେ ତିନି ଭଉଣୀ ପୂଜା ପାଉଛନ୍ତି । ବୀରପ୍ରତାପପୁରର ପୂଜା ପାଉଛନ୍ତି ବଡ ଭଉଣୀ ମା' କାମରୂପା କାଳୀ, ସମାଯାଜପୁରେ ମଝିଆଁ ଭଉଣୀ ମା' ଉଗ୍ରାତାରା କାଳୀ ଏବଂ ବୀରଗୋବିନ୍ଦପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ସାନ ଭଉଣୀ ମା' ଦକ୍ଷିଣକାଳୀ । ନିଶାର୍ଦ୍ଧ ରାତିରେ ତନ୍ତ୍ରୋକ୍ତ ପଞ୍ଚମକାର ନୀତିରେ ପୂଜା ହେବେ ମା' କାଳୀ । ୯ ତାରିଖ ଦିନ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ । କାଳୀପୂଜା ପାଇଁ ସଜେଇ ହେଲାଣି ବ୍ୟାସନଗର ସହର । ଚଳିତ ବର୍ଷ ଯାଜୁପର ଜିଲ୍ଲାର ବିଭିନ୍ନ ସହରର ୧୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଶ୍ୟାମାକାଳୀ।

  • ରାଜଧାନୀରେ ପୂଜା ପାଇଁ ବିଶେଷ ପ୍ରସ୍ତୁତି
ଭୁବନେଶ୍ବର ସତ୍ୟନଗର କାଳୀ ମନ୍ଦିର ହେଉକୁ ବରମୁଣ୍ଡା ଦକ୍ଷିଣ କାଳୀ ମନ୍ଦିର ସବୁଠି ଚାଲିଛି ମାଙ୍କ ଆରାଧନା । ବିଶ୍ୱଶାନ୍ତି ଓ ମଙ୍ଗଳ କାମନା ଲାଗି ଦକ୍ଷିଣକାଳୀ ମନ୍ଦିରରେ ଗତ ୬ ତାରିଖରୁ ଆରମ୍ଭ ହୋଇଛି ଯଜ୍ଞ ଓ ମା’ କାଳୀଙ୍କ ପୂଜାର୍ଚ୍ଚନା ।

  • ବାଣ ଦୋକାନରେ ପ୍ରବଳ ଭିଡ଼
ଆଲୋକର ପର୍ବ ଦୀପାବଳି ପାଇଁ ବାଣ ଦୋକାନରେ ଜମିଲାଣି ଭିଡ଼ । ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ଓ ଫ୍ୟାନ୍ସି ବାଣରେ ଭରିଛି ଦୋକାନ । ବଜାରରେ ଉପଲବ୍ଧ ରହିଛି ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଗ୍ରୀନ୍ କ୍ରାକର୍ସ । ଛୋଟ ପିଲାଙ୍କ ପାଇଁ ଚକ୍ରି, କୁମ୍ଭି, ସଟ୍ସମେତ ଅନେକ ପ୍ରକାରର ବାଣ ରହିଥିବା ବେଳେ ରଙ୍ଗବେରଙ୍ଗ ଓ ଫ୍ୟାନ୍ସି ବାଣ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ୫ ଟଙ୍କାରୁ ଆରମ୍ଭ କରି ୮ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ବାଣର ଦର । ସେପଟେ ଜଟଣୀ ବାଣ ବଜାରରେ ଗ୍ରାହକଙ୍କ ଭିଡ଼ । ନିଜ ମନ ପସନ୍ଦର ବାଣ ସୁଲଭ ଦରରେ କିଣି ନେଉଛନ୍ତି ଗ୍ରାହକ । ଚଳିତ ବର୍ଷ ଜଟଣୀ ଥାନା ଓ ଇଂଫୋଭ୍ୟାଲି ଥାନା ଅଧୀନରେ ପ୍ରାୟ ୧୬୦ଟି ଅସ୍ଥାୟୀ ଦୋକାନ ଖୋଲିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଦୀପାବଳିରେ ହାଇ ଆଲର୍ଟରେ ପୋଲିସ, ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା

  • ଯବାନଙ୍କ ନିଆରା ଦୀପାବଳି, ଅଯୋଧ୍ୟାରେ ଜଳିବ ୩୦ଲକ୍ଷ ଦୀପ
ସେପଟେ ବାୟୁସେନା ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପଶ୍ଚିମବଙ୍ଗ ବାଗଡୋଗ୍ରାରେ ବାୟୁସେନା ଅଧିକାରୀ ଓ ଯବାନଙ୍କ ସହ ସେ ଦୀପାବଳି ପାଳିବା ସହ ଯବାନଙ୍କୁ ମିଠା ଖୁଆଇଥିଲେ । ଦଶମ ଦୀପୋତ୍ସବ ପାଇଁ ଝଲସୁଛି ଅଯୋଧ୍ୟା । ସରଯୂ ନଦୀ କୂଳରେ ୫୬ଟି ଘାଟରେ ୩୦ ଲକ୍ଷ ଦୀପ ଜାଳିବାର କାର୍ଯ୍ୟକ୍ରମ ରହିଛି । ୨,୧୦୦ ଡ୍ରୋନ୍ ରାମାୟଣର ପ୍ରସଙ୍ଗକୁ ଆକାଶରେ ଜୀବନ୍ତ କରି ଗଢ଼ି ତୋଳିବେ ।