Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ama Bus Service to Stop / ଦୀପାବଳି ପାଇଁ କାଲି ଅପରାହ୍ମ ୩ଟା ପରେ ଚାଲିବନି 'ଆମ ବସ୍‌'

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଦୀପାବଳି ପାଇଁ କାଲି ଅପରାହ୍ମ ୩ଟା ପରେ ଚାଲିବନି 'ଆମ ବସ୍‌'

Key Points

ଦୀପାବଳି ପାଇଁ କାଲି ଅପରାହ୍ମ ୩ଟା ପରେ 'ଆମ ବସ୍' ସେବା ଚାଲିବନି । କୌଣସି ରୁଟରେ 'ଆମ ବସ୍' ଚଳାଚଳ କରିବ ନାହିଁ । ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ ।
ଆସନ୍ତାକାଲି ଅପରାହ୍ମରେ ଚାଲିବନି 'ଆମ ବସ୍' । ଦୀପାବଳି ପାଇଁ ଆସନ୍ତାକାଲି ଅପରାହ୍ମ ୩ଟା ପରେ 'ଆମ ବସ୍' ସେବା ଚାଲିବନି । କୌଣସି ରୁଟରେ 'ଆମ ବସ୍' ଚଳାଚଳ କରିବ ନାହିଁ । ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ । ୨୧ ତାରିଖରୁ ପୁଣି ସ୍ବାଭାବିକ ହେବ ଆମ ବସ୍ ସେବା । ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କାଲି ଅପରାହ୍ମ ୩ଟା ପର୍ଯ୍ୟନ୍ତ ସମସ୍ତ ରୁଟ୍‌ରେ 'ଆମ ବସ୍' ସେବା ଜାରି ରହିବ ।

ତେବେ ଦୀପାବଳିରେ କେତେବେଳେ ଫୁଟାଇବେ ବାଣ ? ଏନେଇ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥର ଦୀପାବଳିରେ ପୂରା ରାତି ନୁହେଁ ବରଂ କେବଳ କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ବାଣ ଫୁଟିବ । ବାଣ ଫୁଟାଇବା ନେଇ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜର ରଖି କମିଶନରେଟ୍ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କେବଳ ସବୁଜ ବାଣ ବିକ୍ରୀ ଓ ଫୁଟାଇବାକୁ ଅନୁମତି ଦିଆଯାଇଛି । ସନ୍ଧ୍ୟା ୭ରୁ ୯ଟା ପର୍ଯ୍ୟନ୍ତ ବାଣ ଲୋକେ ଫୁଟାଇ ପାରିବେ । ଦୀପାବଳି ରାତିରେ ରାଜଧାନୀରେ ପୋଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ କରାଯିବ । ଲୋକାଲ ବାଣ ବିକ୍ରି କଲେ ପୋଲିସ ଚଢ଼ାଉ କରିବ ବୋଲି ଗାଇଡଲାଇନରେ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ନୂଆପଡା ଉପନିର୍ବାଚନ: କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ଷ୍ଟାର କ୍ୟାମ୍ପେନର ତାଲିକାରେ ନାହାନ୍ତି ସୋଫିଆ ଓ ରମେଶ ଜେନା


ସେପଟେ ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ୍‌ ଛୁଟି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା । ସ୍କୁଲ ଓ ଗଣଶିକ୍ଷା ବିଭଗର ସୂଚନା ଅନୁସାରେ ନୂଆପଡ଼ା ବ୍ୟତୀତ ରାଜ୍ୟର ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।

ସେହିପରି ଦୀପାବଳିକୁ ନେଇ ତାରିଖ ଦ୍ଵନ୍ଦ୍ଵ ଭିତରେ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଦୀପାବଳି ପାଇଁ ସରକାର ଅକ୍ଟୋବର ୨୦ ତାରିଖ ସୋମବାରକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଫଳରେ ସରକାରୀ କର୍ମଚାରୀ ଦୁଇ ଦିନ ଛୁଟି ପାଇବେ । ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କ୍ୟାଲେଣ୍ଡର ଅନୁସାରେ, ୨୧ ତାରିଖରେ ଦୀପାବଳି ଛୁଟି ରହିଥିଲା । ଏବେ ସରକାର ୨୦ ତାରିଖକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ତେଣୁ ଏଥର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଛୁଟି ଦୁଇଦିନ ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Diwali Break: ‘Ama Bus’ Service to Stop After 3 PM Tomorrow | Argus News