ହାଇଟେକ୍ ଟ୍ରାଜେଡି : ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଦିଲ୍ଲୀପଙ୍କ ପରିବାର

ଅର୍ଗସ ବ୍ୟୁରୋ : ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ହାଇଟେକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମୃତ ଦିଲ୍ଲୀପଙ୍କ ପରିବାର ଲୋକେ । ଗତକାଲି ବିଳମ୍ବିତ ରାତ୍ରିରେ ହାଇଟେକ ମେଡିକାଲ ବିସ୍ଫୋରଣରେ ତୃତୀୟ ମୃତକ ପିପିଲି ହରିରାଜପୁର ବଅଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ଗାଁରେ ପହଁଚିଥିଲା । ଡ଼ିଏନଏ ରିପୋର୍ଟ ଟେଷ୍ଟ ପରେ ଦିଲ୍ଲୀପଙ୍କ ଶବ ବୋଲି ସ୍ପଷ୍ଟ ହେବା ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଦିଲ୍ଲୀପଙ୍କ ମାଆ କହିଛନ୍ତି, ରାତି ୯ଟା ବେଳେ ଆମ ପୁଅ ଠିକ୍ ଥିଲା । ହଠାତ କେମିତି ରାତିରେ ମୃତ୍ୟୁ ହୋଇଗଲା । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ମେଡିକାଲର ଡାକ୍ତର ଓ କର୍ତ୍ତୃପକ୍ଷ ଷଡ଼ଯନ୍ତ୍ର କରି ପୁଅକୁ ମାରିଦେଲେ ବୋଲି ଦିଲ୍ଲୀପଙ୍କ ମା ଓ ମାଉସୀ ଅଭିଯୋଗ କରିଥିଲେ । ଯଦି ପୁଅ ବଞ୍ଚି ଥାଆନ୍ତ ବୋହୂ ଆତ୍ମହତ୍ୟା କରିନଥାନ୍ତା । ଏଥିପାଇଁ ହାଇଟେକ ମେଡିକାଲର ଡାକ୍ତର ଓ ମାଲିକଙ୍କୁ ଗିରଫ କରିବାକୁ ଦାବି ହୋଇଛି ।