ଡାକ୍ତରବାବୁଙ୍କ ମଦ୍ୟପ ନୃତ୍ୟ, ଭାଇରାଲ ହେଲା ଭିଡିଓ

ଖୋର୍ଦ୍ଧା : ମଦ ଗ୍ଲାସ ରଖି ସୁପର୍ ଡ୍ୟାନ୍ସ , ତାହା ପୁଣି ଫୁଲ୍ ବାଲାନ୍ସ । ଏଭଳି ଡ୍ୟାନ୍ସ କରୁଛନ୍ତି ପ୍ରାଣୀ ବିଭାଗର ଡାକ୍ତର ବାବୁ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଡାକ୍ତର ବାବୁଙ୍କ ଏହି ମଦ ଡ୍ୟାନ୍ସ , ତାହା ପୁଣି ସିଗାରେଟ ପିଇବା ଷ୍ଟାଇଲରେ । ଡାକ୍ତର ବାବୁ ନିଜ ମୁଣ୍ଡ ଉପରେ ମଦ ବୋତଲ ରଖି ହାତରେ ସିଗାରେଟ ଧରି ପିଇବା ଷ୍ଟାଇଲ କୁ ମାନିବାକୁ ପଡିବ । ଏ ଡାକ୍ତର ବାବୁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ ରେ ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଦେବାଶିଷ ଦାସ । ଡାକ୍ତର ବାବୁଙ୍କ ଏ ହେଉଛି ମଦ୍ୟପ ନୃତ୍ୟ ।
ଅଧିକ ପଢନ୍ତୁ ଓଡିଶା ଖବର
ଡାକ୍ତର ବାବୁ ଜଣେ ସରକାରୀ ଡାକ୍ତର ହୋଇ ଡାକ୍ତରଖାନାରେ କେମିତି ମଦ ସିଗାରେଟ ପିଇ ମୁଣ୍ଡରେ ମଦ ଗ୍ଲାସ ରଖି ବାଲାନ୍ସ କରି ଡ୍ୟାନ୍ସ କରୁଛନ୍ତି ? ଭିଡିଓ ଟି ପୁରୁଣା ହେଇଥିଲେ ବି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏଠି ପ୍ରଶ୍ନ ଜଣେ ସରକାରୀ କର୍ମଚାରୀ , ପୁଣି ଅଫିସ ଭିତରେ ଏମିତି କାମ କରିବା କେତେ ଦୂର ଯଥାର୍ଥ ତାହା ଆପଣଙ୍କ ବିଚାର !