Videos
|
Odisha

Dog Diabetes / ମଣିଷ ନୁହେଁ, କୁକୁରକୁ ବି ହେଉଛି ଡାଏବେଟିସ୍ ! ଭୁବନେଶ୍ବରରେ ଚାଲିଛି ଇନସୁଲିନ୍ ଚିକିତ୍ସା

Santosh Kumar Sahoo
Browse all articles by Santosh Kumar Sahoo
·46 mins ago·2 min read
ମଣିଷ ନୁହେଁ, କୁକୁରକୁ ବି ହେଉଛି ଡାଏବେଟିସ୍ ! ଭୁବନେଶ୍ବରରେ ଚାଲିଛି ଇନସୁଲିନ୍ ଚିକିତ୍ସା
Dog Diabetes

Key Points

କୁକୁରକୁ ହେଉଛି ଡାଏବେଟିସ୍
ମଧୁମେୟ ରୋଗରେ କୁକୁରର ଯାଉଛି ଜୀବନ !
କେମିତି ହେବ ଏହାର ନିରାକରଣ ?
ମଣିଷକୁ ହେଉଛି ଡାଏବେଟିସ୍ । ହେଲେ କୁକୁରକୁ ବି ହେଉଛି ଡାଏବେଟିସ୍ । ଏହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏହା ସତ । ମଣିଷଙ୍କ ପରି କୁକୁରକୁ ବି ଦିଆଯାଉଛି ଇନସୁଲିନ୍ । ରାଜଧାନୀ ଭୁବନେଶ୍ବରରେ ଡାଏବେଟିସ୍ ହୋଇଥିବା କୁକୁରର ପ୍ରାଣୀ ଚିକିତ୍ସାଳୟରେ କରାଯାଉଛି ଚିକିତ୍ସା ।

ଅଧିକ ବୟସ ଏବଂ ଖାଦ୍ୟ ପେୟରେ ନିୟନ୍ତ୍ରଣ ନ ରହିବା କାରଣରୁ ଏବେ କୁକୁର ବି ଡାଏବେଟିସର ଶିକାର । ଘରେ ରଖାଯାଇଥିବା ବିଭିନ୍ନ ପ୍ରଜାତିର କୁକୁରକୁ ମାଲିକମାନେ ଚିକେନ୍, ମଟନ୍, କ୍ଷୀର ପ୍ରଚୁର ମାତ୍ରାରେ ଦେଉଛନ୍ତି । ପ୍ରତିଦିନ କୁକୁରଙ୍କ ପାଇଁ ରହୁନି ଡାଏଟ ପ୍ଲାନ୍ । ଏପରିକି ଅଧିକ ସମୟ ଧରି କୁକୁରଙ୍କୁ କରାଯାଉ ନାହିଁ ଶାରୀରିକ ବ୍ୟାୟାମ । ଯେଉଁଥିପାଇଁ ଅଧିକ ପୋଷା କୁକୁରଙ୍କୁ ମଧୁମେହ ରୋଗରେ ପୀଡ଼ିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ଟ୍ବିନ ସିଟିରେ ମାତିଛନ୍ତି ଫୁଡ୍ ମାଫିଆ, ମିଠା ନାଁରେ ବିକ୍ରି ହେଉଛି ମିଠା ଜହର


ଡାଏବେଟିସ ହେଲେ କୁକୁର ଅଧିକ ଥର ପରିଶ୍ରା କରିଥାଏ । ଥକ୍କା ପଣ ଅନୁଭବ ହୋଇଥାଏ । ଶରୀରରେ ଘା ହେଲେ ଏହା ଶୁଖି ନଥାଏ । କୁକୁର ଶରୀରରେ ପ୍ରାକୃତିକ ଭାବରେ ଇନସୁଲିନ୍ ସୃଷ୍ଟି ହୋଇ ରକ୍ତର ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିଥାଏ । ହେଲେ କୁକୁରମାନଙ୍କର ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ । ଯାହା ଫଳରେ କୁକୁରକୁ ହେଉଛି ଡାଏବେଟିସ୍ । ସେଥିପାଇଁ ସେମାନଙ୍କୁ ଦିଆଯାଉଛି ଇନସୁଲିନ୍ ।

ଭୁବନେଶ୍ବର ସ୍ଥିତ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଏବଂ ଶହୀଦ ନଗର ଠାରେ ଥିବା ପ୍ରାଣୀ ଚିକିତ୍ସାଳୟରେ ପୋଷା କୁକୁରମାନଙ୍କର ଡାଏବେଟିସ୍ ରୋଗର ଚିକିତ୍ସା କରାଯାଉଛି । ନିରାକରଣ ପାଇଁ ଏତିକି ଯଥେଷ୍ଟ କି ? ଅନ୍ୟପଟେ ବୁଲା କୁକୁରମାନଙ୍କ କ୍ଷେତ୍ରରେ ଏହି ରୋଗର ଚିକିତ୍ସା କରିବା ସମ୍ଭବ ହେଉନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: