Videos
|
Odisha

Pahala Sweet Shop Raid / ଟ୍ବିନ ସିଟିରେ ମାତିଛନ୍ତି ଫୁଡ୍ ମାଫିଆ, ମିଠା ନାଁରେ ବିକ୍ରି ହେଉଛି ମିଠା ଜହର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଟ୍ବିନ ସିଟିରେ ମାତିଛନ୍ତି ଫୁଡ୍ ମାଫିଆ, ମିଠା ନାଁରେ ବିକ୍ରି ହେଉଛି ମିଠା ଜହର
Pahala Sweet Shop Raid

Key Points

ପାହାଳରେ ଫୁଡ୍ ସେଫ୍ଟି ବିଭାଗର ରେଡ୍
ମିଠାରେ ରାସାୟନିକ ପଦାର୍ଥ ମିଶିଛି ନା ନାହିଁ କରୁଛନ୍ତି ଯାଞ୍ଚ
ଧରାପଡିବା ଭୟରେ ସଟର ପକାଇ ଦୋକାନୀ ଫେରାର୍
ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଅପମିଶ୍ରଣ ପାଇଁ ଯାଞ୍ଚକୁ ଜୋରଦାର କରିଛି ସ୍ୱାସ୍ଥ୍ୟ ବିଭାଗ । ଫୁଡ୍ ସେଫ୍ଟି ଅନ୍ ହୁଇଲ୍ସ ଭ୍ୟାନ୍ ଜରିଆରେ ମଧ୍ୟ ପାହାଳ ଅଞ୍ଚଳର ବିଭିନ୍ନ ମିଠା ଦୋକାନରେ ଅଚାନକ ଚଢ଼ାଉ ମାରିଥିଲା ଟିମ୍ । ପାହାଳରେ ବିକ୍ରି ହେଉଥିବା ଶତାଧିକ ମିଠା ଦୋକାନ ଉପରେ ବଡ଼ ରେଡ୍ ମାରିଛି ବିଭାଗ । ରେଡ୍ ପଡ଼ୁଥିବା ଦେଖି ବହୁତ୍ ମିଠା ଦୋକାନୀ ତାଲା ପକାଇ ଛୁ ମାରିଛନ୍ତି । ସେପଟେ ଆନାଲଗ ପନିର ଓ ଅସଲି ପନିରକୁ ନେଇ ଅର୍ଗସ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ଏବେ ହଲଚଲ । ମିଠା ଦୋକାନୀ, ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ ଏବେ ଚିନ୍ତାରେ । ଗ୍ରାହକଙ୍କୁ କିପରି ଶୁଦ୍ଧ ଜିନିଷ ଯୋଗାଇବେ, ସେନେଇ ଆରମ୍ଭ ହୋଇଛି ମନ୍ଥନ ।

ମଙ୍ଗଳବାର ଦିନ ୧୨ ଟା । ପ୍ରସିଦ୍ଧ ପାହାଳ ମିଠା ଦୋକାନ ଗୁଡ଼ିକରେ ରେଡ୍ ମାରିଥିଲା ଫୁଡ୍ ସେଫ୍ଟି ବିଭାଗ । ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ମିଠା ଦୋକାନଗୁଡ଼ିକରେ ହୋଇଥିଲା ଚଢାଉ । 'ଫୁଡ୍ ସେଫ୍ଟି ଅନ୍ ହୁଇଲ୍ସ' ଭ୍ୟାନ୍ ସାଙ୍ଗରେ ଧରି ମିଠା, ଛେନା ଏବଂ ପନିରର ନମୁନା ସଂଗ୍ରହ କରିଥିଲା ଟିମ୍ । ତେବେ ଏହି ଅଚାନକ ଚଢାଉ ଯୋଗୁଁ ମିଠା ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏମିତିକି ଘଟଣାସ୍ଥଳରୁ ଅନେକ ଦୋକାନୀ ସଟର୍ ପକାଇ ଫେରାର୍ ହୋଇଯାଇଥିଲେ ।

ଅଧିକ ପଢ଼ନ୍ତୁ: ଗୋଇଠିରେ ଟେକି ହୋଇ ଦର୍ଶନ ଯନ୍ତ୍ରଣାରୁ ମିଳିବ ମୁକ୍ତି; ଧାଡ଼ି ଦର୍ଶନ ପାଇଁ ପାଇଲଟ୍ ମଡେଲ ପ୍ରସ୍ତୁତ


ଅର୍ଗସ ନ୍ୟୁଜର ବଡ଼ ପ୍ରଭାବ । ଆନାଲଗ ବା ନକଲି ପନିରର କାରବାରକୁ ନେଇ ଲଗାତାର ଖବର ପ୍ରସାରଣ ପରେ ଏବେ ଚେତିଛନ୍ତି ବ୍ୟବସାୟୀ । ବଜାରରେ ବିକ୍ରି ହେଉଥିବା ଆନାଲଗ ପନିରରେ ଦୁଧ ଚର୍ବି ବଦଳରେ ବନସ୍ପତି ତେଲ, ଷ୍ଟାର୍ଚ ଓ କେମିକାଲ ବ୍ୟବହାର ହେଉଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହି ଖବର ସାମ୍ନାକୁ ଆସିବା ପରେ ସାଧାରଣ ଗ୍ରାହକଙ୍କ ସହ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ବ୍ୟବସାୟୀଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଇଛି। ଆନାଲଗ ବିକ୍ରି କରୁଥିଲେ FSSAIର ନିୟମ ମୁତାବକ ସେଥିରେ ଲେବଲିଂ ଲଗେଇବା ବାଧ୍ୟତାମୂଳକ ।

କଟକ, ଭୁବନେଶ୍ବର ସହ ରାଜ୍ୟର ବିଭିନ୍ନ ସହରରେ ସବୁଠି ନକଲି ପନୀର । ଅଧିକ ଲାଭର ଲୋଭରେ ଭେଜାଲ୍ କରୁଛନ୍ତି ଅସାଧୁ ବ୍ୟବସାୟୀ । ଚଢାଉ ସମୟରେ ଧରାପଡୁଛି କ୍ୟୁଣ୍ଟାଲ୍ କ୍ୟୁଣ୍ଟାଲ୍ ପନିର । ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ଖାଇବା ନାଁରେ ପରସା ଯାଉଛି କି ବିଷ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: