Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡଗାଁ ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କଲେ ଜଜ୍

Odisha

ଓଡଗାଁ ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କଲେ ଜଜ୍

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଓଡଗାଁ ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କଲେ ଜଜ୍

ଅର୍ଗସ ବ୍ୟୁରୋ : ୨୦୧୯ ମସିହା ନୟାଗଡ଼ ଜିଲ୍ଲା ଓଡଗାଁ ବିଭତ୍ସ ଭାବରେ ଡ଼ବଲ ମର୍ଡର ଘଟଣା । ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଲେ ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ l ଅଭିଯୁକ୍ତ ଜଣକ ହେଲେ ଓଡଗାଁ ଥାନା କୁଶଢିପି ଗାଁର ଲଣ୍ଡା ଓରଫ ନିରଞ୍ଜନ ମଲ୍ଲୀକ l ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇବା ଘଟଣା ନୟାଗଡ଼ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି l ୨୦୧୯ ମସିହା ଜାନୁଆରୀ ୧୭ ତାରିଖ ରାତିରେ ଓଡଗାଁରେ ବିଭତ୍ସ ଭାବରେ ନିରଞ୍ଜନ ୨ଜଣଙ୍କୁ ହତ୍ୟା କରିଥିଲା l ଏହି ଘଟଣାରେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ l

ଅଧିକ ପଢନ୍ତୁ ଓଡିଶା ଖବର

ସେଦିନ ରାତିରେ ଓଡଗାଁ ମାର୍କେଟରେ ଡ୍ୟୁଟି କରୁଥିବା ରାତି ଜଗୁଆଳି ଲୋଚନ ସେଠିଙ୍କୁ କାଠ ଫାଳିଆରେ ଆକ୍ରମଣ କରି ମାରିବା ପରେ ଓଡଗାଁ ସିନେମା ହଲ ନିକଟରେ ବଦନି ପ୍ରଧାନ ନାମକ ଜଣେ ମହିଳାଙ୍କୁ ଘରେ ପଶି ତାଙ୍କୁ ହତ୍ୟା କରିଥିଲା l ଏହି ଘଟଣାରେ ୨୭ ଜଣ ସାକ୍ଷୀ ଏବଂ ପୋଲିସ ତଦନ୍ତକୁ ଆଧାର କରି ଓଡଗାଁ କୋର୍ଟ ଏହି ରାୟ ଦେଇଛନ୍ତି l ଏହି ଘଟଣା ଏହି ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
double murder case , the judge announced the death penalty to the accused | Argus News