Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏହି ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ

Odisha

ଏହି ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ

Jitendra Dash
Browse all articles by Jitendra Dash
·2 years ago·1 min read
ଏହି ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ

ଅର୍ଗସ ବ୍ୟୁରୋ : ଡ଼ାକ୍ତର ସନ୍ତୋଷ କୁମାର ସ୍ବାଇଁ, ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ାକ୍ତର ସ୍ବାଇଁଙ୍କୁ ସ୍ବାଗତ କରିଥିଲେ ଓ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ଏଡ଼ସ୍ ଦୂରୀକରଣ କରିବା ଦିଗରେ ଓସାକ୍ସର କାର୍ଯ୍ୟକ୍ରମକୁ ଆହୁରୀ ତ୍ବରାନ୍ବିତ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟକୁ ୨୦୩୦ ସୁଦ୍ଧା ଏଡ଼ସର ମୂଳୋତ୍ପାଟନ ସହ ସମସ୍ତ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ପୂର୍ବରୁ ଡ଼ାକ୍ତର ସ୍ବାଇଁ ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ଆମ ହସ୍ପିଟାଲ ପରିଚାଳନା ରୂପେ ସମ୍ପାଦନ କରିଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ଡ଼ାକ୍ତର ଉର୍ମିଳା ମିଶ୍ର ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶ ଥିଲେ ଏବଂ ଜାନୁଆରୀ ୩୧ ତାରିଖରେ ସେ ଅବସର ନେଲେ ।     

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dr.Santosh Kumar Swain | Argus News