Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନୀ, ବିଜୟିନୀର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଘୋଷଣା

Odisha

ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନୀ, ବିଜୟିନୀର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଘୋଷଣା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନୀ, ବିଜୟିନୀର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଘୋଷଣା

ଅର୍ଗସ ବ୍ୟୁରୋ : ପୁଣି ହୃଦୟ ଜିତିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ । ସମ୍ବଲପୁର ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି ଡାକ୍ତର ରାମଚନ୍ଦାନୀ । ସରକାରୀ ନିୟମ ଅନୁଯାଇ ବିଜୟିନୀ ଯେଉଁଠିକି ଗଲେ ମଧ୍ୟ ତାର ସମସ୍ତ ପାଠ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି ଈଶ୍ବରଙ୍କୁ ସାକ୍ଷୀ ନେଇ ଘୋଷଣା କରିଛନ୍ତି । ଆଉ ଏଭଳି ମହାନିୟତା ଦେଖାଇ ସମାଜର ପ୍ରତ୍ୟେକ ବ୍ୟକ୍ତି ପାଇଁ ସେ ସୃଷ୍ଟି କରିଛନ୍ତି ଉଦାହରଣ । ତାଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରୁଛନ୍ତି ରାଜ୍ୟବାସୀ । ତେବେ ନୂଆବର୍ଷରେ ଶିଶୁକନ୍ୟାର ଏକୋଇସିଆ ହେବା ସହ ଡାକ୍ତରଖାନାରେ ନାମକରଣ ମଧ୍ୟ କରାଯାଇଥିଲା ।

ଅଧିକ ପଢନ୍ତୁ : କାଲି ଏକୋଇସିଆ ହୋଇଥିଲା, ଆଜି ମା'ର ପରିଚୟ ମିଳିଲା

ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବାରୁ ଶିଶୁକନ୍ୟାର ନାମ ବିଜୟିନୀ ରଖାଯାଇଛି । ଏକୋଇସିଆ ବେଳେ ବୁର୍ଲା ଡାକ୍ତରଖାନାକୁ ସଜାଯିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ ଧୁମଧାମରେ ସେଲିବ୍ରେସନ କରିଥିଲେ । ଡାକ୍ତର ଶଙ୍କର ରାମଚନ୍ଦାନୀ ମଧ୍ୟ ଡାକ୍ତରଖାନା ପରିସରରେ ମିଠା ବାଣ୍ଟିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dr. Shankar Ramchandani announced to bear all tuition expenses of Vijayini | Argus News