Gold Smuggling / ସ୍କାନରରେ ‘ଏନ୍ଏଚ୍-୧୬'; ଦୁବାଇ-ନେପାଳ-ପଶ୍ଚିମବଙ୍ଗରୁ ଓଡ଼ିଶା: ସୁନା ସ୍ମଗଲିଂର କଳା ସାମ୍ରାଜ୍ୟ
·1 hour ago·2 min read

Key Points
ଦୁବାଇ-ନେପାଳ-ପଶ୍ଚିମବଙ୍ଗରୁ ଓଡ଼ିଶା
ସୁନା ସ୍ମଗଲିଂର କଳା ସାମ୍ରାଜ୍ୟ
ଜବତ ହେଲା ୯ କୋଟିର ଖାଣ୍ଟି ସୁନା
ସୁନା ସ୍ମଗଲିଂର କଳା ସାମ୍ରାଜ୍ୟ
ଜବତ ହେଲା ୯ କୋଟିର ଖାଣ୍ଟି ସୁନା
ଭୁବନେଶ୍ଵର: ଦୁବାଇର ସିଣ୍ଡିକେଟ୍, ନେପାଳ-ବାଂଲାଦେଶର ସୀମା, ଆଉ ଓଡ଼ିଶାର ଏନ୍ଏଚ୍-୧୬ । ସୁନା ତସ୍କରଙ୍କ ପାଇଁ ଏବେ ସେଫ୍ ଜୋନ୍ ପାଲଟିଛି ଓଡ଼ିଶାର ଜାତୀୟ ରାଜପଥ । ବିମାନବନ୍ଦରରେ କଡ଼ା ଚେକିଂକୁ ଏଡ଼ାଇବା ପାଇଁ ସ୍ମଗଲରମାନେ ସଡ଼କ ପଥକୁ କରିଛନ୍ତି ନିଜର ମୁଖ୍ୟ ହତିଆର । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ହାତରେ ଧରାପଡ଼ିଥିବା ଗ୍ୟାଙ୍ଗ୍ ଖୋଲିଛି ସ୍ମଗଲିଂର ସବୁଠାରୁ ବଡ଼ କଳା ସତ । କିଭଳି କୋଟି କୋଟି ଟଙ୍କାର ରାଜସ୍ୱ ଲୁଟି ନେଉଛନ୍ତି ଏହି ସିଣ୍ଡିକେଟ୍ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ପଢନ୍ତୁ ଏହି ଖବର: ନୃଶଂସ ପାଲଟିଲା ପ୍ରେମିକ; ପ୍ରେମିକାକୁ ୧୦୦୦ ଫୁଟ୍ ଗଭୀର ଖାତକୁ ଠେଲି ଦେଲା
ସଡ଼କ ପଥରେ ବିମାନବନ୍ଦର କିମ୍ବା ବନ୍ଦର ଭଳି ସ୍କାନର କି କଡ଼ା ଚେକିଂ ବ୍ୟବସ୍ଥା ନାହିଁ। ଆଉ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଉଛନ୍ତି ଅନ୍ତର୍ଜାତୀୟ ସ୍ମଗଲିଂ ସିଣ୍ଡିକେଟ୍। ସୁନାରେ ଟ୍ୟାକ୍ସ ବଢ଼ିବା ପରେ କୋଟି କୋଟି ଟଙ୍କାର ଅତିରିକ୍ତ ମୁନାଫା କମାଇବାକୁ ଦେଶର ଅର୍ଥନୀତିକୁ ପଙ୍ଗୁ କରିଦେଉଛନ୍ତି ଏହି ଗ୍ୟାଙ୍ଗଷ୍ଟର। ଆକଳନ କହୁଛି, ଗତ କିଛି ମାସ ମଧ୍ୟରେ DRIର ସ୍ୱତନ୍ତ୍ର ମିଶନ୍ରେ ୪୦ କିଲୋରୁ ଅଧିକ ସୁନା ଜବତ ହୋଇସାରିଛି ଏବଂ ୧୫ ଜଣ ସ୍ମଗଲର ଜେଲ୍ ହାଜତକୁ ଯାଇଛନ୍ତି। ହେଲେ ପ୍ରଶ୍ନ ଉଠୁଛି, ହାଇୱେରେ ଗୁଇନ୍ଦା ବିଭାଗ ଓ ପୋଲିସ ଚେକିଂ କୁ ଆହୁରି କଡ଼ାକଡ଼ି ନକଲେ, ସରକାର କେବଳ ରାଜସ୍ୱ ହରାଇବେନି ବରଂ ଓଡ଼ିଶା ପାଲଟିଯିବ ଅପରାଧୀଙ୍କ ସୁରକ୍ଷିତ ଆଡ୍ଡା ।
- ଜାତୀୟ ରାଜପଥରେ ୫୫% ସୁନା ଚାଲାଣ
- ଜବତ ହେଲା ୯ କୋଟିର ଖାଣ୍ଟି ସୁନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories