ଡ୍ରାଇଭରଙ୍କ ହୃଦଘାତ : ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲା ୫୦ ଜୀବନ
·2 years ago·1 min read

ନୀଳଗିରି : ମୃତ୍ୟୁ ବି ଏମିତି ଆସେ। ନୀଳଗିରି ପଞ୍ଚଲିଙ୍ଗେଶ୍ୱର କୁ କଲିକତାରୁ ବୁଲିବାକୁ ଆସୁଥୁବା ଏକ ଟୁରିଷ୍ଟ ବସ ଡ୍ରାଇଭରଙ୍କ ବସ ଭିତରେ ରାସ୍ତା ମଝିରେ ହୃଦରୋଗରେ ମୃତ୍ୟୁ। କଲିକତାରୁ ପଞ୍ଚଲିଙ୍ଗେଶ୍ୱର ଅଭିମୁଖେ ଆସୁଥୁବା ଟୁରିଷ୍ଟ ବସଟି ଆଜି ଭୋର ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକ ନିକଟରେ ଗାଡି ଚଲାଉଥିବା ସମୟରେ ହଠାତ ଡ୍ରାଇଭରଙ୍କ ହାର୍ଟଆଟାକ ଆସିଥିଲା । ପରେ ଡ୍ରାଇଭର ସଙ୍ଗେସଙ୍ଗେ ଗାଡି ଛିଡା କରାଇ ଦେଇଥିବା ବେଳେ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଗାଡିରୁ ଓଲ୍ହାଇ ପାଖ ଘର ଲୋକଙ୍କୁ ଡାକିଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ସ୍ଥାନୀୟ ଲୋକେ 108 ଯୋଗେ ନୀଳଗିରି ମେଡିକାଲ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ରାସ୍ତାରେ ବସ ସମେତ ପର୍ଯ୍ୟଟକ ଛିଡା ହୋଇ ହଇରାଣ ହେଉଥିବା ବେଳେ ସ୍ଥାନୀୟ ଯୁବକ ମହାନତା ଦେଖାଇ ବସ ଟିକୁ ଚଲାଇ ପର୍ଯ୍ୟଟକଙ୍କୁ ପନ୍ଚଲିଙ୍ଗେଶ୍ୱର ଯାଏ ପହଂଚାଇଥିବା ଦେଖିବାକୁ ମିଳିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: