Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Ganja Demand / ବାହାରେ ବଢୁଛି ଓଡ଼ିଶା ଗଞ୍ଜେଇର ଡିମାଣ୍ଡ, ଶିକ୍ଷାନୁଷ୍ଠାନ ଉପରେ ମାଫିଆଙ୍କ ନଜର

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ବାହାରେ ବଢୁଛି ଓଡ଼ିଶା ଗଞ୍ଜେଇର ଡିମାଣ୍ଡ, ଶିକ୍ଷାନୁଷ୍ଠାନ ଉପରେ ମାଫିଆଙ୍କ ନଜର
Ganja Hub

Key Points

ଓଡ଼ିଶା ପାଲଟିଛି ଗଞ୍ଜେଇର 'ହବ୍'
ଶିକ୍ଷାନୁଷ୍ଠାନ ଉପରେ ମାଫିଆଙ୍କ ନଜର
ନିଶା ମାଫିଆଙ୍କ ସିଣ୍ଡିକେଟ୍‌କୁ ଭାଙ୍ଗିବାକୁ STFର ବଡ଼ ପ୍ଲାନ୍
ଓଡ଼ିଶା ଏବେ ଗଞ୍ଜେଇ ମାଫିଆଙ୍କ ସେଫ୍ ଜୋନ୍ ପାଲଟିଛି । ବାହାର ରାଜ୍ୟରେ ଓଡ଼ିଶା ଗଞ୍ଜେଇର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏବେ ପୁଣି ସକ୍ରିୟ ହୋଇଛନ୍ତି ନିଶା ମାଫିଆ । ବିଶେଷ କରି ପଡ଼ୋଶୀ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ଏହି କାରବାର ଏବେ ଚରମ ସୀମାରେ । କନ୍ଧମାଳରୁ ଭୁବନେଶ୍ୱର ଦେଇ ବାଲେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି ଏହି ନିଶା ସିଣ୍ଡିକେଟ୍ । ତେବେ ଏହି ବେଆଇନ କାରବାରର ମୂଳପୋଛ ପାଇଁ ଅଣ୍ଟା ଭିଡ଼ିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ବା STF ।

କିଛି ଦିନର ନୀରବତା ପରେ ରାଜ୍ୟରେ ପୁଣି ମାତିଛନ୍ତି ନିଶା ମାଫିଆ । କନ୍ଧମାଳରୁ କେନ୍ଦ୍ରାପଡ଼ା ସବୁଠି ଏବେ ଗଞ୍ଜେଇ କାରବାରର ଚେର ଲମ୍ବିଥିବା ବେଳେ ଆକ୍ସନ ମୋଡକୁ ଆସିଛି STF । ମାଫିଆଙ୍କ ଟାର୍ଗେଟ୍‌ରେ ଏବେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପଡ଼ୋଶୀ ରାଜ୍ୟ । ସପ୍ଲାଏ ପାଇଁ ବଡ଼ ଧରଣର ଯୋଜନା ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଗତ ଦୁଇ ଦିନ ତଳେ ରାଜଧାନୀ ଭିତରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା STF । ଜବତ ହେଲା କୁଇଣ୍ଟାଲ ୨୫ କେଜିର ଦାମୀ ଗଞ୍ଜେଇ ।

ଅଧିକ ପଢ଼ନ୍ତୁ: ଦରମା ପାଇଁ ଦଙ୍ଗା ନା ପାକିସ୍ତାନ କରୁଛି ଷଡ଼ଯନ୍ତ୍ର ? ଗିରଫ ହେଲେଣି ୩ ଶହରୁ ଅଧିକ


ସେପଟେ ଗତକାଲି ଗଜପତି ଓ ସୁବର୍ଣ୍ଣପୁର ଜିଲ୍ଲାରେ ହୋଇଛି ମେଗା ରେଡ୍ । ଗଜପତିରେ ପୋଲିସ ଚଢ଼ାଉ ବେଳେ ବାଡ଼ି ପଛରେ ମାଟି ତଳୁ ମିଳିଛି ଗଞ୍ଜେଇର ଖଣି । ଟିଣ ବାକ୍ସ ଓ ପ୍ଲାଷ୍ଟିକ ଡ୍ରମ୍ ଭିତରେ ଲୁଚାଇ ରଖାଯାଇଥିଲା ୬୭ ବସ୍ତା ଗଞ୍ଜେଇ, ଯାହାର ବଜାର ମୂଲ୍ୟ ୨ କୋଟିରୁ ଅଧିକ । ସେହିପରି ସୁବର୍ଣ୍ଣପୁରର ଏକ ଫାର୍ମ ହାଉସ୍‌ରୁ ୮ କୁଇଣ୍ଟାଲ ୫୩ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ବିଶେଷଜ୍ଞଙ୍କ ମତରେ କନ୍ଧମାଳ ଅଞ୍ଚଳର ପାଣିପାଗ ପାଇଁ ସେଠାକାର ଗଞ୍ଜେଇର ଚାହିଦା ବାହାରେ ଢେର୍ ଅଧିକ ରହିଛି ।

ନିଶା ବେପାରୀଙ୍କ ବିରୋଧରେ ଏବେ ‘ଜିରୋ ଟୋଲରାନ୍ସ’ ନୀତି ଆପଣାଇଛି ପୋଲିସ । ଆଗକୁ ପଡ଼ୋଶୀ ରାଜ୍ୟରେ ନିର୍ବାଚନ ଥିବାରୁ ଚେକ୍ ପୋଷ୍ଟ ଗୁଡ଼ିକରେ କଡ଼ା ନଜର ରଖାଯାଇଛି । ପ୍ରଶ୍ନ ଉଠୁଛି ପୋଲିସ ଓ STFର ଏହି କଡ଼ା ଆକ୍ସନ ପରେ ଗଞ୍ଜେଇ ସିଣ୍ଡିକେଟ୍‌ର ଚେର କଟିବ ନା ମାଫିଆମାନେ ନୂଆ କୌଶଳରେ ନିଜର କଳା ସାମ୍ରାଜ୍ୟ ଜାରି ରଖିବେ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Ganja Mafia Active Again | STF Crackdown Intensifies | Argus News