Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଦୃଷ୍ଟି ଶକ୍ତି ହରାଇଲେ ରୋଗୀ !

Odisha

ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଦୃଷ୍ଟି ଶକ୍ତି ହରାଇଲେ ରୋଗୀ !

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଦୃଷ୍ଟି ଶକ୍ତି ହରାଇଲେ ରୋଗୀ !

Key Points

  • ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଦୃଷ୍ଟି ଶକ୍ତି ହରାଇଲେ ରୋଗୀ !
  • ଅପରେସନ ପରେ ବି ବୟସ୍କଙ୍କ ଆଖିକୁ ଭଲ ଦିଶୁନି 
  • ଅନୁଗୋଳ ମୋତିଆ ବିନ୍ଦୁ ଅପରେସନ ଘଟଣା
  • ଘଟଣାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ବାସ୍ଥ୍ୟ ଯୁଗ୍ମ ସଚିବ

ଅର୍ଗସ ବ୍ୟୁରୋ : ଅନୁଗୋଳରେ ମୋତିଆ ବିନ୍ଦୁ ଅପରେସନରେ ଚରମ ଅବହେଳାର ଫଳ ଭୋଗୁଛନ୍ତି ବୟସ୍କ ରୋଗୀ । କାହାକୁ ଠିକ୍‌ସେ ଦେଖାଯାଉନି ତ ଆଉ କାହା ଆଖିରେ ସମସ୍ୟା ଦେଖାଦେଇଛି । ସହରରେ ଥିବା ପ୍ରଧାନ ଆଇ କ୍ଲିନିକରେ ଆଖି ଅପରେଶନର ପରେ ରୋଗୀଙ୍କ ଆଖିକୁ ଆଉ ଦେଖା ଯାଇନଥିଲା I ଫଳରେ ଅନେକ ରୋଗୀ ଦୃଷ୍ଟି ଶକ୍ତି ଚାଲିଯିବା ଭୟରେ କଟକ ଓ ଭୁବନେଶ୍ବରରେ ଚିକିତ୍ସା କରାଇ ଆଂଶିକ ଦେଖିପାରିଥିଲେ I ଖବର ପ୍ରସାରଣ ପରେ ଜିଲ୍ଲାପାଳ ଏହାର୍ ତଦନ୍ତ କରିବାକୁ CDMOଙ୍କୁ ନିର୍ଦ୍ଦେଶ ଦେବାପରେ CDMO ଘରୋଇ କ୍ଲିନିକରେ ତଦନ୍ତ କରିବା ସହିତ କ୍ଲିନିକକୁ ସିଲ୍‌ କରିଥିଲେ  I ଏଠି ପ୍ରଶ୍ନ ଉଠୁଛି, ସହର ମଝିରେ ଏତେ ସଂଖ୍ୟାରେ ଘରୋଇ କ୍ଲିନିକ୍ ଆଉ ଲାବୋରୋଟୋରୀ ଖୋଲିଛି ହେଲେ ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗର ନଜର ଅଛି ତ ।  ଘରୋଇ ନର୍ସିଂ ହୋମ୍‌ରେ ଆଖି ଅପରେସନ କରିବାକୁ ଅନୁମତି ଦେଲା କିଏ । ସେପଟେ ଘଟଣାକୁ ଅନେକ ଦିନ ବିତିଯାଇଥିଲେ ବି ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ତଦନ୍ତ ରିପୋର୍ଟ ରାଜ୍ୟକୁ ପଠାଇ ଚୁପ୍ ବସିଛି  I ଘଟଣାର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ I

ଅଧିକ ପଢନ୍ତୁ ଓଡିଶା ଖବର


ଗତ ଜୁନ୍ 20 ତାରିଖରେ ପ୍ରଧାନ ଆଇ କ୍ଲିନିକରେ 13 ଜଣ ରୋଗୀ ତାଙ୍କର ଆଖି ଅପରେସନ କରାଇଥିଲେ I ଆଇ କେୟାର ମାଲିକ ଡାକ୍ତର ଚନ୍ଦ୍ର ଶେଖର ପ୍ରଧାନ ଓ ଡାକ୍ତର ବିଶ୍ବଜିତ୍ ଦେଓ ଅପରେସନ କରାଇଥିଲେ । କିନ୍ତୁ ଅପରେସନର ଗୋଟିଏ ଦିନ ପରେ ରୋଗୀଙ୍କ ମୁଣ୍ଡ ବିନ୍ଧିବା ସହିତ ଆଖିରେ ଯନ୍ତ୍ରଣା ହୋଇଥିଲା । ପରେ ସେମାନଙ୍କୁ ବୁର୍ଲା ପଠାଇ ଦିଆଯାଇଥିଲା । ସେଠାରେ ବି ଉନ୍ନତ ଚିକିତ୍ସା ନ ମିଳିବାରୁ ଅନେକ ରୋଗୀ କଟକ ଆଉ ଭୁବନେଶ୍ବର ଯାଇ ଚିକିତ୍ସା କରାଇଛନ୍ତି  I ଘଟଣାରେ ପ୍ରଧାନ ଆଇ କ୍ଲିନିକର ମାଲିକ ମୁହଁ ଖୋଲି ନଥିବା ବେଳେ ଅପରେଶନର କରିଥିବା ଡାକ୍ତର ବିଶ୍ବଜିତ ଦେ ଆମ କ୍ୟାମେରା ଦେଖି ଲୁଚିବା ସହିତ କିଛି କହିବେ ନାହିଁ ବୋଲି କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡାକ୍ତରଙ୍କ ଚରମ ଅବହେଳାରୁ ଦୃଷ୍ଟିଶକ୍ତି ହରାଇଥିବା ରୋଗୀ ପାଇଁ କିଏ ଦାୟୀ ରହିବ । ସେପଟେ ସହରରେ ଥିବା ଅନେକ ଘରୋଇ କ୍ଲିନିକ୍ ବିନା ପଞ୍ଜୀକରଣରେ ଚାଲୁଥିବା ବେଳେ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି I

Sponsored
Due to the extreme negligence of the doctor, the patient lost his eyesight! | Argus News