Videos
|
Odisha

ବିଳମ୍ବିତରେ ଶିକ୍ଷକ ଆସିବା ଯୋଗୁଁ, ସ୍କୁଲ୍ ଗେଟରେ ପଡ଼ିଲା ତାଲା

Jitendra Dash
Browse all articles by Jitendra Dash
·2 years ago·1 min read
ବିଳମ୍ବିତରେ ଶିକ୍ଷକ ଆସିବା ଯୋଗୁଁ, ସ୍କୁଲ୍ ଗେଟରେ ପଡ଼ିଲା ତାଲା

ଅର୍ଗସ ବ୍ୟୁରୋ : ବିଳମ୍ବିତରେ ଶିକ୍ଷକ ଆସିବା ଯୋଗୁଁ ଗେଟରେ ତାଲା ପକାଇଲେ ଶିକ୍ଷାକମିଟି । ପିଲାମାନେ ବିଶୃଙ୍ଖଳା ହୋଇ ସ୍କୁଲ ସମୟରେ ପାଚେରୀ ଉପରେ ବୁଲିବା ଏସବୁ ଅଭିଯୋଗ ନେଇ ପୂର୍ବରୁ ବିଇଓଙ୍କୁ ଅଭିଯୋଗ କରିଥିଲେ ଶିକ୍ଷା କମିଟି । ଆଜି ସକାଳ ୧୧ଟା ପର୍ଯ୍ୟନ୍ତ କୌଣସି ଶିକ୍ଷକ ସ୍କୁଲକୁ ନଆସିବାରୁ ଗେଟରେ ତାଲା ପକାଇ ପ୍ରତିବାଦ କଲେ ସମସ୍ତ ଶିକ୍ଷାକମିଟି ସଦସ୍ୟ । 

ଶେଷରେ ଏହା ଦେଖୁ ସ୍କୁଲ ଚାରିପଟ ପାଚେରୀ ଡେଇଁ ଶିକ୍ଷକମାନେ ସ୍କୁଲକୁ ଯିବାକୁ ପଡିଲା । ଘଟଣା ସ୍ଥଳକୁ ରେଢାଖୋଲ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସବୁଦିନ ଏଭଳି ଅବ୍ୟବସ୍ଥାରେ ଚାଲିଛି ପାଠପଢା, ପ୍ରଧାନ ଶିକ୍ଷୟତ୍ରୀଙ୍କ ମନଇଛା କାରବାର ଡ୍ରେସକୋଡ଼ରେ ସ୍କୁଲକୁ ନଆସିବା, ମଧ୍ୟାହ୍ନ ଭୋଜନରେ ହେରଫେର । ଏହାକୁ ନେଇ ଶିକ୍ଷକମାନଙ୍କ ବଦଳି ଦାବି କରି ପ୍ରତିବାଦ କରି ତାଲା ପକାଇଛୁ ବୋଲି ଶିକ୍ଷାକମିଟି କହିଛି । ଅଭିଯୋଗ ଆଧାରରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏବିଇଓ କହିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Due to the late arrival of the teacher, the school gate was locked | Argus News