ଟିକେଟ କଟିବା ପରେ କଂଗ୍ରେସ ଛାଡିଛନ୍ତି ଦୁଲାଲ ପ୍ରଧାନ

ଅର୍ଗସ ବ୍ୟୁରୋ : କଂଗ୍ରେସ ଛାଡିଲେ ଦୁଲାଲ ପ୍ରଧାନ । ସମ୍ବଲପୁରରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ଥିଲେ ଦୁଲାଲ । ଗତକାଲି ତାଙ୍କ ଟିକେଟ କଟିବା ପରେ କଂଗ୍ରେସ ଛାଡିଛନ୍ତି । ଦୁର୍ଲାଲଙ୍କ ସ୍ଥାନରେ ଗତକାଲି ନଗେନ୍ଦ୍ର ପ୍ରଧାନକୁ ଟିକେଟ ଦେଇଛି କଂଗ୍ରେସ । ସୂଚନା ଅନୁସାରେ, ଗତକାଲି ଭାରତୀୟ ଜାତୀୟ କଂଗ୍ରେସ ରବିବାର ୨ଟି ଲୋକସଭା ଆସନ ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ।
ସେହିପରି ବାରପଦା ଓ ଖଣ୍ଡପଡ଼ା ବିଧାନସଭାରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । କଂଗ୍ରେସ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ କହିଥିଲେ, କଟକରେ ସୁରେଶ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ସେହିପରି ସମ୍ବଲପୁର ଲୋକସଭା କ୍ଷେତ୍ରରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି । ଏଣେ ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ କୁମାର ହେମ୍ବ୍ରମ ଓ ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି ।