Videos
|
Odisha

Fake Cattle Feed / ଅସଲି ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ଗୋଖାଦ୍ୟ; ପଶୁଙ୍କୁ ବି ଛାଡ଼ିଲେନି

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଅସଲି ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ଗୋଖାଦ୍ୟ; ପଶୁଙ୍କୁ ବି ଛାଡ଼ିଲେନି
Duplicate Cow Fodder

Key Points

କେବଳ ମଣିଷ ନୁହେଁ ପଶୁ ଜନ୍ତୁଙ୍କୁ ବି ଛାଡ଼ିଲେନି
ଅସଲି ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ଗୋ ଖାଦ୍ୟ
କଟକ: ନକଲି ପନିର ପରେ ଏବେ ନକଲି ଗୋଖାଦ୍ୟକୁ ନେଇ ଚର୍ଚ୍ଚା । ମଣିଷଙ୍କ ପରେ ପଶୁଙ୍କୁ ବି ଛାଡ଼ିଲେନି । ଅସଲି ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ଗୋଖାଦ୍ୟ । ଖବର ପାଇ ଅତର୍କିତ ଚଢ଼ାଉ କଲା ପୋଲିସ । କାରଖାନା ସିଲ୍ ହେବା ସହ କାରଖାନା ମାଲିକକୁ ଉଠେଇ ନେଲା ପୋଲିସ । କଟକ ଜଗତପୁର ଶିଳ୍ପାଞ୍ଚଳର ଚାଲିଥିଲା ଏହି ନକଲି ଗୋ ଖାଦ୍ୟ କାରବାର ।

  • ଚୋକଡରେ ମିଶାଯାଉଥିଲା କରତଗୁଣ୍ଡ
ତେବେ ଅଭିଯୋଗ ପରେ ଜଗତପୁର ଥାନା ପୋଲିସର ଏକ ଟିମ୍ ମେମର୍ସ ଶ୍ରୀଅମ୍ବିକା ଫୋଡର ଇଣ୍ଡଷ୍ଟ୍ରିଜ ନାଁରେ ଚାଲିଥିବା କାରଖାନାରେ ଚଢ଼ାଉ କରିଥିଲା । ଏହି କାରଖାନାରେ ଅସଲି ବ୍ରାଣ୍ଡ ଆଳରେ ନକଲି ଗୋ ଖାଦ୍ୟ ବିକ୍ରି କରାଯାଉଥିଲା ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହି ମାମଲାରେ ପୋଲିସ କାରଖାନା ମାଲିକ ଶୁଭମ୍ ଗୁପ୍ତାଙ୍କୁ ଗିରଫ କରିଛି । ଆକାଶ ଗୋଲ୍ଡ ବ୍ରାଣ୍ଡ ନାମକ ବ୍ରାଣ୍ଡରେ ବିକ୍ରି ହେଉଥିଲା ଏହି ନକଲି ଗୋ ଖାଦ୍ୟ । ଏହି କାରଖାନାରେ ଚୋକଡରେ କରତଗୁଣ୍ଡ ମିଶା ଯାଉଥିଲା । ଖାଦ୍ୟ ନାଁରେ ପଶୁଙ୍କୁ ଦିଆଯାଉଛି ବିଷ । ତେବେ ପୋଲିସ ଚଢ଼ାଉ ସମୟରେ ଶତାଧିକ ବ୍ୟାଗ୍ ନକଲି ଗୋ ଖାଦ୍ୟ ସହ ଲୋଗୋ, ଯନ୍ତ୍ରାଂଶ ଆଦି ଜବତ କରିଛି । ଜବତ ହୋଇଥିବା ନକଲି ଗୋ ଖାଦ୍ୟକୁ ଯାଞ୍ଚ ପାଇଁ ନମୁନାକୁ ଲ୍ୟାବ ପଠେଇଛି ପୋଲିସ ।

ପଢନ୍ତୁ ଏହି ଖବର: ଭୁବନେଶ୍ଵରରୁ କଟକ ଓ ବ୍ରହ୍ମପୁର ସଵୁଠି ଭେଜାଲ୍ ପନିର; ଖାଇବା ଥାଳିରେ ପରସା ଯାଉଛି କି ବିଷ ?

  • ଅସଲି କମ୍ପାନୀ ମାଲିକ ପୋଲିସକୁ ଖବର ଦେଇଥିଲେ
ଏନେଇ ଜୋନ - ୧ ଏସିପି ଅରୁଣ ସ୍ଵାଇଁ କହିଛନ୍ତି, "ଆକାଶ ଫୁଡ୍ ପ୍ରଡକ୍ଟ ପ୍ରାଇଭେଟ୍ ଲିମିଟେଡର ଡାଇରେକ୍ଟର ଆକାଶ ଅଗ୍ରୱାଲଙ୍କଠାରୁ ଗତକାଲି ଆମକୁ ଖବର ମିଳିଥିଲା ଯେ ତାଙ୍କ ବ୍ରାଣ୍ଡ ନାଁରେ କଟକରେ ନକଲି ଗୋଖାଦ୍ୟ ତିଆରି ହେଉଛି । ଖବର ମିଳିବା ପରେ ଜଗତପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ କାରଖାନା ଉପରେ ରେଡ୍ ହୋଇଥିଲା । ପ୍ରଚୁର ପରିମାଣରେ ନକଲି ଗୋଖାଦ୍ୟ ମିଳିଥିଲା । ଏହାଦ୍ଵାରା ପ୍ରକୃତ କମ୍ପାନୀକୁ କ୍ଷତି ହେଉଥିଲା । ଏଠାରେ ଅନ୍ୟ କିଛି ସାମଗ୍ରୀ ବି ଉତ୍ପାଦନ ହେଉଥିଲା । ସବୁକିଛି ସଂଗ୍ରହ କରାଯାଇଛି । ଏହାକୁ ପରୀକ୍ଷା ପାଇଁ ନିଆଯାଉଛି । ଯଦି କିଛି ନକଲି ମିଳେ ତେବେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାରମ୍ଵାର ମଣିଷ ଖାଦ୍ୟ ହେଉକି ପଶୁ ସବୁଥିରେ ଭେଜାଲ୍ ରହିଛି । ଫଳରେ ଖାଦ୍ୟ ଗୁଣବତ୍ତା ହ୍ରାସ ପାଉଛି । କଟକ ଜଗତପୁରରେ ବାରମ୍ଵାର ଏପରି ଘଟଣା ସାମ୍ନାକୁ ଆସିଲା ପରେ ଏହା ଉପରେ ତୁରନ୍ତ କିପରି ରୋକ ଲଗାଯିବ ସେ ନେଇ ଚେଷ୍ଟା ଚାଲିଛି ବୋଲି ଏସିପି ଅରୁଣ ସ୍ଵାଇଁ କହିଛନ୍ତି ।