Durga Idol Immersion / ନିୟମ ନ ମାନିଲେ ଶୁଣିବନି ପୋଲିସ; ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହେବ ଭସାଣି

Key Points
ଶୁକ୍ରବାର ସକାଳ ୮ଟାରୁ କଟକରେ ଆରମ୍ଭ ହେବ ଭସାଣି ଶୋଭାଯାତ୍ରା । ଏଥିପାଇଁ ପୋଲିସ ବି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । କଟକର ଭସାଣ ଶୋଭାଯାତ୍ରା ଉପରେ ଡ୍ରୋନ୍ ନଜର ରଖିବ । ପ୍ରଥମଥର ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ
କଟକ: ସରିଲା ଦଶହରା । ବିଦାୟ ନେବେ ମାଆ । ସେଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଭାଇଚାରାର ସହର କଟକରେ ଦୁର୍ଗା ପୂଜା ଯେମିତି ଧୂମଧାମରେ ହୁଏ, ଭସାଣି ବି ସେମିତି ଜାକଜମକରେ କରାଯାଏ । ମାଆଙ୍କ ମୃର୍ଣ୍ଣୟୀ ମୂର୍ତ୍ତି ଭସାଣିକୁ ନେଇ ପୂଜା କମିଟି ଗୁଡ଼ିକ ବେଶ ତତ୍ପରତା ପ୍ରକାଶ କରିଛନ୍ତି ।
ଆସନ୍ତାକାଲି ଶୁକ୍ରବାର ସକାଳ ୮ଟାରୁ କଟକରେ ଆରମ୍ଭ ହେବ ଭସାଣି ଶୋଭାଯାତ୍ରା । ଏଥିପାଇଁ ପୋଲିସ ବି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । କଟକର ଭସାଣ ଶୋଭାଯାତ୍ରା ଉପରେ ଡ୍ରୋନ୍ ନଜର ରଖିବ । ପ୍ରଥମଥର ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।
ଏଥିସହ ପଢ଼ନ୍ତୁ: ମହେନ୍ଦ୍ରଗିରି ବୁଲିବାକୁ ଯାଇ ଫସିଲେ ୩୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର ପାଇଁ ଉଦ୍ୟମ ଜାରି
କଟକ ଡିସିପି କହିଛନ୍ତି, "ଭସାଣି ରୁଟ୍ ଉପରେ କମିଶନରେଟ୍ ପୋଲିସ ତୀକ୍ଷଣ ନଜର ରଖିବ । ଡ୍ରୋନ୍ ସହ ୫୦୦ରୁ ଅଧିକ ସିସିଟିଭି ଜରିଆରେ ନଜର ରଖାଯିବ । ଏଥିପାଇଁ ଏକାଧିକ କଣ୍ଟ୍ରୋଲ୍ ରୁମ୍ ଖୋଲା ଯାଇଥିବା ବେଳେ ସେଠାରୁ ଭିଜୁଆଲ୍ ଦେଖି ମନିଟରିଂ କରାଯିବ ।"
ଏଥିସହ ପ୍ରଥମ ଥର ପାଇଁ 'CTC 60' ନାମରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେସିବେଲ୍ରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏହି 'CTC 60' ଟିମ୍ ।
📱 Get Argus News App
✨ଅଧିକ ତୀବ୍ରତାରେ ସାଉଣ୍ଡ ବଜାଇଲେ ପୋଲିସ ଗୋଟିଏ ଥର ଚେତାବନୀ ଦେବ । ତା'ପରେ ନ ମାନିଲେ ସମସ୍ତ ସାଉଣ୍ଡ ଯନ୍ତ୍ରାଂଶ ଜବତ କରିବା ସହିତ କମିଶନରେଟ ପୋଲିସ ମାମଲା ରୁଜୁ କରିବ ବୋଲି କଟକ ଡିସିପି କହିଛନ୍ତି ।
ଏଥିସହ ପଢ଼ନ୍ତୁ: ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ଦକ୍ଷିଣରୁ ନେଇ ଉତ୍ତର ଓଡ଼ିଶାରେ ରାତି ସାରା ବର୍ଷିବ
ମାଆଙ୍କ ଭସାଣି ପାଇଁ କଟକ ସହରରେ ନିୟୋଜିତ ହେବେ ମୋଟ ୧୨୫ ପ୍ଲାଟୁନ ପୋଲିସ ଫୋର୍ସ । ସେଥିରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମେଢ଼ ଗୁଡ଼ିକ ସହିତ ରହିବେ । ସହରର ବିଭିନ୍ନ ସ୍ଥାନରେ ମୋଟ ୬୦ଟି ଏଡ୍ ପୋଷ୍ଟ ରହିବ ।
ଦେବୀଗଡ଼ା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ଶୁକ୍ରବାର ସକାଳ ୮ ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟିଗୁଡ଼ିକୁ ଅନୁରୋଧ କରିଛି ପୋଲିସ । ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସହଯୋଗ କରିବାକୁ କମିଶନରେଟ ପୋଲିସ ଅପିଲ୍ କରିଛି ।
Related Topics
Explore more stories