|
logo
Live
Argus News App
GET APP

Argus News - ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ଦକ୍ଷିଣରୁ ନେଇ ଉତ୍ତର ଓଡ଼ିଶାରେ ରାତି ସାରା ବର୍ଷିବ

Weather & Calamities

Weather Update / ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ଦକ୍ଷିଣରୁ ନେଇ ଉତ୍ତର ଓଡ଼ିଶାରେ ରାତି ସାରା ବର୍ଷିବ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ଦକ୍ଷିଣରୁ ନେଇ ଉତ୍ତର ଓଡ଼ିଶାରେ ରାତି ସାରା ବର୍ଷିବ

Key Points

ଗଭୀର ଅବପାତଟି ଉପକୂଳ ଅତିକ୍ରମ ବେଳେ ଘଣ୍ଟାପ୍ରତି ପବନର ବେଗ ୫୫ରୁ ୬୫ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି । ଘଣ୍ଟାପ୍ରତି ୭୫ କିମି ବେଗରେ ଝଟ୍‌କା ପବନ ବହୁଛି । ସକାଳୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ରାତିରେ ବି ବର୍ଷା ଲାଗି ରହିବ

ଭୁବନେଶ୍ଵର: ବଙ୍ଗୋପସାଗରରେ ଗଭୀର ଅବପାତର ପରବର୍ତ୍ତୀ ପ୍ରଭାବ କ'ଣ ରହିବ ? ବାତ୍ୟାରେ ପରିଣତ ହେବ କି ? ଏନେଇ ଲୋକଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ଉତ୍ତର ରଖିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ।


IMD ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ପୂର୍ବ ପୂର୍ବାନୁମାନ ଅନୁସାରେ ଅବପାତଟି ସୃଷ୍ଟି ହୋଇ ଗଭୀର ଅବପାତ ଭାବେ ଏବେ ଓଡ଼ିଶା ଉପକୂଳ ନିକଟରେ କେନ୍ଦ୍ରୀଭୂତ ଅଛି । ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଗୋପାଳପୁରରୁ ପାରାଦୀପ ମଧ୍ୟରେ ଗୋପାଳପୁର-ଚିଲିକା ନିକଟବର୍ତ୍ତୀ ଅଞ୍ଚଳ ଦେଇ ଅତିକ୍ରମ କରିବ ।"


ଏଥିସହ ପଢ଼ନ୍ତୁ: ସନ୍ଧ୍ୟାରେ ଗୋପାଳପୁର ନିକଟରେ ଅତିକ୍ରମ କରିବ ଗଭୀର ଅବପାତ, ଭୀଷଣ ବର୍ଷା ଜାରି


ସେ ଆହୁରି କହିଛନ୍ତି, "ଗଭୀର ଅବପାତଟି ଉପକୂଳ ଅତିକ୍ରମ ବେଳେ ଘଣ୍ଟାପ୍ରତି ପବନର ବେଗ ୫୫ରୁ ୬୫ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି । ଘଣ୍ଟାପ୍ରତି ୭୫ କିମି ବେଗରେ ଝଟ୍‌କା ପବନ ବହୁଛି । ସକାଳୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ରାତିରେ ବି ବର୍ଷା ଲାଗି ରହିବ ।"


ରାତିରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୨୦ରୁ ୩୦ ସେଣ୍ଟି ମିଟର ବର୍ଷା ହୋଇପାରେ ବୋଲି କହିଛନ୍ତି IMD ଡିଜି । ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ମଧ୍ୟ ପ୍ରବଳ ବର୍ଷା ହେବ । କିନ୍ତୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ।


ଏଥିସହ ପଢ଼ନ୍ତୁ: ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଧିରେ ଧିରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ଆଜି ସବୁଠୁ ଅଧିକ ବର୍ଷା ହେବ । ରାତି ସୁଦ୍ଧା ଗଭୀର ଅବପାତଟି ଉପକୂଳ ଅତିକ୍ରମ କରିବ । ଏହା ପରେ ଦୁର୍ବଳ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ତେଣୁ ବର୍ଷା ପରିମାଣ କାଲିଠାରୁ କମିବ ବୋଲି କହିଛନ୍ତି IMD ଡିଜି ।



ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓଡ଼ିଶା ଜିଲ୍ଲା ପାଇଁ ବିପଦ ରହିଛି । ଗଞ୍ଜାମ, ଗଜପତି, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ନୂଆପଡ଼ା, କନ୍ଧମାଳ, ସୁନ୍ଦରଗଡ଼, ସମ୍ବଲପୁର ଆଦି ଜିଲ୍ଲାରେ ବର୍ଷା ଲାଗି ରହିବ । ଉପକୂଳ ଜିଲ୍ଲା ଗୁଡ଼ିକରେ ପବନର ପ୍ରଭାବ ରହିବ । ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।


ଏଥିସହ ପଢ଼ନ୍ତୁ: ଭୀଷଣ ବର୍ଷାରେ ବେହାଲ୍ ଦକ୍ଷିଣ ଓଡ଼ିଶା; ପାହାଡ଼ରୁ ପଥର ଧସିଲା, NHରେ ୫ ଫୁଟ୍‌ର ପାଣି


୧୫ ଦିନ ଭିତରେ ବଙ୍ଗୋପସାଗରରେ ୩ଟି ଲଘୁଚାପ ସୃଷ୍ଟି ହୋଇଛି । ବିଶେଷ କରି ଗୋପାଳପୁର ଅଞ୍ଚଳରେ ଗୋଟିଏ ଅବପାତ ଓ ଗୋଟିଏ ଗଭୀର ଅବପାତ ଅତିକ୍ରମ କରୁଥିବାରୁ ସତର୍କ ରହିବା ଜରୁରୀ । ଆଗାମୀ ୭ ଦିନ ମଧ୍ଯରେ ଏଭଳି କୌଣସି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ନଥିବା କହିଛନ୍ତି IMD ଡିଜି ।


ତେବେ ଏହା କୌଣସି ବାତ୍ୟା ନୁହେଁ କି ଅବପାତଟି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ । ଏବେ ଗଭୀର ଅବପାତଟି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି । ଓଡ଼ିଶାର ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି ହୋଇଥିବା ବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରିଛନ୍ତି ।

Related Topics

Explore more stories

Sponsored
Weather Update: ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ଦକ୍ଷିଣରୁ ନେଇ ଉତ୍ତର ଓଡ଼ିଶାରେ ରାତି ସାରା ବର୍ଷିବ | Argus News