Khadi Lagi Rituals / ଆସୁଛନ୍ତି ମହିଷାମର୍ଦ୍ଦିନୀ; ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଲାଗିଲା ଖଡ଼ିରଙ୍ଗ
·1 hour ago·2 min read

Key Points
ଆଜି ପବିତ୍ର ମହାଳୟା ଅମାବାସ୍ୟା
ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଲାଗିଲା ଖଡ଼ିରଙ୍ଗ
ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଲାଗିଲା ଖଡ଼ିରଙ୍ଗ
କଟକ/ଭୁବନେଶ୍ଵର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ବିଧି ଓ ପରମ୍ପରା ଅନୁସାରେ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ିରଙ୍ଗ ଲାଗି କରାଯାଇଛି । କଟକର ସମସ୍ତ ପୂଜା ମଣ୍ଡପରେ ଖଡ଼ିଲାଗିବା ପରେ ମା'ଙ୍କୁ ରଙ୍ଗ ଲାଗି କରାଯିବ । ଅନ୍ୟପଟେ ମହାଳୟାରେ ଶକ୍ତିପୀଠମାନଙ୍କରେ ସ୍ୱତନ୍ତ୍ର ନୀତିକାନ୍ତି ସହ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଛି । ଶରତକାଳୀନ ପୂଜାରେ ମା'ଙ୍କ ଅପୂର୍ବ ବେଶ ଦର୍ଶନ କରି କୃପାଲାଭ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।
ନନ୍ଦୋତ୍ସବରେ ମାଟି ଅନୁକୂଳ ପରେ ଏକମାଟିଆ ଓ ଦୋମାଟିଆ ସରିବା ପରେ ଆଜି ଜଗତଜନନୀଙ୍କ ମୃଣ୍ମୟୀ ମୂର୍ତ୍ତିରେ ଲାଗିହୋଇଛି ଖଡ଼ିରଙ୍ଗ । ବିଧି ଓ ପରମ୍ପରା ଅନୁଯାୟୀ ମହାଳୟା ଦିନ ପୂଜା ମଣ୍ଡପରେ ନିର୍ମିତ ମା'ଙ୍କ ମୂର୍ତ୍ତିରେ ଖଡ଼ିରଙ୍ଗ ଲାଗି କରାଯାଇଛି । ବିଭିନ୍ନ ପ୍ରାକୃତିକ ସାମଗ୍ରୀରୁ ପ୍ରସ୍ତୁତ ହୋଇଥିବା ଖଡ଼ିରଙ୍ଗ ମା'ଙ୍କୁ ଲାଗି କରାଯାଇଥାଏ । ଆସନ୍ତାକାଲିଠାରୁ ମୃଣ୍ମୟୀ ମୂର୍ତ୍ତିରେ ରଙ୍ଗ ଲାଗି କରାଯିବ । ପରେ ବସ୍ତ୍ର ପରିଧାନ ଓ ଅଳଙ୍କାରରେ ସୁସଜ୍ଜିତ ହେବେ ଦଶଭୂଜା ।
ପଢନ୍ତୁ ଏହି ଖବର: ପାର୍ବଣ ପାଇଁ ଆକ୍ସନ୍ ମୋଡ୍ରେ କମିଶନରେଟ୍ ପୋଲିସ, ୧୮୫ ମଣ୍ଡପକୁ A, B, C କାଟାଗୋରୀରେ ବାଣ୍ଟିଲା ପୋଲିସ

- ଚାଲିଛି ଷୋଡଶ ଉପଚାର ପୂଜା
ପଢନ୍ତୁ ଏହି ଖବର: ପାର୍ବଣ ପାଇଁ ଆକ୍ସନ୍ ମୋଡ୍ରେ କମିଶନରେଟ୍ ପୋଲିସ, ୧୮୫ ମଣ୍ଡପକୁ A, B, C କାଟାଗୋରୀରେ ବାଣ୍ଟିଲା ପୋଲିସ
- ଉତ୍ସବମୁଖର ରାଜଧାନୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories