Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଦ ପିଇ ଡ୍ୟୁଟି, କଥା ପହଞ୍ଚିଲା ଉଦିତନଗର ଥାନାରେ

Jitendra Dash
Browse all articles by Jitendra Dash
·2 years ago·1 min read
ମଦ ପିଇ ଡ୍ୟୁଟି, କଥା ପହଞ୍ଚିଲା ଉଦିତନଗର ଥାନାରେ

ଅର୍ଗସ ବ୍ୟୁରୋ : କାରଖାନା ଓ ବାଷ୍ପିତ କାର୍ଯ୍ୟାଳୟରେ ମଦ ପିଇ ଡ୍ୟୁଟି କରିବା ସହକାରୀ ନିର୍ଦ୍ଦେଶକ ଇଂ. ବିବେକାନନ୍ଦ ନାଏକଙ୍କୁ ମହଙ୍ଗା ପଡ଼ିଛି । ମଙ୍ଗଳବାର କାର୍ଯ୍ୟାଳୟରେ ସିଟୁ କର୍ମକର୍ତ୍ତା ଓ ଇଂ. ନାୟକଙ୍କ ମଧ୍ୟରେ ବେଶ୍‌ କିଛି ସମୟ ଧରି ହୋଇଥିଲା ପାଟିତୁଣ୍ଡ । 

ବିଭାଗୀୟ ଉଚ୍ଚ ଅଧିକାରୀ ତଥା ଉପନିର୍ଦ୍ଦେଶକ ବିଭୂପ୍ରସାଦ ଯେତେ ବୁଝାସୁଝା କରିଥିଲେ ହେଁ ପରିସ୍ଥିତି ଶାନ୍ତ ପଡ଼ିନଥିଲା । କଥା ପହଞ୍ଚିଥିଲା ଉଦିତନଗର ଥାନାରେ । ସୂଚନା ପାଇ ଉଦିତନଗର ପୋଲିସ ପିସିଆର୍‌ ଭ୍ୟାନ୍‌ରେ କାର୍ଯ୍ୟାଳୟରେ ପହଞ୍ଚିଥିଲା ।  ଇଂ. ନାଏକଙ୍କୁ ତାଙ୍କ ସିଟ୍‌ରୁ ଥାନାକୁ ଉଠାଇ ନେଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ସମୟ ବସିବା ପରେ ଇଂ. ଶ୍ରୀ ନାୟକଙ୍କୁ ମଦ ପିଇଛନ୍ତି କି ନାହିଁ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ସେ ମଦ ପିଇଥିବା ସ୍ପଷ୍ଟ ହୋଇଥିଲା । ଥାନା ଅଧିକାରୀ ରାମପ୍ରସାଦ ନାଗ କାରଖାନା ଓ ବାଷ୍ପିତ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ବିଭୁପ୍ରସାଦଙ୍କ ଉପସ୍ଥିତିରେ ଇଂ. ନାୟକଙ୍କୁ ଏମିତି ନ କରିବାକୁ କହିଥିଲେ । କାର୍ଯ୍ୟାଳୟରେ ନିଶାସେବନ କରି ଡ୍ୟୁଟି ନ କରିବାକୁ ଇଂ. ନାୟକଙ୍କୁ ତାଗିଦ କରି ଥାନାରୁ ଛାଡ଼ିଥିଲେ ।

Sponsored
Duty after drinking alcohol, the matter reached the Uditnagar police station | Argus News