କଲେଜ ପରିସରରେ ଫୁଟିଲା ଡିନାମାଇଟ , ସ୍ଥାନୀୟ ଅଞ୍ଚଳରେ ଆତଙ୍କ !

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜ ପରିସରରେ ଫୁଟିଲା ଡିନାମାଇଟ। ନୂତନ ବିଲଡିଂ କଣ୍ଟ୍ରାକ୍ସନ କାମରେ ଫୁଟିଲା ଡିନାମାଇଟ। ଡିନାମାଇଟ ଫୁଟିବା ଦ୍ୱାରା ବଡ଼ ବଡ଼ ପଥର ଖଣ୍ଡ ଗ୍ରାମର ଲୋକଙ୍କ ଅଗଣାରେ ପଡିଥିବାର ଦେଖା ଯାଇ ଥିଲା।ଆଖପାଖ ଅଞ୍ଚଳରେ ଥିବା ଆଜବେଷ୍ଟର ଘର ଉପରେ ପଥର ପଡ଼ିବା ଦ୍ୱାରା ଆଜବେଷ୍ଟର ଫାଟି ଯାଇଥିଲା।ଅଳ୍ପକେ ବର୍ତିଲେ ଲୋକେ ।ଲୋକଙ୍କ ଅଭିଯୋଗ ଯେ ପ୍ରଶାସନକୁ ନ ଜଣାଇ କିଭଳି ଭାବରେ କିପରି ଡେନାମାଇଟ ଫୁଟା ଗଲା,ଏହାକୁ ନେଇ ଲୋକେ ଆତଙ୍କିତ ।ତେବେ ସବୁ ଠାରୁ ବଡକଥା ଡେନାମାଇଟ ଫୁଟାଯାଇଥିବା ଠାରୁ ମାତ୍ର ଦଶ ଫୁଟ ଦୂରତାରେ ରହିଛି ଆଦିବାସି ଛାତ୍ରୀବାସ ଏବଂ ପାଖାପାଖି ୫୦ ମିଟର ଦୂରତାରେରେ ରହିଛି ଜନବସତି।
ଅଧିକ ପଢନ୍ତୁ ଓଡିଶା ଖବର
ଯେଉଁ ଛାତ୍ରୀବାସରେ ୪୦ ରୁ ଅଧିକ ଛାତ୍ରୀ ରହିଛନ୍ତି।ଏନେଇ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ ଉତ୍ତର ରଖିଛନ୍ତି ଏହା ତାଙ୍କୁ ଜଣା ନାହିଁ ଏବଂ ପିଏ ଆଇଟିଡିଏ ଯନ୍ତ୍ରୀଙ୍କୁ ପ୍ରତିକ୍ରିୟା ମାଗିବାରୁ ଏହାକୁ କାହିଁକି ହାଇଲାଇଟ୍ କରୁଛନ୍ତି ବୋଲି ସେ କହିଛନ୍ତି।ଏନେଇ କଲେଜ ଅଧ୍ୟକ୍ଷ ଏବଂ ଗ୍ରାମବାସୀ କାର୍ଯନିର୍ବାହୀ ଅଧିକାରୀ ଓ ଠିକାଦାର କୃତିବାସ ପରିଡ଼ାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହିତ କ୍ଷତି ପୂରଣର ଦାବି ମଧ୍ୟ କରିଛନ୍ତି ସ୍ଥାନୀୟ ଲୋକେ ।ଯଦି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରନ୍ତି ନାହିଁ ତେବେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।ତେବେ ଶିକ୍ଷାନୁଷ୍ଠାନ ଭିତରେ ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ଦାୟିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।