Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ରାଜ୍ୟ ସରକାରଙ୍କୁ ଇସିଆଇଙ୍କ କଡା ତାଗିଦ

Odisha

ପୁଣି ରାଜ୍ୟ ସରକାରଙ୍କୁ ଇସିଆଇଙ୍କ କଡା ତାଗିଦ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ରାଜ୍ୟ ସରକାରଙ୍କୁ ଇସିଆଇଙ୍କ କଡା ତାଗିଦ

ଅର୍ଗସ ବ୍ୟୁରୋ : ପୁଣି ରାଜ୍ୟ ସରକାରଙ୍କୁ ଇସିଆଇ ଛାଟ । ଜିଲ୍ଲା ଅଲଗା ହେଲେ ମଧ୍ୟ ଗୋଟିଏ ଲୋକସଭା କ୍ଷେତ୍ରରେ ନିଯୁକ୍ତ ହୋଇଥିବା ଅଧିକାରୀଙ୍କୁ ବଦଳି କରିବାକୁ ଇସିଆଇଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୩ ବର୍ଷ ପୂରଣ କରିବା ପରେ ଜିଲ୍ଲା ବାହାରକୁ ସ୍ଥାନାନ୍ତରିତ ହୋଇଥିବା ଅଧିକାରୀମାନଙ୍କୁ ସମାନ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନ୍ୟ ଜିଲ୍ଲାରେ ପୋଷ୍ଟ ନକରିବାକୁ ରାଜ୍ୟ ସରକାରଙ୍କୁ ନିଶ୍ଚିତ କରିବାକୁ କହିଛନ୍ତି ଇସିଆଇ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂର୍ବରୁ 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ନିଯୁକ୍ତ ଥିବା ଅଫିସରମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ । ତେବେ ଯେଉଁ ଅଫିସରମାନଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଛି, ସେମାନେ ପୂର୍ବରୁ ନିୟୋଜିତ ଥିବା ଲୋକସଭା କ୍ଷେତ୍ରରେ ପୁଣି ନିଯୁକ୍ତ ହୋଇଛନ୍ତି କି ନାହିଁ ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ । ରାଜ୍ୟଗୁଡ଼ିକ ନିଶ୍ଚିତ କରିବେ ଯେ ଜିଲ୍ଲା ବାହାରକୁ ସ୍ଥାନାନ୍ତରିତ ଅଧିକାରୀମାନେ ସମାନ ଲୋକସଭା ନିର୍ବାଚନ ମଣ୍ଡଳୀରେ ପୋଷ୍ଟ ହେବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ECI's strict ban on the state government | Argus News