Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚର୍ଚ୍ଚାରେ ବ୍ଲୁ ଅଡି, ଇଡ଼ିର ଖୋଳତାଡ ଜାରି

Jitendra Dash
Browse all articles by Jitendra Dash
·2 years ago·1 min read
ଚର୍ଚ୍ଚାରେ ବ୍ଲୁ ଅଡି, ଇଡ଼ିର ଖୋଳତାଡ ଜାରି

ଅର୍ଗସ ବ୍ୟୁରୋ : ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ ଲିଙ୍କକୁ ନେଇ ଚର୍ଚ୍ଚାରେ ଏବେ ବ୍ଲୁ ଅଡି । ଏଟି ଲିଙ୍କ୍‌ ମାମଲାରେ ଭୁବନେଶ୍ଵର, ବ୍ରହ୍ମପୁର ସହ ବିଭିନ୍ନ ସ୍ଥାନରେ ଇଡ଼ିର ଚଢ଼ାଉ । ଇଡ଼ି ହାତରେ ଲାଗିଛି ଲକ୍ଷାଧିକ ଟଙ୍କା ସହ ଦାମୀ କାର୍‌ । ଗାଡ଼ି ମାଲିକଙ୍କ ସହ ଚିଟ୍ ଫଣ୍ଡ ଠକଙ୍କ ଲିଙ୍କ ନେଇ ଖୋଳତାଡ ଜାରି ରହିଛି । ଗତକାଲି ରେଡ ବେଳେ ଏକ ବ୍ଲୁ ରଙ୍ଗର ଅଡ଼ି କ୍ୟୁଥ୍ରୀ କାରକୁ ଜବତ କରାଯାଇଛି । ତେବେ OD02CH2809 ନମ୍ବର ରେଜିଷ୍ଟେସନ ଥିବା ଏହି କାରର ମାଲିକ ବ୍ରହ୍ମପୁରର ଜଣେ କଣ୍ଟ୍ରାକ୍ଟରଙ୍କର ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ଚିଟଫଣ୍ଡ ଅଭିଯୁକ୍ତଙ୍କ ଘରେ ଗତକାଲି ରେଡ୍ ବେଳେ ଏହି ଗାଡ଼ି ଜବତ ହୋଇଛି । ସେହିପରି ଆଉ ଜଣେ କଣ୍ଟ୍ରାକ୍ଟରଙ୍କ ଘରୁ ୧୫ ଲକ୍ଷ ଟଙ୍କା ସମେତ ପ୍ରାୟ ୭୦୦ ଗ୍ରାମ ସୁନା ଜବତ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ଚିଟଫଣ୍ଡ ଅଭିଯୁକ୍ତଙ୍କ ଘରୁ ମୋଟ ୩୦ ଲକ୍ଷ ନଗଦ ଟଙ୍କା ଓ ସୁନା ଗହଣା ଜବତ କରାଯାଇଥିବା ଇଡି ସୂଚନା ଦେଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ED Conducts Raid In Multiple Locations In AT Chit-Fund Scam Link | Argus News