Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨ଟି ଗାଡି ନିଲାମ ପାଇଁ କୋର୍ଟରେ ଆବେଦନ କରିଛି ଇଡି

Jitendra Dash
Browse all articles by Jitendra Dash
·2 years ago·1 min read
୨ଟି ଗାଡି ନିଲାମ ପାଇଁ କୋର୍ଟରେ ଆବେଦନ କରିଛି ଇଡି

ଅର୍ଗସ ବ୍ୟୁରୋ : ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ଗାଡି ହେବ ନିଲାମ । ଗାଡି ନିଲାମ ପାଇଁ କୋର୍ଟରେ ଆବେଦନ କଲା ଇଡି । ଫର୍ଡ ଏଣ୍ଡେଭର ଓ ମହିନ୍ଦ୍ରା ଥାର ନିଲାମ ନେଇ ସୂଚନା । ନିଲାମ ହେବ ଅର୍ଚ୍ଚନା ନାଗଙ୍କ ୨ ଗାଡ଼ି । ୨ଟି ଗାଡ଼ିର କ୍ରୟ ମୂଲ୍ୟ ୫୬ ଲକ୍ଷ ଟଙ୍କା ବୋଲି ଦର୍ଶା ଯାଇଥିବା ସୂଚନା ମିଳିଛି । ମନି ଲଣ୍ଡରିଂ ନେଇ ଚଢ଼ଉ ବେଳେ ଇଡି ଅର୍ଚ୍ଚନାଙ୍କ ୨ ଗାଡ଼ି ଜବତ କରିଥିଲା ।

ହନିଟ୍ରାପ ମାମଲା ସାମ୍ନାକୁ ଆସିବା ପରେ ୨୦୨୨ ମସିହା ନଭେମ୍ୱର ୧୦ ତାରିଖରେ ଇଡି ଅର୍ଚ୍ଚନାଙ୍କ ଘରେ ଚଢ଼ଉ କରିଥିଲା। ସେହି ସମୟରେ ଏହି ଗାଡ଼ି ଦୁଇଟିକୁ ଦେଖିବାକୁ ପାଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗାଡ଼ି ଗାଏବ ହୋଇଯାଇଥିଲା । ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୨ ମସିହା ନଭେମ୍ୱର ୨୦ ତାରିଖ ରାତିରେ ମଞ୍ଚେଶ୍ୱରରେ ଏକ ପରିତ୍ୟକ୍ତ ଅଞ୍ଚଳରେ ଗାଡ଼ିଟି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ଇଡି ଗାଡିଟିକୁ ଯାଞ୍ଚ କରି ଜବତ କରିଥିଲା। ଏଥିସହ ଅର୍ଚ୍ଚନାଙ୍କ ବିଳାଶପୂର୍ଣ୍ଣ ଘରକୁ ମଧ୍ୟ ଇଡି ଜବତ କରିଥିଲା  । 

Sponsored
ED has filed an application in the court for the auction of 2 vehicles | Argus News