|
logo
Live

Argus News - ଗ୍ରୀନ୍ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନଭିନ୍

Odisha

ED Raid / ଗ୍ରୀନ୍ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନଭିନ୍

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଗ୍ରୀନ୍ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନଭିନ୍

Key Points

ଗ୍ରୀନ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଅଯୋଧ୍ୟା ନଗର ସ୍ଥିତ ଘରେ ଚଢ଼ାଉ ଚାଲିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗୋଟିଏ ଟିମ୍ ଆସି ଗ୍ରୀନ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ଛାନଭିନ୍ କରୁଛି ।

ବ୍ରହ୍ମପୁର: ଚିଟ୍‌ଫଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଚଢ଼ାଉ । ଗ୍ରୀନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (GIPL) ମାଲିକ ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ମିଳିଥିବା ସୂଚନା ଅନୁସାରେ, ଗ୍ରୀନ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଅଯୋଧ୍ୟା ନଗର ସ୍ଥିତ ଘରେ ଚଢ଼ାଉ ଚାଲିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗୋଟିଏ ଟିମ୍ ଆସି ଗ୍ରୀନ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ଛାନଭିନ୍ କରୁଛି ।

୨୦୧୪ରେ ଗ୍ରୀନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଚିଟ୍‌ଫଣ୍ଡ ଠକେଇ ଅଭିଯୋଗ ହୋଇଥିଲା । ସେତେବେଳେ ସିବିଆଇ ପ୍ରଥମ ଚାର୍ଜସିଟ୍ ବି ଦାଖଲ କରିଥିଲା ।

ଏଥିସହ ପଢ଼ନ୍ତୁ: ଗାଧୋଇବା ବେଳେ ବୈତରଣୀ ନଦୀରେ ଭାସିଗଲେ ଭାଇଭଉଣୀ ଓ ମାମୁ ପୁଅ

ଗ୍ରୀନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସୁନୀଲ ପଣ୍ଡାଙ୍କ ସହ ୨ ନିର୍ଦ୍ଦେଶକ ପ୍ରଦୀପ ସିଂ ଏବଂ ଜିତେନ୍ଦ୍ର ମିଶ୍ରଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା । ଆଇପିସି ଧାରା ୪୨୦, ୪୦୯, ୫୦୯ ଏବଂ ୧୨୦ବି ସହ ୪୫୬ରେ ଦାଖଲ ହୋଇଥିଲା ଚାର୍ଜସିଟ୍ ।


ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ୨୦୧୪ ମସିହାରେ ଚିଟଫଣ୍ଡ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଠାରୁ ନେଇଥିଲା । ଗ୍ରୀନ୍ ଇଣ୍ଡିଆ ଏକାଧିକ କମ୍ପାନୀ ଖୋଲି ସେ ସବୁ ମାଧ୍ୟମରେ ବ୍ରହ୍ମପୁରରୁ କାର୍ଯ୍ୟ କରୁଥିଲା ।

ଗ୍ରୀନ୍ ଇଣ୍ଡିଆ ପାଖାପାଖି ୩୦ କୋଟି ଟଙ୍କା ମାତ୍ର ୩ ବର୍ଷ ଭିତରେ ଠକି ନେଇଥିବା ଅଭିଯୋଗ ହୋଇଥିଲା । ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକେ ଏହାଦ୍ଵାରା ସର୍ବାଧିକ ଭାବେ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଦ୍ଵିତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

ଏବେ ଇଡି, ଗ୍ରୀନ୍ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ରେଡ୍ କରିଛି । ଚଢ଼ାଉ ବେଳେ ପ୍ରଦୀପଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ଏକାଧିକ କାଗଜପତ୍ର ସହ ଆର୍ଥିକ ଦେଣନେଣର ନଥିପତ୍ର ପାଇଥିବା ଜଣାପଡ଼ିଛି । ଯାହାକି ଗ୍ରୀନ୍ ଇଣ୍ଡିଆ ଏବଂ ବିଭିନ୍ନ ସବସିଡାରୀ କମ୍ପାନୀ ସହ ଜଡ଼ିତ ବୋଲି ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ED Raid: ଗ୍ରୀନ୍ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନଭିନ୍ | Argus News