|
logo
Live

Argus News - ଗାଧୋଇବା ବେଳେ ବୈତରଣୀ ନଦୀରେ ଭାସିଗଲେ ଭାଇଭଉଣୀ ଓ ମାମୁ ପୁଅ

Odisha

Baitarani River / ଗାଧୋଇବା ବେଳେ ବୈତରଣୀ ନଦୀରେ ଭାସିଗଲେ ଭାଇଭଉଣୀ ଓ ମାମୁ ପୁଅ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଗାଧୋଇବା ବେଳେ ବୈତରଣୀ ନଦୀରେ ଭାସିଗଲେ ଭାଇଭଉଣୀ ଓ ମାମୁ ପୁଅ

Key Points

ମାମୁଘରକୁ ବୁଲି ଆସିଥିବା ବେଳେ ୩ ଜଣ ନଦୀରେ ଭାସି ଯାଇଛନ୍ତି । ବିରଜାପୁରରୁ ମାମୁଘର ଗାରଡ଼େଶ୍ଵର ଗାଁକୁ ଆସିଥିଲେ ।
ଯାଜପୁର: ବୈତରଣୀ ନଦୀରେ ଅଘଟଣ । ମାମୁଘରକୁ ବୁଲି ଆସିଥିବା ବେଳେ ନଦୀରେ ଭାସି ଯାଇଛନ୍ତି ଭାଇଭଉଣୀ ଓ ମାମୁ ପୁଅ । ବିରଜାପୁରରୁ ମାମୁଘର ଗାରଡ଼େଶ୍ଵର ଗାଁକୁ ଆସିଥିଲେ ଭାଇଭଉଣୀ । ସକାଳେ ଗାରଡ଼େଶ୍ଵର ନିକଟରେ ଥିବା ଘାଟକୁ ମାମୁପୁଅ ସହ ମିଶି ଭାଇଭଉଣୀ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି ।

ଦିନ ପ୍ରାୟ ୧୨ଟା ସମୟରେ ୩ ଜଣ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ୩ ଜଣଙ୍କ ବୟସ ୧୨ରୁ ୧୪ ବର୍ଷ ହୋଇଥିବା ଜଣାପଡ଼ିଛି । ୩ ଜଣ ଭାସି ଯିବା ପରେ ଗ୍ରାମବାସୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଆରମ୍ଭ କରିଛି ସର୍ଚ୍ଚ ଅପରେସନ୍ ।

ଏଥିସହ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଦ୍ଵିତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

ଏବେ ମିଳୁଥିବା ସୂଚନା ଅନୁସାରେ, ଭାସି ଯାଇଥିବା ୩ ନାବାଳକଙ୍କ ମଧ୍ୟରୁ ଖୋଜାଖୋଜି ବେଳେ ଗାଁ ଲୋକେ ୨ ଜଣଙ୍କୁ ଉଦ୍ଧାର କରିଛନ୍ତି । ଏବେ ବି ଜଣେ ନିଖୋଜ ରହିଛନ୍ତି । ନିଖୋଜକଙ୍କୁ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ । ୩ ଜଣ ଭାସି ଯାଉଥିବା ବେଳେ ନଦୀରେ ଗାଧୋଉଥିବା ୭୦ ବର୍ଷୀୟ ବୃଦ୍ଧ ଉପସ୍ଥିତ ବୁଦ୍ଧି ଖଟାଇଥିଲେ ।

ତାଙ୍କ ନିକଟରେ ଥିବା ବଂନିଶୀ ଛଡ଼କୁ ପକାଇଥିଲେ । ଫଳରେ ଦୁଇ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରିଛି । ଭାସି ଯାଇଥିବା ନଗେନ କୁମାର ମିଶ୍ର, ରୁଦ୍ର ନାରାୟଣ ମିଶ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୪ ବର୍ଷର ପ୍ରୀତି ପ୍ରଜ୍ଞାଙ୍କୁ ଖୋଜିବା ଲାଗି ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: କାର୍ତ୍ତିକ ମାସ ଗଲା ପରେ ରାଜ୍ୟରେ ବଢ଼ିଲା ଶୀତ

କେଉଁ ସ୍ଥିତିରେ ୩ ଜଣ ଗାଧୋଇବା ବେଳେ ବୈତରଣୀ ନଦୀରେ ଭାସିଗଲେ ତାହା ଜଣାପଡ଼ିନି । ତେବେ ନଦୀର ପ୍ରଖର ସ୍ରୋତରେ ସେମାନେ ଭାସି ଯାଉଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ ତ୍ଵରିତ ପଦକ୍ଷେପ ଯୋଗୁଁ ୨ ଜଣଙ୍କୁ ବର୍ତ୍ତମାନ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜାଖୋଜି ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Baitarani River: ଗାଧୋଇବା ବେଳେ ବୈତରଣୀ ନଦୀରେ ଭାସିଗଲେ ଭାଇଭଉଣୀ ଓ ମାମୁ ପୁଅ | Argus News