Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଢ଼ିଲା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ

Odisha

ବଢ଼ିଲା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ

Jitendra Dash
Browse all articles by Jitendra Dash
·2 years ago·2 min read
ବଢ଼ିଲା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ

ଅର୍ଗସ ବ୍ୟୁରୋ : ଭଦ୍ରକର ସବୁଠାରୁ ବଡ଼ ଇଞ୍ଜିନିୟରିଂ କଲେଜ, ବରପଦା କଲେଜ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି । ସବୁଠି ମହାଦୁର୍ନୀତିର ଅଭିଯୋଗ । ଏହାକୁ ନେଇ ଏବେ ବଢ଼ିଛି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ଗୁରୁବାର ପ୍ରଫୁଲ୍ଲଙ୍କ ଭଦ୍ରକ ସ୍ଥିତ ୨ଟି ଘର ଓ ଭୁବନେଶ୍ବର ପଳାସପଲ୍ଲୀ ସ୍ଥିତ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ ଇଡି ଚଢ଼ାଉରେ ଭୁବନେଶ୍ବର ପଳାସପଲ୍ଲୀରେ ଥିବା ଘରୁ ମିଳିଛି ୧୦ ଲକ୍ଷ ଟଙ୍କା । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ବା ଲୁଲୁ ସାମଲଙ୍କ ନାଁରେ ଥିବା ଏହି ଘରୁ ଏକ ଦାମୀ ଗାଡ଼ି ମଧ୍ୟ ଜବତ କରିଛି ଇଡି । ଇଡ଼ି ରେଡ୍ ପରେ ଶୁକ୍ରବାର ବରପଦା ଇଂଜିନିୟରିଂ କଲେଜ ଗେଟ ଆଗରେ ଧାରଣାରେ ବସିଥିବା କର୍ମଚାରୀ ପ୍ରଫୁଲ୍ଲ ସାମଲ ଓ ବିଜେଡ଼ିର ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କ କୁଶପୁତ୍ତଳିକା ଦାହ କରିଛିନ୍ତି । ପ୍ରଫୁଲ୍ଲ ଓ ଲୁଲୁ କଲେଜର କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି, ଦୁର୍ନୀତିରେ ସଞ୍ଜୟ ଦାସ ବର୍ମା ସହଯୋଗ କରିଥିବା ଅଭିଯୋଗ କରିବା ସହ ଲୁଟେରାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । 

କଲେଜର କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ମିଳୁନି ଦରମା । ଏହା ବିରୋଧରେ ସେମାନେ ଦୀର୍ଘ ଦିନ ଧରି କଲେଜ ଗେଟ୍ ଆଗରେ ଧାରଣାରେ ବସିଛନ୍ତି । ସେମାନେ ଇଡି କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରିଛନ୍ତି । ଏଥିସହ କଲେଜରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ତଦନ୍ତ, କ୍ୟାସ୍ ଟ୍ରାଞ୍ଜାକ୍ସନ୍ ବନ୍ଦ କରାଯିବା, ୧୬ ମାସର ବକେୟା ଦରମା ପ୍ରଦାନ ଆଦି ଦାବି କରିଛନ୍ତି । 

ବିଜେଡିର ପାୱାରଫୁଲ୍ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ଲୁଲୁ ସାମଲଙ୍କ କେଳେଙ୍କାରୀର ଫର୍ଦ୍ଦ ଖୁବ୍ ଲମ୍ବା । ପୁଅ ପ୍ରୟାସକାନ୍ତିଙ୍କ ନାଁରେ କଲେଜ ଟଙ୍କାରେ ଦାମୀ କାର କିଣା ହୋଇଥିବା ଅଭିଯୋଗ ରହିଛି । ସେହପରି ଜମି କେଳେଙ୍କାରୀରରେ ବି ଅଭିଯୁକ୍ତ ସାମଲ ବାପପୁଅ । ବୁଧବାର ଦୀର୍ଘ ୧୫ ଘଣ୍ଟା ପରେ ପ୍ରଫୁଲ୍ଲଙ୍କ ଭଦ୍ରକ ନୂଆବଜାର ବାସଭବନରୁ ବାହାରିଥିଲେ ଇଡ଼ି ଅଧିକାରୀ । କଲେଜ ବିଷୟରେ ପଚରା ଉଚରା କରିଥିଲେ । ଚଢ଼ାଉ ପରେ ପ୍ରଫୁଲ୍ଲ  କହିଲେ ରାଜନୈତିକ ଶତ୍ରୁତା ରଖି ନିର୍ବାଚନରେ ହରାଇବା ପାଇଁ ତାଙ୍କ ବିରୋଧରେ କରାଯାଇଛି ଷଡ଼ଯନ୍ତ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂର୍ବରୁ ବରପଦା ଇଞ୍ଜିନିୟରିଂ କଲେଜ କେଳେଙ୍କାରୀରେ ସାମଲ ବାପପୁଅଙ୍କର ସଂପୃକ୍ତି ନେଇ ପ୍ରମାଣ ସହ ଖବର ପ୍ରସାରଣ କରିଥିଲା ଅର୍ଗସ ନ୍ୟୁଜ୍ । ପୁତ୍ର ମୋହରେ ଅନ୍ଧ ଧ୍ରୁତରାଷ୍ଟ୍ର ସାଜି ବିଧାୟକ ପ୍ରଫୁଲ୍ଲ ସାମଲ ପୁଅର ଦୁର୍ନୀତିକୁ ପ୍ରଶ୍ରୟ ଦେଇଥିବା ଅଭିଯୋଗ ହୋଇଥିଲା । କଲେଜକୁ ନିଜ କବଜାରେ ରଖିବା ପାଇଁ ବାଇ ଲ ବଦଳାଇଥିବା ନେଇ ଆସିଥିଲା ସାଂଘାତିକ ଅଭିଯୋଗ । ଆଉ ବାପପୁଅଙ୍କର ଏହି କେଳେଙ୍କାରୀକୁ ମିଳିଥିଲା ବିଜେଡି ସରକାରଙ୍କ ସୁରକ୍ଷା । ଯାହାର ଏବେ ପ୍ରମାଣ ଯୋଗାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 
 

Sponsored
ED Seizes Rs 9 Lakh & High-End Car From House Of BJD MLA Prafulla Samal’s Son In Bhubaneswar | Argus News