Videos
|
Odisha

ସଂପାଦକ ଡ଼ାଃ ଶରତ କୁମାର ରାଉତ ସଂଘର କାର୍ଯ୍ୟକାରିତା ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ

Jitendra Dash
Browse all articles by Jitendra Dash
·2 years ago·1 min read
ସଂପାଦକ ଡ଼ାଃ ଶରତ କୁମାର ରାଉତ ସଂଘର କାର୍ଯ୍ୟକାରିତା ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ

ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦ ସଂଘର ୪ର୍ଥ ଅଧିବେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ଡାଃ ଧନେଶ୍ଵର ବଳିଆରସିଂହଙ୍କ ସଭାପତିତ୍ବରେ କଳିଙ୍ଗ ନଗରସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ଉପଦେଷ୍ଟା ପ୍ରଫେସର ଡାଃ ବଲ୍ଲଭ କୁମାର ଜୟସିଂହ ଅବସରପ୍ରାପ୍ତ ଅଧ୍ୟକ୍ଷ, ଏହାକୁ ଉଦ୍‌ଘାଟନ କରିଥିଲେ । 

ସଂପାଦକ ଡ଼ାଃ ଶରତ କୁମାର ରାଉତ ସଂଘର କାର୍ଯ୍ୟକାରିତା ସମ୍ପର୍କରେ ସମ୍ୟକ ଆଲୋଚନା କରି ଆଗାମୀ ଦିନମାନଙ୍କରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା, ସ୍ୱାସ୍ଥ୍ୟ ଶିବିର ଓ ଶିଶୁମାନଙ୍କ ନିମନ୍ତେ  ସ୍ୱତନ୍ତ୍ର "ସ୍ଵର୍ଣ୍ଣପ୍ରାଶନ" କାର୍ଯ୍ୟକ୍ରମ ମାଧ୍ୟମରେ ଆୟୁର୍ବେଦ ଚିକିତ୍ସାକୁ ଘରେ ଘରେ ପହଞ୍ଚାଇବାକୁ ପ୍ରସ୍ତାବ ରଖିଥିଲେ । ଏହାକୁ ସର୍ବସମ୍ମତି କ୍ରମେ ଗୃହିତ କରାଯିବା ସହ ଆୟୁର୍ବେଦର ଉନ୍ନତି ନିମନ୍ତେ ସରକାରୀ ସ୍ତରରେ ବିଭିନ୍ନ ପଦାଧିକାରୀଙ୍କ ସହ ଆଲୋଚନା କରିବାକୁ ନିଷ୍ପତି ନିଆଗଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବୈଠକରେ ପ୍ରଫେସର ଡାଃ କାମଦେବ ଦାସ, ଡାଃ ଉମେଶ ଚନ୍ଦ୍ର ପୃଷ୍ଟି, ଡାଃ ଦୁର୍ଗା ଚରଣ ଦାଶ, ଡାଃ ଆଦିତ୍ୟ ପ୍ରସାଦ ମିଶ୍ର, ଡାଃ ନରେନ୍ଦ୍ର ପ୍ରସାଦ ହୋତା, ଡାଃ ସୁଜାତାରାଣୀ ମିଶ୍ର, ଡାଃ ସତ୍ୟ ନାରାୟଣ ପଟ୍ଟନାୟକ, ଡାଃ ବ୍ରଜେନ୍ଦ୍ରନାଥ ପାତ୍ର, ପ୍ରଫେସର ଡାଃ ବିଚିତ୍ରାନନ୍ଦ ମିଶ୍ର ପ୍ରଭୃତି ଉପସ୍ଥିତ ଥିଲେ । ସଭା ଶେଷରେ ସଂଘର ବରିଷ୍ଠ ଉପସଭାପତି ଡାଃ ରାମଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Editor Dr Sharat Kumar Raut discussed the functioning of the association | Argus News