|
logo
Live

Argus News - ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମାୱାଲାଙ୍କ ଘରେ ଓ କାର୍ଯ୍ୟାଳୟରେ ଇଡି ରେଡ୍

Odisha

ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମାୱାଲାଙ୍କ ଘରେ ଓ କାର୍ଯ୍ୟାଳୟରେ ଇଡି ରେଡ୍

Jitendra Dash
Browse all articles by Jitendra Dash
·2 years ago·1 min read
ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମାୱାଲାଙ୍କ ଘରେ ଓ କାର୍ଯ୍ୟାଳୟରେ ଇଡି ରେଡ୍

ଅର୍ଗସ ବ୍ୟୁରୋ : ରାଜ୍ୟରେ ବଡ଼ ଧରଣର ଇଡି ରେଡ୍ । ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମାୱାଲାଙ୍କ ଘରେ ଓ କାର୍ଯ୍ୟାଳୟରେ ଇଡି ରେଡ୍ । ରାଉରକେଲା କଚେରି ରୋଡରେ ଥିବା ଦୁଇଟି କାର୍ଯ୍ୟାଳୟ, ଵିଶ୍ରା  ଡାହାରରେ ଥିବା ଘର, ବଡବିଲ ସହ ଭୁବନେଶ୍ବରରେ ଚାଲିଛି ଚଢାଉ । 

ଅଜୟ କାଦମାୱାଲା ନିଜର ବ୍ୟବସାୟରେ ଅର୍ଥ ଅନିୟମିତତା ସହ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ଅର୍ଥ ହେରଫେର କରିବା ପାଇଁ ପ୍ରସ୍ତୁତ କରୁଥିଲେ ଆଇନର ଫାଙ୍କା ରାସ୍ତା । ଯାହାକୁ ନେଇ ଇଡି ମାରିଛି ଛପା । ପାଞ୍ଚଟି ସ୍ଥାନରେ ଇଡିର ପାଞ୍ଚଟି ଟିମ୍ ଏକକାଳୀନ ରେଡ କରିଥିବା ବେଳେ ରେଡରେ ସାମିଲ ଅଛନ୍ତି 20ରୁ ଅଧିକ ଅଧିକାରୀ । ସୁରକ୍ଷାକୁ ଆଖି ଆଗରେ ରଖି ରେଡରେ ସିଆରପିଏଫ୍ ସାମିଲ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଦୀପକ ଗୁପ୍ତାଙ୍କ ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ଇଡି ରେଡ୍ କରିଛି । ଖଣି ଦୁର୍ନୀତି ସମ୍ପର୍କୀତ ମାମଲାରେ ଚଢ଼ାଉ ହେଉଥିବା ସୂଚନା । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରେକର୍ଡ ଯାଞ୍ଚ କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ । ଉଲିବୁରୁ ଖଣିରେ ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ୨୦୧୩ ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

Sponsored
ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମାୱାଲାଙ୍କ ଘରେ ଓ କାର୍ଯ୍ୟାଳୟରେ ଇଡି ରେଡ୍ | Argus News