Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡ଼ିକୁ ଟାର୍ଗେଟ କରୁଛୁ ବିଜେଡ଼ି : କାର୍ଯ୍ୟକ୍ରମ ଚାଲିଥିବା ବେଳେ ହେଲା ଅଣ୍ଡାମାଡ଼

Odisha

ବିଜେଡ଼ିକୁ ଟାର୍ଗେଟ କରୁଛୁ ବିଜେଡ଼ି : କାର୍ଯ୍ୟକ୍ରମ ଚାଲିଥିବା ବେଳେ ହେଲା ଅଣ୍ଡାମାଡ଼

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡ଼ିକୁ ଟାର୍ଗେଟ କରୁଛୁ ବିଜେଡ଼ି : କାର୍ଯ୍ୟକ୍ରମ ଚାଲିଥିବା ବେଳେ ହେଲା ଅଣ୍ଡାମାଡ଼

ଅର୍ଗସ ବ୍ୟୁରୋ : ନୂଆ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅଣ୍ଡାମାଡ଼ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ପୁରାତନ ଲୋକନାଥ ମହାବିଦ୍ୟାଳୟରେ । ଆଜି ନୂଆ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ଅଣ୍ଡାମାଡ଼ କରିଥିବା କୁହାଯାଉଛି ।

ସୂଚନା ଅନୁସାରେ ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ଟାର୍ଗେଟ କରି ଅଣ୍ଡାମାଡ଼ କରାଯାଇଥିବା କୁହାଯାଉଛି । ସଭା ଚାଲିଥିବା ସମୟରେ ଷ୍ଟେଜ ସମ୍ମୁଖରେ ବସିଥିବା କିଛି ବ୍ୟକ୍ତିଙ୍କ ଉପରେ ଅଣ୍ଡା ପଡ଼ିଥିଲା । ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ କୁଦାନଗରୀ ଥାନା ପୋଳିସ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ଏହି କଲେଜରେ ଛାତ୍ର ମାନେ ନିମ୍ନମାନର ଖାଦ୍ୟ ଓ ଉପକରଣ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଅତିଥି ଓ କଲେଜ କତ୍ତୃପକ୍ଷଙ୍କ ଅବଗତି କରି ଥିଲେ । ଏହି ଅଣ୍ଡା ମାଡ଼କୁ କଲେଜ କତ୍ତୃପକ୍ଷ ହାଲୁକା ନେବାବେଳେ ସଞ୍ଜୟ ଅଗ୍ରୱାଲ ଆଣ୍ଡା ମାଡ଼କୁ ସ୍ବୀକାର କରିଥିଲେ ।


 

Sponsored
Egg laying in BJD program in Garadpur | Argus News