Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆସିଲା ଖୁସି ଖବର, ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌

Odisha

ଆସିଲା ଖୁସି ଖବର, ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌

Jitendra Dash
Browse all articles by Jitendra Dash
·2 years ago·1 min read
ଆସିଲା ଖୁସି ଖବର, ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌

ଅର୍ଗସ ବ୍ୟୁରୋ : ଢ଼େଙ୍କାନାଳ ପାଇଁ ଆସିଲା ଖୁସି ଖବର । ମଗଜିକୁ ମିଳିଲା ଜିଆଇ ଟ୍ୟାଗ । ୨୦୨୦ ମସିହାରେ ଢ଼େଙ୍କାନାଳ ସୁଇଟ ଆସୋସିଏସନ୍ ପକ୍ଷରୁ ଆବେଦନ କରାଯାଇଥିଲା । ଓୟୁଏଟି ଏନେଇ ଯଥା ସହାୟତା ପ୍ରଦାନ କରିଥିଲା । ମଇଁଷି କ୍ଷୀରରେ ତିଆରି ମିଠା ହେଉଛି ମଗଜି । ଯାହାର ସାରା ଓଡ଼ିଶାରେ ଏହାର ବେଶ ଚାହିହା ରହିଛି । 

ସେହିଭଳି ଓଡ଼ିଶାର ୮ ଉତ୍ପାଦକୁ ମଧ୍ୟ ମିଳିଲା ଜିଆଇ ଟ୍ୟାଗ୍‌ । ଜିଆଇ ଟ୍ୟାଗ୍‌ ମିଳିବା ନେଇ Xରେ ସୂଚନା ଦେଲା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ । ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଂଜ କାଇ ଚଟଣୀକୁ ମାନ୍ୟତା । ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌କୁ ମାନ୍ୟତା ମିଳିଛି । କେନ୍ଦ୍ରାପଡ଼ା ରସାବଳି, କୋରାପୁଟ କଳାଜିରା ଧାନକୁ ଜିଆଇ ଟ୍ୟାଗ୍‌ । ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସବୁଠୁ ବଡ଼ କଥା ହେଉଛି ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ଆଜି ବଧିବଦ୍ଧ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା । 
 

Argus Whatsapp Channel Mobile Top
Sponsored
Eight New Products From Odisha Get GI Tag | Argus News