Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତା ଏବଂ ରାଜ୍ୟ ନିର୍ବାଚନ ପ୍ରଭାରୀଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରସ୍ତୁତି ବୈଠକ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତା ଏବଂ ରାଜ୍ୟ ନିର୍ବାଚନ ପ୍ରଭାରୀଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରସ୍ତୁତି ବୈଠକ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଏକକାଳୀନ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସଂପୂର୍ଣ୍ଣ ପ୍ରସ୍ତୁତ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୨୪ ନିର୍ବାଚନର ନିର୍ବାଚନ ପରିଚାଳନା ଓ ନିଶ୍ଚିତ ବିଜୟ ପାଇଁ କାର୍ଯ୍ୟ ଖସଡା ସଂପର୍କରେ ଆଲୋଚନା କରାଯାଇଛି । ରାଜ୍ୟର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ଏବଂ ୧୪୭ ବିଧାନସଭା କ୍ଷେତ୍ରକୁ ୨ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପଠାଯିବ । ଆସନ୍ତା ୧ତାରିଖ ପୂର୍ବରୁ ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ପ୍ରସ୍ତାବିତ କରାଯିବ । ଆସନ୍ତା ୨ତାରିଖ ଦିନ ୨୧ଟି ଲୋକସଭା  ଏବଂ ୧୪୭ବିଧାନସଭା କ୍ଷେତ୍ରର କୋର କମିଟି ଓ ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । 

ଆସନ୍ତା ୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉପସ୍ଥାପିତ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା କରାଯିବ । ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ନିର୍ବାଚନୀ ଇସ୍ତାହାର କମିଟି ମଧ୍ୟ ଗଠନ ହେବା ସହ ଆସନ୍ତା ୨୯ତାରିଖ ଦିନ ଭୁବନେଶ୍ୱରରେ ନିର୍ବାଚନୀ ଇସ୍ତାହାର କମିଟିର କାର୍ଯ୍ୟ ଶୁଭାରମ୍ଭ ହେବ । ଅଭିଯୋଗ ପତ୍ରରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଅଭିଯୋଗ ପତ୍ର ସଂକଳନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସୂଚନା ଦେଇଛନ୍ତି ।

ନିର୍ବାଚନୀ ଇସ୍ତାହାର କମିଟି ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ଆହ୍ୱାନ କରାଯିବ ଏବଂ ଉକ୍ତ ମତକୁ ଇସ୍ତାହାର ପ୍ରସ୍ତୁତିରେ ଗୁରୁତ୍ୱ ଦିଆଯିବ । ଦଳର ନିର୍ବାଚନ ଇସ୍ତାହାର ତିଆରିରେ ସାଧାରଣ ଜନତାଙ୍କ ଭାଗିଦାରି ରହିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସାଧାରଣ ଜନତାଙ୍କ ନିକଟରୁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ପାଇଁ ଦଳ ମତାମତ ସଂଗ୍ରହ କରିବ । ଏଥିସହ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶା ଗସ୍ତ କରିବା ସମ୍ଭାବନା ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଫେବୃୟାରୀ ୭ତାରିଖ ଦିନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା  ଏବଂ ଆଜି ୨୭ ଫେବୃୟାରୀରେ ୧୪୬ ବିଧାନସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।
 

Sponsored
Election preparation meeting chaired by the State President and in the presence of the State Election Officer | Argus News