Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ କମିଲା ବିଦ୍ୟୁତ ଦର

Jitendra Dash
Browse all articles by Jitendra Dash
·2 years ago·1 min read
ରାଜ୍ୟରେ କମିଲା ବିଦ୍ୟୁତ ଦର

ଅର୍ଗସ ବ୍ୟୁରୋ : ରାଜ୍ୟରେ କମିଲା ବିଦ୍ୟୁତ ଦର । ପ୍ରତ୍ୟେକ ସ୍ଲାବରେ ୟୁନିଟ ପିଛା ୧୦ ପଇସା ହ୍ରାସ ପାଇଛି । ବିପିଏଲ ଉପଭୋକ୍ତାଙ୍କ ଫିକ୍ସ ଡିପୋଜିଟ ୮୦ ଟଙ୍କାରୁ ୭୦ ଟଙ୍କାକୁ ହ୍ରାସ ପାଇଛି । ଯେଉଁ ଉପଭୋକ୍ତା ଇ-ବିଲ ବ୍ୟବହାର କରିବେ ସେମାନେ ବିଲ୍ ଉପରେ ୧୦ ଟଙ୍କା ରିବେଟ ପାଇବେ । ଗ୍ରୀନ ଏନର୍ଜିର ପ୍ରିମିୟମ ୟୁନିଟ ପିଛା ୨୫ ପଇସାରୁ ୨୦ ପଇସାକୁ ହ୍ରାସ ପାଇବା ସହ ଇଭି ଚାର୍ଜଙ୍ଗରେ ୟୁନିଟ ପିଛା ୫.୫୦ ଟଙ୍କା ପରିବର୍ତ୍ତେ୫ ଟଙ୍କା ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କୋଲ୍ଡ ଷ୍ଟୋରେଜ ପାଇଁ ପ୍ରତ୍ୟେକ ୟୁନିଟ ପିଛା ୧.୬୦ ଟଙ୍କା ହ୍ରାସ ପାଇଛି । ପୂର୍ବରୁ ପ୍ରତ୍ୟେକ ୟୁନିଟ ପିଛା ୪.୬୦ ଟଙ୍କା ଥିବାବେଳେ ଏବେ ୩ ଟଙ୍କା ଦେବାକୁ ପଡ଼ିବ । ମେଗା ଲିଫ୍ଟ ପଏଣ୍ଟ ଉପଭୋକ୍ତା ୟୁନିଟ ପିଛା ୨ ଟଙ୍କା ରିବେଟ ପାଇବେ । ରୁରାଲ ଏଲଟି ଡୋମେଷ୍ଟିକ କଞ୍ଜ୍ୟୁମର ମଧ୍ୟ ପ୍ରତ୍ୟେକ ୟୁନିଟ ପିଛା ୧୦ ପଇସା ରିବେଟ ପାଇବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
electric bill reduce in odisha know per unit price | Argus News