Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Elephant Killed / ହାତୀ ମୃତ୍ୟୁ ପରେ ୩୨ ଖଣ୍ଡ କରି କାଟିଥିଲେ ଡେପୁଟି ରେଞ୍ଜର; ୮ ବନ କର୍ମଚାରୀଙ୍କୁ ନୋଟିସ୍

Sushanta Sahoo
Browse all articles by Sushanta Sahoo
·5 months ago·2 min read
ହାତୀ ମୃତ୍ୟୁ ପରେ ୩୨ ଖଣ୍ଡ କରି କାଟିଥିଲେ ଡେପୁଟି ରେଞ୍ଜର; ୮ ବନ କର୍ମଚାରୀଙ୍କୁ ନୋଟିସ୍
Elephant cut into pieces forest officials

Key Points

ହାତୀକୁ ଖଣ୍ଡ ଖଣ୍ଡ କରି ୩୨ ଖଣ଼୍ଡ କରିଥିଲ ବନ କର୍ମଚାରୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁ ପରେ ହାତୀକୁ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାର ରହସ୍ୟ ଖୋଲିଛନ୍ତି ବ୍ରହ୍ମପୁର ଆରସିସିଏଫ୍ ।
ବାଲିଗୁଡ଼ା (କନ୍ଧମାଳ): ହାତୀ ମୃତ୍ୟୁ ଉପରୁ ହଟିଲା ପରଦା । ଲୁଚାଇବାକୁ ଯାଇ ହାତୀକୁ ଖଣ୍ଡ ଖଣ୍ଡ କରି ୩୨ ଖଣ଼୍ଡ କରିଥିଲ ବନ କର୍ମଚାରୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁ ପରେ ହାତୀକୁ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାର ରହସ୍ୟ ଖୋଲିଛନ୍ତି ବ୍ରହ୍ମପୁର ଆରସିସିଏଫ୍ ।

ବାଲଗୁ଼ଡ଼ାରେ ବ୍ରହ୍ମପୁର ଆରସିସିଏଫ୍ ବିଶ୍ଵନାଥ ନୀଳନବର ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ତଥ୍ୟ ରଖିଛନ୍ତି । କହିଛନ୍ତି, "ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହେବା ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନଥିଲେ । ବନ ବିଭାଗରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ସହଯୋଗରେ ମୃତ ହାତୀର ଶବକୁ ୩୨ ଖଣ୍ଡ କରି ମାଟି ତଳେ ପୋତି ଦେଇଥିଲେ ଡେପୁଟି ରେଞ୍ଜର ।"

ଏଥିସହ ପଢ଼ନ୍ତୁ: ବାହା ହେଲାନି ବୋଲି ପ୍ରେମିକାର ଭୟଙ୍କର ଷଡ଼୍‌ଯନ୍ତ୍ର; ଇଞ୍ଜେକ୍ସନ୍‌ରେ ନେଲା ପ୍ରତିଶୋଧ

ହାତୀ ମୃତ୍ୟୁ ପରେ ହାତୀକୁ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଡେପୁଟି ରେଞ୍ଜର ବିନୟ ବିଶି । ଜାନୁୟାରୀ ୫ ତାରିଖରେ ବିଦ୍ୟୁତ୍ ଆଘାତରେ ହାତୀଟି ଆଖି ବୁଜିଥିଲା ।

ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇନଥିଲେ । ବନ ବିଭାଗରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ସହଯୋଗରେ ମୃତ ହାତୀର ଶବକୁ ୩୨ ଖଣ୍ଡ କରି ପ୍ରଥମେ ବେଲଘର ନିକଟସ୍ଥ କାଡାପାନା ନର୍ସରୀରେ ପୋତି ଦେଇଥିଲେ ।

ଘଟଣା ପ୍ରଘଟ ହେଉଥିବା ଜାଣି ପାରିବା ପରେ କାଡାପାନା ନର୍ସରୀରୁ ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ ବାହାର କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଞ୍ଜର ତହଁସିର ଡ୍ୟାମ୍ ନିକଟକୁ ନେଇ ଯାଇଥିଲେ ।

ସେଠାରେ ୭ ଫୁଟ୍ ମାଟି ତଳେ ପୋତି ଦେଇଥିଲେ ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ । ଏଥିରେ ବେଲଘର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କ ସମ୍ପୂର୍ଣ୍ଣ ହାତ ରହିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର RCCF ବିଶ୍ଵନାଥ ନୀଳନବର ।

ତଦନ୍ତ ପରେ ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯିବା ପର ଠାରୁ ସେ ଗିରଫ ଭୟରେ ଫେରାର୍ ଅଛନ୍ତି । ଏହି ଘଟଣାରେ ବ୍ୟବହୃତ ଗୋଟିଏ ବୋଲେରୋ, ପିକ୍ଅପ୍ ସହ ଗୋଟିଏ ଜେସିବି ମେସିନକୁ ଜବତ କରାଯାଇଛି । ପିକ୍ଅପ୍ ଡ୍ରାଇଭର ହୃଷିକେଶ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ।

ଏଥିସହ ପଢ଼ନ୍ତୁ: ରୋହିତ ଶର୍ମା ଓ ହରମନପ୍ରୀତଙ୍କ ସହ କ୍ରୀଡ଼ା କ୍ଷେତ୍ରରେ ୮ ଜଣଙ୍କୁ ପଦ୍ମଶ୍ରୀ, ବିଜୟଙ୍କୁ ପଦ୍ମ ଭୂଷଣ

ବନ ବିଭାଗରେ କାର୍ଯ୍ୟରତ ଆଠ ଜଣ ସ୍କ୍ଵାଡ୍ କର୍ମଚାରୀଙ୍କୁ ପଚରାଉଚରା ପରେ ନୋଟିସ୍ ଦିଆଯାଇଛି । ତଦନ୍ତ ନ ସରିବା ପର୍ଯ୍ୟନ୍ତ ବାଲିଗୁଡ଼ା ଛାଡ଼ି କୁଆଡ଼େ ଯାଇ ପାରିବେ ନାହିଁ । ମୃତ ହାତୀର ନମୁନା ଓୟୁଏଟିର ଫରେନ୍ସିକ ଲ୍ୟାବ୍‌କୁ ପଠା ଯାଇଛି ।

ରିପୋର୍ଟ ଆସିବା ପରେ କେଉଁ ହାତୀ ତାହା ସ୍ପଷ୍ଟ ହେବ । ୧୫ ଦିନ ମଧ୍ୟରେ ତଦନ୍ତ ପ୍ରକ୍ରିୟା ସରିବ ଓ ଦୋଷୀକୁ ଦଣ୍ଡ ମିଳିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରସିସିଏଫ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephant Cut Into 32 Pieces After Death, Deputy Ranger Under Scanner | Argus News | Argus News