Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Operation Gajaraj / ଜଙ୍ଗଲକୁ ଫେରିଲେ ହାତୀ, ଶିଖରଚଣ୍ଡୀରେ ଜମିଲା ଭୋଜିର ଆସର

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଜଙ୍ଗଲକୁ ଫେରିଲେ ହାତୀ, ଶିଖରଚଣ୍ଡୀରେ ଜମିଲା ଭୋଜିର ଆସର
Sikharchandi

Key Points

ଶିଖରଚଣ୍ଡୀ ଅପରେସନ ଗଜରାଜ ସଫଳ
୬ ଦିନ ପରେ ଭରତପୁର ଜଙ୍ଗଲକୁ ଫେରିଲେ ହାତୀ
ରାତି ତମାମ ଅପରେସନ ପରେ ବନ ବିଭାଗକୁ ସଫଳତା
ଶିଖରଚଣ୍ଡୀ ସଫଳ ହେଲା ଅପରେସନ୍‌ ଗଜରାଜ । ୬ ଦିନ ପରେ ଭରତପୁର ଜଙ୍ଗଲକୁ ଫେରିଲେ ହାତୀ । ହାତୀଙ୍କୁ ଘଉଡ଼ାଇବାକୁ ବନ ବିଭାଗ ନାକେଦମ୍ । ଆଉ ହାତୀ ଭରତପୁର ଜଙ୍ଗଲକୁ ଫେରିଯିବା ପରେ ପୁଣି ଥରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ।

ଛଅ ଦିନ ପରେ ଶିଖରଚଣ୍ଡୀ ପାହାଡ଼ରୁ ଜଙ୍ଗଲକୁ ଫେରିଛନ୍ତି ଦୁଇ ଦନ୍ତା ହାତୀ । ହାତୀ ଘଉଡାଇବା ପାଇଁ ରବିବାର ନାଇଟ୍‌ ଅପରେସନ ଚଳାଇଥିଲା ବନ ବିଭାଗ । ଆଉ ଏହି ଅପରେସନ୍‌ରେ ବନ ବିଭାଗକୁ ମିଳିଛି ସଫଳତା । ପଥରଗାଡ଼ିଆ, ଶ୍ରୀବିହାର, ଗଣେଶ ବିହାର ଦେଇ ଆଜି ଭୋରରୁ ଦୁଇ ଦନ୍ତା ହାତୀ ଭରତପୁର ଜଙ୍ଗଲକୁ ଫେରିଛନ୍ତି । ତେବେ ଫେରିବା ସମୟରେ ହାତୀ ଦୁଇଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ରଚିଥିଲେ । ଗଛ ଭାଙ୍ଗିବା ସହ ନିର୍ମାଣଧୀନ ଘରର ପାଚେରୀ ଭାଙ୍ଗିଥିଲେ ଏବଂ କଲୋନୀ ରାସ୍ତାରେ ଚାଲି ଚାଲି ଜଙ୍ଗଲମୁହାଁ ହୋଇଥିଲେ ହାତୀ ।

ଅଧିକ ପଢ଼ନ୍ତୁ: ନେତାଙ୍କ କଳିରେ ପଡ଼ୁନି ଯବନିକା, ଜଣେ ଜଣଙ୍କ ଗୋହି ଖୋଳିବାରେ ବ୍ୟସ୍ତ !


ସେପଟେ ହାତୀ ଭୟରେ ଦୁଇ ଦିନ ହେଲା ବନ୍ଦ ଥିଲା ଶିଖରଚଣ୍ଡୀ । ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ବାରଣ ଲଗାଯାଇଥିଲା । ଆଗକୁ ଇଂରାଜୀ ନୂଆ ବର୍ଷ ଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଭୋଜି କରିବା ପାଇଁ ଶିଖରଚଣ୍ଡୀ ଆସିଥାନ୍ତି । କିନ୍ତୁ ହାତୀ ପାଇଁ ସମସ୍ତ ପର୍ଯ୍ୟଟକଙ୍କୁ ଶିଖରଚଣ୍ଡୀ ଯିବାକୁ ବାରଣ କରାଯାଇଥିଲା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗେଟ୍‌ରେ ତାଲା ପକାଇ ଦିଆଯାଇଥିଲା । ଦୁଇ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ଼ରେ ବୁଲୁଥିବାରୁ ଏଭଳି ନିଷ୍ପତ୍ତି ନେଇଥିଲା ପ୍ରଶାସନ । ଶିଖରଚଣ୍ଡୀ ପାହାଡ଼ ପାଦ ଦେଶରେ ଥିବା ମୁଖ୍ୟ ଗେଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ତେବେ ହାତୀ ଫେରିଯିବା ପରେ ପୁଣି ଚଳଚଞ୍ଚଳ ହୋଇଛି ଶିଖରଚଣ୍ଡୀ ପାହାଡ଼ । ଜମିଛି ଭୋଜିର ଆସର । ପର୍ଯ୍ୟଟନ ଋତୁ ସହ ନୂଆବର୍ଷ ପାଇଁ ଏବେ ଶିଖରଚଣ୍ଡୀରେ ଲୋକଙ୍କ ଭିଡ଼ ଜମୁଛି ।

ଅଧିକ ପଢ଼ନ୍ତୁ: ଜିରୋ ନାଇଟ୍ ପାଇଁ ପୋଲିସର କଟକଣା; ରାତି ୧୨ ପରେ ବାଜିବନି ମ୍ୟୁଜିକ୍


ସୂଚନା ଅନୁସାରେ, ଗତ ୬ ଦିନ ତଳେ ଭରତପୁର ଜଙ୍ଗଲରୁ ଖାଦ୍ୟ ଅନେଶ୍ୱଣରେ ଶିଖରଚଣ୍ଡୀ ଆସିଥିଲେ ଦୁଇ ଦନ୍ତା ହାତୀ । କିନ୍ତୁ ଶିଖରଚଣ୍ଡୀ ଆସିବା ପରେ ଆଉ ଯିବାକୁ ନା ଧରି ନଥିଲେ ଦୁଇ ଦନ୍ତା । ଯାହାଫଳରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨ ଦିନ ଶିଖରଚଣ୍ଡୀ ବନ୍ଦ ଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Elephants Return to Forest, Shikharachandi Reopens for Tourists | Argus News