ଇଞ୍ଜିନିୟରିଂ ଛାତ୍ରର ଫାଶୀ ଲଗାଇ ଆତ୍ମହତ୍ୟା
·1 year ago·1 min read

ଅର୍ଗସ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନର୍ଗତ ଗୋବରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ଇଞ୍ଜିନିୟର ଛାତ୍ର ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଭୋଳନାଥ ନାଏକ ପୁତ୍ର ଦେବପ୍ରସାଦ ନାଏକ ବୋଲି ଜଣାପଡିଛି। ଅପରାହ୍ନରେ ଘର ନିକଟରେ ଧାନ ଠେସର ମେସିନ ରେ ଅମଳ କରିବା ସମୟରେ ସେ କୌଣସି କାମ ନେଇ ଘର ଭିତରକୁ ଯାଇଥିଲେ। ଘର ଭିତରୁ ସେ ନଆସିବାରୁ ଭଉଣୀ ବିଷ୍ଣୁପ୍ରିୟା ଡାକିବାକୁ ଆସି ଘର ଖୋଲି ଦେଖନ୍ତି ତ ଦେବପ୍ରସାଦ ଫାଶୀ ରେ ଝୁଲୁଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଏନେଇ ବିଷ୍ଣୁପ୍ରିୟା ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ଏକ ଅଟୋ ଯୋଗେ ତାଙ୍କୁ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ମୃତ ର ସଠିକ କାରଣ ଜାଣିବାକୁ ତଦନ୍ତ ଚଳାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: