Videos
|
Odisha

ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୪୮ଘଣ୍ଟା ପରେ ବି ହଟୁନି ପୋଷ୍ଟର

Jitendra Dash
Browse all articles by Jitendra Dash
·2 years ago·1 min read
ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୪୮ଘଣ୍ଟା ପରେ ବି ହଟୁନି ପୋଷ୍ଟର

ଅର୍ଗସ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ସହ ସାରା ଦେଶରେ ଲାଗୁ ହୋଇସାରିଛି ଆଦର୍ଶ ଆଚରଣ ବିଧି । ବିଭିନ୍ନ ସ୍ଥାନରୁ ହଟାଯାଉଛି ସରକାରଙ୍କ ପକ୍ଷରୁ ଲଗାଯାଇଥିବା ପୋଷ୍ଟର, ବ୍ୟାନର ଏବଂ ହୋର୍ଡିଂ । ଏହାରି ଭିତରେ ମୁଖ୍ୟ ନିର୍ବାଚନ କମିଶନଙ୍କ ଆଦେଶକୁ ୪୮ଘଣ୍ଟା ପୂରଣ ହେବାକୁ ବସିଥିବା ବେଳେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସରକାରୀ ଅଫିସ ଏବଂ ରାସ୍ତା ଘାଟରେ ସରକାରଙ୍କ ପୋଷ୍ଟର, ବ୍ୟାନର ହୋର୍ଡିଂ ଇତ୍ୟାଦି ହଟାଯାଇ ନଥିବା ଦେଖିବାକୁ ମିଳିଛି । 

ବିଏମସି ପକ୍ଷରୁ ଏନଫୋର୍ସମେଣ୍ଟ ଟିମକୁ ଏସବୁ ହଟାଇବାକୁ ଦାୟିତ୍ଵ ଦିଆଯାଇଛି । ଅଳ୍ପ କେତେକ ସ୍ଥାନରେ ପୋଷ୍ଟର, ବ୍ୟାନର କଢାଯିବା ସହ ହୋର୍ଡିଂ ଉପରେ କପଡା ଘୋଡ଼ା ଚାଲିଛି । ସମ୍ପୂର୍ଣ୍ଣ ରାଜଧାନୀରୁ ଏସବୁ ହଟାଇବାକୁ କାହିଁକି ଏତେ ବିଳମ୍ବ ହେଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଏହି ପ୍ରସଙ୍ଗରେ ବିଏମସି ସମେତ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସରକାରଙ୍କ ଦ୍ୱାରା ଲଗାଯାଇଥିବା ହୋର୍ଡିଂରେ କପଡା ଘୋଡାଇବା ଛାଡି ଏହାକୁ ସମ୍ପୂର୍ଣ୍ଣ କାଢ଼ିବାକୁ କଂଗ୍ରେସ ଓ ବିଜେପି ପକ୍ଷରୁ ଦାବି କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ଆଦେଶକୁ ଅନୁପାଳନରେ ବିଳମ୍ବ କରିବା ବେଆଇନ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଏମ୍ସି ପକ୍ଷରୁ ଏନଫୋର୍ସମେଣ୍ଟ ଟିମ ଲଗାଇ ହୋଡିଂ ଲୁଚେଇବା କାମ ଚାଲୁଥିବା ବେଳେ  ୟାରି ଭିତରେ ଗୋଟିଏ ଦିନରୁ ଉର୍ଦ୍ଧ୍ବ ସମୟ ବିତି ସାରିଛି କିନ୍ତୁ ଏବେବି ସାରି ପାରୁନି ହୋଡିଂ ଉଠିବା କାର୍ଯ୍ୟକ୍ରମ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: