Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ମାସ ପରେ ବି ପୋଲିସ ହାତ ଖାଲି

Jitendra Dash
Browse all articles by Jitendra Dash
·2 years ago·1 min read
ଦୁଇ ମାସ ପରେ ବି ପୋଲିସ ହାତ ଖାଲି


ଅର୍ଗସ ବ୍ୟୁରୋ : ଏତଲା ହେବାର ଦୀର୍ଘ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିପାରୁନି ପୋଲିସ । ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଦୁଷ୍କର୍ମ ପୀଡ଼ିତା  । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନେମାଳ ଥାନାରେ । 

ଗତ ସେପ୍ଟେମ୍ବର ମାସ ୧୯ ତାରିଖ ସଂଧ୍ୟାରେ ସୁଆଙ୍ଗ ଗାଁର ଯୁବତୀ, ଗଣେଶ ପୂଜା ଦେଖିବାକୁ ଯାଇଥିବା ବେଳେ ସେହି ଗାଁର ସରୋଜ ମଲ୍ଲିକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏମିତିକି ଘଟଣା ସଂପର୍କରେ କାହାରିକୁ ନ ଜଣାଇବା ପାଇଁ ସରୋଜ ଯୁବତୀଙ୍କୁ ଧମକ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଯୁବତୀ ଜଣକ ଗର୍ଭବତୀ ହେବାରୁ ପରିବାର ଲୋକେ ଏ ସଂପର୍କରେ ଜାଣିବା ପରେ ନେମାଳ ଥାନାରେ ଗତ ଫେବୃୟାରୀ ମାସ ୧୯ ତାରିଖରେ ଅଭିଯୋଗ କରିଥିଲେ । ଆଉ ନେମାଳ ପୋଲିସ ଏତଲା ପାଇବାର ୪ ଦିନ ପରେ ଅର୍ଥାତ୍ ୨୩ ଫେବୃଆରୀ ୨୦୨୪ ରେ ଏକ ମାମଲା ରୁଜୁ କରିଥିଲା । ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ବିଫଳ ନେମାଳ ପୋଲିସ । ଯାହାକୁ ନେଇ ଥାନା ଆଗରେ ଧାରଣା ଦେଇଛନ୍ତି ଦୁଷ୍କର୍ମ ପୀଡ଼ିତା ।


 

Sponsored
Even after two months, the police could not arrest the accused | Argus News