Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ବି ବଞ୍ଚି ରହିଛି ମାନବିକତା, ନିଜେ ଦିବ୍ୟାଙ୍ଗ ହୋଇ ଅନ୍ୟ ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ସେବା

Odisha

ଆଜି ବି ବଞ୍ଚି ରହିଛି ମାନବିକତା, ନିଜେ ଦିବ୍ୟାଙ୍ଗ ହୋଇ ଅନ୍ୟ ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ସେବା

Jitendra Dash
Browse all articles by Jitendra Dash
·2 years ago·2 min read
ଆଜି ବି ବଞ୍ଚି ରହିଛି ମାନବିକତା, ନିଜେ ଦିବ୍ୟାଙ୍ଗ ହୋଇ ଅନ୍ୟ ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ସେବା

ଅର୍ଗସ ବ୍ୟୁରୋ : ଜଣେ ଦିବ୍ୟାଙ୍ଗ ହିଁ ଜାଣେ ଦିବ୍ୟାଙ୍ଗର କଷ୍ଟ । କିନ୍ତୁ ବାସ୍ତବରେ ଆଜିର ଦିନରେ ଜଣେ ଜଣକୁ ସାହାଯ୍ୟ କରିବାକୁ ଦେଉଛନ୍ତି ପଛ ଘୁଞ୍ଚା । କିନ୍ତୁ ଆଜି ବି ବଞ୍ଚି ରହିଛି ମାନବିକତା । ଏପରି ସେହି ପରି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ଅଞ୍ଚଳରେ । ନିଜେ ଦିବ୍ୟାଙ୍ଗ ହୋଇ ଅନ୍ୟ ଦିବ୍ୟାଙ୍ଗଙ୍କୁ ସେବା ଯୋଗାଇ ଆସୁଛନ୍ତି । ସତରେ ଦିବ୍ୟାଙ୍ଗଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ସେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ ସରକାର ଅସହାୟ ଦିବ୍ୟାଙ୍ଗଙ୍କ ପାଇଁ କାହିଁ କେତେ ଯୋଜନା ତିଆରି କରିଛନ୍ତି । କିନ୍ତୁ ଅଶିକ୍ଷିତ ଆଦିବାସୀ ଗରିବ ଦିବ୍ୟାଙ୍ଗ ସରକାରୀ ଯୋଜନା ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ । ଗରିବ ଦିବ୍ୟାଙ୍ଗ କିଭଳି ସରକାରୀ ସୁବିଧା ସୁଯୋଗ ପାଇ ପାରିବେ ସେଥିପାଇଁ ବୋରିଗୁମ୍ମା ଅଞ୍ଚଳର ଦିବ୍ୟାଙ୍ଗ ବିଜୟ ରାଉତ ଦିବ୍ୟାଙ୍ଗଙ୍କ ମାଧ୍ୟମ ପାଲଟିଛନ୍ତି । ବିଜୟ ରାଉତ ସକାଳୁ ଉଠି ଖୋଜି ବୁଲନ୍ତି କେଉଁ ଗାଁରେ ଦିବ୍ୟାଙ୍ଗ ଅଛନ୍ତି । ପରିଚୟ ପତ୍ର, ଆଧାର କାର୍ଡ, ଭିନ୍ନକ୍ଷମ ଭତ୍ତା, ଦିବ୍ୟାଙ୍ଗଙ୍କୁ କୁତ୍ରିମ ଅଙ୍ଗ ଟ୍ରାଇ ସାଇକେଲ ମିଳିଛି କି ନାହିଁ । ଯଦି ମିଳିନାହିଁ ସଙ୍ଗେ ସଙ୍ଗେ ଦିବ୍ୟାଙ୍ଗଙ୍କୁ ନେଇ ଆଧାର କାର୍ଡ କରାଇ ଭିନ୍ନକ୍ଷମ ପରିଚୟ ପତ୍ର ପାଇଁ ଆବେଦନ କରିଥାନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଯେଉଁ ଦିବ୍ୟାଙ୍ଗଙ୍କ ଅସୁବିଧା ହୁଏ ସେମାନେ ବିଜୟଙ୍କୁ କଲ କରି ସମସ୍ୟା ସମ୍ପର୍କରେ ଅବଗତ କରନ୍ତି । ଯେଉଁ ଦିବ୍ୟାଙ୍ଗ ମାନେ ସରକାରୀ ସୁବିଧା ସୁଯୋଗ ପାଇ ପାରୁ ନଥିଲେ ସେମାନେ ବିଜୟ ଯୋଗୁଁ ସୁବିଧା ପାଇ ପାରିଛନ୍ତି । ଏବଂ  ସେମାନଙ୍କ ମୁହଁରେ ହସ ଫୁଟି ପାରିଛି । ନିଜେ ବିଜୟ ଠିକ ସେ ଚାଲି ପାରନ୍ତି ନାହିଁ ତଥାପି ପ୍ରତିଦିନ ହାତରେ ଖଣ୍ଡିଏ ବ୍ୟାଗରେ ଲୋକଙ୍କ କାଗଜପତ୍ର ଧରି ବ୍ଲକ ଅଫିସ ଏବଂ ଆଧାର କାର୍ଡ ସେଣ୍ଟରରେ ପହଞ୍ଚି ଯାଆନ୍ତି । ଆଉ ଦିବ୍ୟାଙ୍ଗଙ୍କ କାଗଜପତ୍ର କାମରେ ଲାଗି ପଡ଼ନ୍ତି ।

ବିଜୟ ପେସାରେ ଜଣେ ଡ୍ରାଇଭର । ସେ ଗାଡି ଚଳେଇ ପରିବାର ପ୍ରତିପୋଷଣ କରୁଥିଲେ । ଦିନେ ଦୁର୍ଘଟଣା ପରେ ତାଙ୍କ ଡାହାଣ ଗୋଡ଼ରେ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା ଫଳରେ ସେ ଦିବ୍ୟାଙ୍ଗ ପାଲଟି ଗଲେ । ସେ ଭିନ୍ନକ୍ଷମ ପରିଚୟ ପତ୍ର ପାଇବା ପାଇଁ ବହୁତ ସଂଘର୍ଷ କରି ପରିଚୟ ପତ୍ର ପାଇଥିଲେ । ସରକାର ପକ୍ଷରୁ ଭିନ୍ନକ୍ଷମ ଭତ୍ତା ଏବଂ ଚାଉଳ ମିଳୁଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ ହୋଇ ନାହାନ୍ତି । ଆଜିର ଦୁନିଆରେ ଜଣେ ଦିବ୍ୟାଙ୍ଗ ନିଜ ପାଇଁ ଚିନ୍ତା ନ କରି ଅନ୍ୟ ପାଇଁ ଚିନ୍ତା କରିବା ଏବଂ ସାହାଯ୍ୟର ହାତ ବଢେଇବା ସତରେ ଚର୍ଚ୍ଚାର ବିଷୟ ।

Sponsored
Even today, humanity is still alive, being self-disciplined and providing services to others | Argus News