|
logo
Live

Argus News - ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ସମ୍ବଲପୁରରେ ଉତ୍ସାହ

Odisha

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ସମ୍ବଲପୁରରେ ଉତ୍ସାହ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ସମ୍ବଲପୁରରେ ଉତ୍ସାହ

Key Points

  • ଗୁଜରାଟର ସାବରମତି ପରି ଚମକିବ ସମ୍ବଲପୁର ସହର
  • ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ ସାମିଲ ହେବ ଅଯୋଧ୍ୟା ସରୋବର
  • ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ସମ୍ବଲପୁରରେ ଉତ୍ସାହ
  • କାଶୀ, ସାବରମତି ପରି ସମ୍ବଲପୁରକୁ ମିଳିବ ପର୍ଯ୍ୟଟନରେ ନୂଆ ପରିଚୟ
     

ଅର୍ଗସ ବ୍ୟୁରୋ : ଦେଶର ପ୍ରଥମ ରିଭରଫ୍ରଣ୍ଟ ଯୋଜନା ଗୁଜରାଟର ପ୍ରସିଦ୍ଧ ସାବରମତି ନଦୀ ତଟ ପରି ଝଲସିବ ସମ୍ବଲପୁରର ଅଯୋଧ୍ୟା ସରୋବର।  ଯାହାର ବନ୍ଧରେ ପାର୍କ, ୱାକ୍ ୱେ, ଆମ୍ଫିଥିଏଟର, ଆରତୀ ଘାଟ, ବୋଟିଂ ପରି ମନୋରଞ୍ଜନର ବ୍ୟବସ୍ଥା କରାଯିବ। ସମ୍ବଲପୁରକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବା ନେଇ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିବରେ ପ୍ରଥମ  ପଦକ୍ଷେପ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରର ପୁରୁଣା ଅଯୋଧ୍ୟା ସରୋବର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାନଦୀ କୂଳରେ ଥିବା ସମ୍ବଲପୁରର ଐତିହାସିକ ଗୁରୁତ୍ବ ଓ ପ୍ରାକୃତିକ ଆକର୍ଷଣ ରହିଛି । ମହାନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ବିଶ୍ବସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ମହାନଦୀର ପୁରୁଣା ଅଯୋଧ୍ୟା ସରୋବର ବନ୍ଧକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୁନରୁଦ୍ଧାର କରାଯାଇ ରିଭରଫ୍ରଣ୍ଟ ଥିବା ୭ କିଲୋମିଟର ଲମ୍ବା ଜଳାଶୟ ସୃଷ୍ଟି କରିବାର ଆବଶ୍ୟକତା ରହିଥିବା ଚିଠିରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହାକୁ ନେଇ ସମ୍ବଲପୁରବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁନଥିବା ଉତ୍ସାହ। 

ନିକଟରେ ସମ୍ବଲପୁର ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାପ୍ରଶାସନ ସହ ବୈଠକ କରି ମାଷ୍ଟର ପ୍ଲାନ ପାଇଁ ଆଲୋଚନ କରିଥିଲେ । ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟରେ ଅଯୋଧ୍ୟା ସରୋବରର ପୁନରୁଦ୍ଧାର କରାଗଲେ ହୀରାକୂଦ ଜଳଭଣ୍ଡାରର କ୍ଷମତା ବୃଦ୍ଧି ପାଇବା ସହ ବିଦ୍ୟୁତ୍ ଚ୍ୟାନେଲରୁ ବାହାରୁଥିବା ଜଳକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରାଯାଇପାରିବ। ସହରର ପାନୀଳ ଜଳ ଓ ଡ୍ରେନେଜ୍ ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ। 

ସମ୍ବଲପୁରରେ ମହାନଦୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ଏହି ଅଞ୍ଚଳର ଅପର୍ଯ୍ୟାପ୍ତ ସମ୍ଭାବନାକୁ ପ୍ରସ୍ଫୁଟିତ କରିପାରିବ ଏବଂ ସମ୍ବଲପୁରକୁ ଭାରତର ଏକ ସମୃଦ୍ଧ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିପାରିବ । ଓଡ଼ିଶାବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ବ୍ୟକ୍ତିଗତ ଭାବରେ ବିଚାର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର

Sponsored
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ସମ୍ବଲପୁରରେ ଉତ୍ସାହ | Argus News