Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସନ୍ତୋଷ ଝାଡୁଛନ୍ତି ନେତା, ଟେନସନ୍ ରେ ନବୀନ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଅସନ୍ତୋଷ ଝାଡୁଛନ୍ତି ନେତା, ଟେନସନ୍ ରେ ନବୀନ

Key Points

  • ଅସନ୍ତୋଷ ଝାଡୁଛନ୍ତି ନେତା, ଟେନସନ୍ ରେ ନବୀନ
  • ପ୍ରଦୀପ,ବଦ୍ରୀଙ୍କ ପରେ ଅଶ୍ବୀନି ବି ଝାଡିଲେ ଅସନ୍ତୋଷ
  • ବେଳ ଥାଉ ଥାଉ ସଙ୍ଗଠନ ସଜାଡିବାକୁ ଦେଲେ ଚେତାବନୀ
  • ବଢୁଥିବା ଟେନସନ୍ କୁ ଦେଖି ବୈଠକ ଡାକିଲେ ବିଜେଡି ସୁପ୍ରିମୋ 
  •  ହେଲେ ନବୀନଙ୍କ ପାଇଁ ସଙ୍ଗଠନ ସଜାଡ଼ିବା ହେବ କି ସମ୍ଭବ ?

ଅର୍ଗସ ବ୍ୟୁରୋ :  ବିଜେଡି ସଙ୍ଗଠନରେ ବିସ୍ଫୋରଣ ସ୍ଥିତି ।  ପ୍ରଦୀପ ମାଝୀ, ବଦ୍ରୀ ପାତ୍ର ଙ୍କ ପରେ ଅଶ୍ବୀନି ପାତ୍ର । ଜଣେ ପରେ ଜଣେ ନେତାଙ୍କ ବିବୃତ୍ତି ବିଜେଡି ସୁପ୍ରମୋଙ୍କ ମୁଣ୍ଡ ବିନ୍ଧା ବଢାଇଲାଣି । ଦିନକୁ ଦିନ ତିବ୍ର ହେବାରେ ଲାଗିଛି ଦଳୀୟ ନେତାଙ୍କ ଅସନ୍ତୋଷ । ପ୍ରଥମେ ଖୋଦ୍ ନବୀନଙ୍କ ସାମ୍ନାରେ ପରାଜୟର କାରଣ କହିବା ସହ ନିଜ ଅସନ୍ତୋଷ ଝାଡିଥିଲେ ପ୍ରଦୀପ ମାଝୀ । ପ୍ରଦୀପ କହିଥିଲେ ମେଣ୍ଟ ଚର୍ଚ୍ଚା,ଦଳୀୟ ନେତା ଅନ୍ତର୍ଘାତି କାର୍ଯ୍ୟ, ଶୂନ୍ୟ ନିର୍ବାଚନ ପରିଚାଳନା ବିଜେଡି ପରାଜୟର ମୁଖ୍ୟ କାରଣ । ଠିକ୍ ସେହିପରି ବରିଷ୍ଠ ବିଧାୟକ ବଦ୍ରୀ ପାତ୍ର ମଧ୍ୟ ନିର୍ବାଚନ ସମୟରେ ନବୀନ ନ ବୁଲିବା, ସଙ୍ଗଠନ ପାଇଁ ସମୟ ନ ଦେବାକୁ ଦାୟୀ କରି ନିଜ ଅସନ୍ତୋଷ ଝାଡିଥିଲେ । ଆଉ ଏବେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ବିଧାୟକ ଅଶ୍ବୀନି ପାତ୍ର ମଧ୍ୟ ଦଳୀୟ ନେତାଙ୍କ ବିମୁଖତା ବିଷୟରେ ନବୀନଙ୍କୁ ଚେତାଇ ଦେଇଛନ୍ତି । ଅଶ୍ବୀନି କହିଛନ୍ତି ଦଳୀୟ ନେତା ଯେଉଁ ମାନେ ବିମୁଖ ହୋଇଛନ୍ତି ବିଶେଷ କରି ବିଭିନ୍ନ କ୍ୟାଡ଼ର ଓ ଲିଡ଼ର ମାନେ ତାଙ୍କୁ କେମିତି ପୁଣି ଥରେ ଫେରେଇ ଆଣି ପାରିବା ସେ ଦିଗରେ କାମ କରାଯିବା ଉଚିତ । 

ଅଧିକ ପଢନ୍ତୁ : ନବୀନଙ୍କ ସାମ୍ନାରେ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ମାଝି : କହିଲେ ନିର୍ବାଚନ ହାରିବାର କାରଣ

ସେପଟେ ଦଳ ଭିତରେ ବଢୁଥିବା ଟେନସନ୍ କୁ ଦେଖି ଆସନ୍ତା ୨୭ ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସମସ୍ତ ତୁଙ୍ଗ, ବରିଷ୍ଠ ନେତା, ଯୁବ, ଛାତ୍ର, ମହିଳା ସଙ୍ଗଠନର ପ୍ରମୁଖ ନେତୃବୃନ୍ଦଙ୍କ ସହ ଜିଲ୍ଲା ସଭାପତି ମାନଙ୍କୁ ଶଙ୍ଖ ଭବନ ଡକାଯାଇଛି । ଏହି ବୈଠକରେ ନିର୍ବାଚନ ପୋଷ୍ଟମର୍ଟମ ଓ ପରାଜୟର କାରଣ ଖୋଜା ସମେତ କମିଟି ଚୟନ ରହିବ ଆଲୋଚନାର ପ୍ରମୁଖ ପ୍ରସଙ୍ଗ । ସେହିପରି ଆଗକୁ ହେବାକୁ ଥିବା ପଦଯାତ୍ରା, ନୂଆ କମିଟି ଓ ଅନ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଆଲୋଚନା କରିବେ ନବୀନ । 
ଅନ୍ୟପଟେ ନବୀନଙ୍କ ପାଇଁ ସଙ୍ଗଠନ ସଜାଡ଼ିବା ସମ୍ଭବ ହେବ କି ବୋଲି ଉଠିଛି ପ୍ରଶ୍ନ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି କହିଛନ୍ତି ନବୀନଙ୍କ ବୟସାଗତ କାରଣରୁ ସଙ୍ଗଠନକୁ ପୂର୍ବ ଭଳି ସଜାଡି ଦଳକୁ ସମୟ ଦେବା ହୁଏତ ସମ୍ଭବ ହେବ ନାହିଁ । 
ଶାସନରେ ଥିବା ସମୟରେ ଦଳୀୟ ନେତାଙ୍କ ଅସନ୍ତୋଷ କି ପରାମର୍ଶ ବାହାରକୁ ଆସିବାକୁ ଦେଉନଥିଲେ ନବୀନ । ସୁପ୍ରିମୋଙ୍କ ପାଖରେ ପହଞ୍ଚି ନିଜ କଥା ରଖିବା ବି ବିଜେଡି ନେତାଙ୍କ ପାଇଁ ସମ୍ଭବ ନଥିଲା । ନବୀନଙ୍କ ନିକଟରେ ରହି ନିର୍ଦ୍ଧିଷ୍ଟ କୋଟେରୀ ଦ୍ବାରା ଦଳ ଚଳାଉଥିବା ଭି.କେ ପାଣ୍ଡିଆନ୍ କଳ ବଳ କୌଶଳ ଲଗାଇ ନେତାଙ୍କ ସ୍ବରକୁ ଚାପି ଦେବାରେ ସକ୍ଷମ ହେଉଥିଲେ । ନେତା ମନ୍ତ୍ରୀ ମାନେ ଭି.କେ ପାଣ୍ଡିଆନ୍ ଙ୍କ ପାଇଁ କେତେବେଳେ ଟେଣ୍ଡ ବାନ୍ଧୁଥିଲେ ତ ଆଇ କେବେ ଟ୍ରାଫିକ୍ ଜଗୁଆଳି ସାଜୁଥିଲେ । ମାତ୍ର ବର୍ତ୍ତମାନ ସ୍ଥିତି ବଦଳିବା ପରେ ଖୁଲମଖୁଲା ଗଣମାଧ୍ୟମରେ ହେଉ କି ନବୀନଙ୍କ ସାମ୍ନାରେ ଅସନ୍ତୋଷ ଝାଡୁଛନ୍ତି ନେତା । ଯାହା କି ନବୀନଙ୍କ ପାଇଁ ଚିନ୍ତା ବଢାଇଥିବା ବେଳେ ଡକାଯାଇଥିବା ବୈଠକରେ ଅସନ୍ତୁଷ୍ଟ ନେତାଙ୍କୁ ନବୀନ କେତେଦୂର ମ୍ୟାନେଜ କରିବାରେ ସକ୍ଷମ ହୋଇପାରୁଛନ୍ତି ତାହା ଉପରେ ନଜର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Explosive situation in BJD association | Argus News