Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନାବାଳିକାଙ୍କୁ ପ୍ରେମ ନିବେଦନ କରି ବିଫଳ ହେଲେ ,ଗୁଳି ଫୁଟାଇ ଚାଲିଗଲେ

Odisha

ନାବାଳିକାଙ୍କୁ ପ୍ରେମ ନିବେଦନ କରି ବିଫଳ ହେଲେ ,ଗୁଳି ଫୁଟାଇ ଚାଲିଗଲେ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନାବାଳିକାଙ୍କୁ ପ୍ରେମ ନିବେଦନ କରି ବିଫଳ ହେଲେ ,ଗୁଳି ଫୁଟାଇ ଚାଲିଗଲେ

ଅର୍ଗସ ବ୍ୟୁରୋ : ପ୍ରେମ ନିବେଦନ ରେ ବିଫଳ ହେବାରୁ ବନ୍ଧୁକ ଦେଖାଇ ଘରୁ ନାବାଳିକା ଅପହରଣ ଉଦ୍ୟମ ।  ଚାରମାଲ ଥାନାରେ ଅଭିଯୋଗ କରିଛନ୍ତି ବାପା ମାଆ l ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ଚାରିମାଲ ଥାନା ଭାରତାପୁର ଗାଁରେ l ରେଢ଼ାଖୋଲ ଥାନା ବୁରଡ଼ା ଗ୍ରାମର ବାଙ୍କୁ ବେହେରା ନାମକ ଜଣେ ଯୁବକ ଜଣେ ନାବାଳିକାକୁ ପ୍ରେମ ନିବେଦନ କରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

 ହେଲେ ବିଫଳ ହେବାପରେ ଏହି ଘଟଣା କାହାକୁ କହିବୁ ନାହିଁ ବୋଲି ଧମକ ଚମକ ଦେଇଥିଲା l ପୁଣି ସେହି ଯୁବକ ଝିଅ ଘର ନିକଟକୁ ଆସି ବନ୍ଧୁକ ଦେଖାଇ ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଥିଲା l ପରିବାର ଲୋକେ ପହଞ୍ଚି ଆସିବାରୁ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇଗଲା l ଏନେଇ ପରିବାର ଲୋକେ ଚାରିମାଲ ଥାନାରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Failed to plead for love to the minor, shot and left | Argus News