Fake Diesel / କିରୋସିନରେ କେମିକାଲ ମିଶାଇ ତିଆରି ହେଉଛି ନକଲି ଡିଜେଲ
·4 months ago·2 min read

Key Points
ପ୍ରସ୍ତୁତ ହେଉଛି ନକଲି ଡିଜେଲ
କିରୋସିନରେ କେମିକାଲ ମିଶାଇ ତିଆରି ହେଉଛି ନକଲି ଡିଜେଲ
ସୋନପୁରରେ ଧରାପଡ଼ିଲା ନକଲି ଡିଜେଲ କାରଖାନା

ସୋନପୁର: କିରୋସିନରେ କେମିକାଲ ମିଶାଇ ପ୍ରସ୍ତୁତ ହେଉଥିଲା ନକଲି ଡିଜେଲ । ସୋନପୁର ଖମ୍ବେଶ୍ୱରୀପାଲିରେ ପ୍ରଶାସନ ଚଢ଼ାଉ କରି ଏଭଳି ଏକ ନକଲି ଡିଜେଲ କାରଖାନା ଠାବ କରିଛି । ଚୂନ ଭଳି ଦିଶୁଥିବା କେମିକାଲକୁ କିରୋସିନରେ ମିଶାଇ ପ୍ରସ୍ତୁତ କରୁଥିଲେ ନକଲି ଡିଜେଲ୍ ।
କାରଖାନାରୁ ୮୯୦ ଲିଟର ବେଆଇନ କିରୋସିନ ଜବତ ହୋଇଛି । ତେବେ ଏତେ ପରିମାଣର କିରୋସିନ କେଉଁଠୁ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ପୋଲିସ ତନାଘନା ଚଳାଇଥିବା ବେଳେ ଏଯାଏଁ ନକଲି ଡିଜେଲର କଳା ଧନ୍ଦା ଚଳାଇଥିବା ମାଫିଆଙ୍କ ପାଖରେ ପହଞ୍ଚିପାରିନାହିଁ ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ନାହିଁ ତେଲ ସଂକଟ; ପେଟ୍ରୋଲିୟମ ସଂଘର ଦୃଢ଼ୋକ୍ତି 'କାଲି ସନ୍ଧ୍ୟା ସୁଦ୍ଧା ସୁଧୁରିବ ସ୍ଥିତି'
କିରୋସିନରେ ମିଶୁଥିଲା କେମିକାଲ, ପ୍ରସ୍ତୁତ ହେଉଥିଲା ନକଲି ଡିଜେଲ । କିରୋସିନରେ ମିଶୁଥିଲା ଚୁନ ଗୁଣ୍ଡ ଓ କେମିକାଲ । ସୋନପୁର ଖମ୍ବେଶ୍ୱରୀପାଲିର ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଘର ସାଜିଥିଲା ନକଲି ଡିଜେଲ କାରଖାନା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଧଳା ରଙ୍ଗର ଗଚ୍ଛିତ ଥିବା କେମିକାଲ କିରୋସିନରେ ମିଶାଇ ଡିଜେଲ ପ୍ରସ୍ତୁତ କରୁଥିଲେ ଦୁର୍ବୃତ୍ତ । ଏଇ ଘରେ ଚାଲିଥିଲା କିରୋସିନ ଓ ଡିଜେଲ କାରବାରର କଳା ଧନ୍ଦା । ତେବେ ଡୁପ୍ଲିକେଟ ଡିଜେଲ କାରଖାନାରେ କାମ କରୁଥିବା କର୍ମଚାରୀ ଏ ବାବଦରେ ଜାଣିନଥିବା କହୁଥିବା ବେଳେ ସ୍ଥାନୀୟ ଲୋକେ କିନ୍ତୁ ଦାବି କରିଛନ୍ତି କଡ଼ା ଆକ୍ସନ ।
ଡୁପ୍ଲିକେଟ ଡିଜେଲ କାରଖାନା ନେଇ ଖବର ମିଳିବା ମାତ୍ରେ ଅଚାନକ ଚଢ଼ାଉ କରିଥିଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ, ଯୋଗାଣ ବିଭାଗ, ଖଣି ବିଭାଗ, ପୋଲିସ ଉପସ୍ଥିତିରେ ଚଢାଉ କରିଥିଲେ । ଘଟଣା ସ୍ଥଳରୁ ମିଳିଥିଲା ୮୯୦ ଲିଟର କିରୋସିନ ।
କେବଳ କିରୋସିନ ନୁହେଁ ଏହି ଘର ସାଜିଥିଲା ବେଆଇନ ବାଲି ଚୋରା ଚାଲାଣର ପେଣ୍ଠସ୍ଥଳୀ । ଯୋଗାଣ ବିଭାଗ ସେଠାରୁ ଦୁଇଟି ହାଇୱାକୁ ଜବତ କରିଛି । ପୋଲିସ ଓ ପ୍ରଶାସନର ଟିମ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି ।
ତେବେ ଏହି କଳା କାରବାର ପଛରେ ଏକ ବଡ଼ ସିଣ୍ଡିକେଟ କାର୍ଯ୍ୟ କରୁଥିବା ପୋଲିସ ସନ୍ଦେହ କରୁଛି । ଏଯାଏଁ ଘଟଣାରେ କାହାକୁ ଗିରଫ କରାଯାଇନଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ତେଲ ସଙ୍କଟ ପାଇଁ ଲୋକେ ଏବେ EV ମୁହାଁ, EV ବୁକିଂ ୧୦ଗୁଣ ବୃଦ୍ଧି
ତେଲ ସଂକଟର ଫାଇଦା ନେଇ ମାଫିଆ ଚଳାଇଥିଲେ ଡୁପ୍ଲିକେଟ ଡିଜେଲ କାରଖାନା । ତେବେ ଏହି କାରଖାନା କାହାର ? ସ୍ଥାନୀୟ ପେଟ୍ରୋଲ ପମ୍ପ ମାଲିକଙ୍କର ଏହି ଘଟଣାରେ କଣ ସମ୍ପୃକ୍ତି ରହିଛି ?

ଏତେ ପରିମାଣ କିରୋସିନ ମାଫିଆ ମାନେ ଆଣିଲେ କେଉଁଠୁ ? ଡୁପ୍ଲିକେଟ ଡିଜେଲ ପ୍ରସ୍ତୁତ ପରେ କୁଆଡ଼େ ଯାଉଥିଲା ? କେବେ ଧରାପଡ଼ିବେ ଏହି ନକଲି ଡିଜେଲ କାରଖାନାର ଦୁର୍ବୃତ୍ତ ? ଏହାର ଜୋରଦାର ଖୋଳତାଡ଼ ଚଳାଇଛି ପ୍ରଶାସନ ।
Related Topics
Explore more stories